Gidipabali Landslide Horror: ୭ ପରିବାରର ୧୨ ଜଣ କୁଆଡ଼େ ଗଲେ, ଏବେ ବି ମିଳୁନି ପତ୍ତା!

Nov 02, 2026 - 20:21
Gidipabali Landslide Horror: ୭ ପରିବାରର ୧୨ ଜଣ କୁଆଡ଼େ ଗଲେ, ଏବେ ବି ମିଳୁନି ପତ୍ତା!

ଗାଁରେ ଆଜି ଭିଡ଼, ନେତା ମନ୍ତ୍ରୀ ପହଞ୍ଚିଛନ୍ତି।

ହେଲେ ଯାହାକୁ ଏମାନେ ଖୋଜୁଛନ୍ତି ସେମାନଙ୍କ ପତ୍ତା ମିଳୁନି।

ଯିଏ ନିଜ ପିଲାଠୁ ଅଧିକ ଭଲ ପାଉଥିଲେ, ଯିଏ ମାଲିକ ଥିଲା ତା ଖୋଜଖବର ମିଳୁନି।

୫ ଦିନ ହେଲାଣି।

ବାତ୍ୟା ଯାଇ ବନ୍ୟା ହେଲାଣି, ପୁଣି ଆଉ ଗୋଟେ ବାତ୍ୟା ଆସିଲାଣି।

ସପ୍ତାହକରେ ଅନେକ କିଛି ବଦଳିଗଲାଣି।

ଗଞ୍ଜାମ ଭଞ୍ଜନଗର ଗିଡ଼ିପାବାଲିର ଭୂଗୋଳ ବି ବଦଳିଛି।

ଦଶନ୍ଧି ଦଶନ୍ଧି ଧରି ପାହାଡ଼କୁ ଆପଣାଇ ଜୀବନ କାଟୁଥିବା ୯ ପରିବାରରୁ ୭ ପରିବାରର ପତ୍ତା ମିଳୁନି।

ଆଉ ବେସାହାରା ହୋଇ ଆଖିକୁ ମିଟି ମିଟି କରି ଏମିତି ଚାହିଁ ବସିଛନ୍ତି ଏଇ କଥା କହିପାରୁନଥିବା ନିଷ୍ପାପ ଛେଳି।

ଏମାନେ ସେଇ ରାତିର ମୁକସାକ୍ଷୀ, ଏମାନେ ଦେଖିଛନ୍ତି ସେ କଳାରାତିର ବିଧ୍ବଂସ।

ପାହାଡ଼ ଧସିବାର ସେଇ ମୁହୂର୍ତ୍ତ।

ବୁକୁ ଚିରି ପାହାଡ଼ ଦୁଇ ଫାଳ ହୋଇଥିଲା।

ଆଖି ଗିଳି ଦେଇଛି ଗିଡ଼ିପାବାଲି ଗାଁକୁ।

ରାତି ଦିନ ଗଲା ୪ ଦିନ ହେଲା ରେସ୍କ୍ୟୁ ଅପରେସନରେ ଲାଗିଛନ୍ତି ଅଗ୍ନି ଯୋଦ୍ଧା ସହ ରେସ୍କ୍ୟୁ ଟିମ୍।

ତଥାପି କୌଣସି ଖୋଜଖବର ମିଳୁନି।

Advertisment ଘଟଣାସ୍ଥଳରେ ଦେଖିବାକୁ ମିଳିଛି ଛୋଟିଆ କୁନି ଫର୍କ, କେଡ଼େ ଖୁସିରେ ତା ପାଇଁ ଆସିଥିବ।

ଯିଏ ଆଣିଥିବେ ଆଉ ଯାହା ପାଇ ଆସିଛି ଉଭୟେ ନାହାନ୍ତି।

ପାହାଡ଼ ପଡ଼ି ଏସବୁ ଘର କେତେ ଯେ, ଫୁଟ ତଳେ ପୋତି ହୋଇଛି...

କିଏ ଜାଣେ ଏଇ ମାଟି ତଳେ କ'ଣ ଅଛି?

ହେଲେ ତାରି ଭିତରୁ ବାହାରି ଥିବା ଗୋଟେ ଗୋଟେ କାଗଜପତ୍ରକୁ ସାଇତି ରଖାଯାଉଛି, ବର୍ତ୍ତି ଯାଇଥିବାଙ୍କୁ ଦିଆଯାଉଛି।

ୟେ ବୋଧେ ସେଇ ଶେଷ ସନ୍ତକ ଯାହାକୁ ମୁଣ୍ଡେଇ, ଯାହା ଭରସାରେ ବାକି ଜୀବନ କଟିଯିବ।

ଏଠି ଧାନ ଚାଷ ହୋଇଥିଲା, ଦିନ କେଇଟା ପରେ କଟା ବି ଯାଇଥାନ୍ତା, ହେଲେ ଏବେ ଏମିତି ମୁକୁଳା ହେଇ ଏସବୁ ପଡ଼ିଛି।

ସେ ଦିନ ରାତିରେ ରୋଷେଇ ବି ହୋଇଥିଲା, ମେଘ ଗର୍ଜିବା ପରେ ଅସ୍ତବ୍ୟସ୍ତ ହୋଇ ବୋଧେ ହାଣ୍ଡି କଂସାକୁ ଛାଡ଼ି ଦୌଡ଼ିଥିଲେ ପ୍ରାଣ ବିକଳରେ।

ଝିଅ କାନ୍ଦୁଥିବା ଆମ୍ବିଆନ୍ସ...ପାହାଡ଼ ଆରପାରି କଟିଙ୍ଗିଆ ସ୍କୁଲରେ ଏବେ ଲୁହ ଭିଜା ଆଖିରେ ସହାୟତା ଖୋଜୁଥିବା ହାତ।

ପାଖରେ ସ୍ବାମୀ ନାହିଁ କାହାର ତ ପୁଣି କାହାର ପୁଅ।

କିଏ କଅଁଳ ବୟସରେ ଅଜାଣତରେ ବାପା ହରାଇଛି ଆଉ କିଏ ନିଜ ସର୍ବସ୍ବ।

Advertisment କୁଆଡ଼େ ଗଲେ ୭ ପରିବାରର ୧୨ ଜଣ, ମାଟି ତଳେ ଅଛନ୍ତି କି ଆଉ କେଉଁଠି।

ସନ୍ଧାନ ଏବେ ବି ଚାଲିଛି, ଅନବରତ ଖୋଳା ଚାଲିଛି।

କିନ୍ତୁ ପାହାଡ଼ିଆ, ପଥୁରିଆ ରାସ୍ତାରେ ଯାଇପାରୁନି ଯନ୍ତ୍ରାଂଶ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।