Girlfriend Death at Lover’s House: ପ୍ରେମିକ ଘରେ ପ୍ରେମିକାର ମୃତ୍ୟୁ! ହତ୍ୟା ନା ଆତ୍ମହତ୍ୟା, ପରିବାର ଆଣିଲେ ହତ୍ୟା ଅଭିଯୋଗ

Aug 19, 2026 - 14:08
Girlfriend Death at Lover’s House: ପ୍ରେମିକ ଘରେ ପ୍ରେମିକାର ମୃତ୍ୟୁ! ହତ୍ୟା ନା ଆତ୍ମହତ୍ୟା, ପରିବାର ଆଣିଲେ ହତ୍ୟା ଅଭିଯୋଗ

ପ୍ରେମିକ ଘରେ ପ୍ରେମିକାର ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର। ପ୍ରେମ ବ୍ୟାପାରକୁ ନେଇ ପରିବାରର ହତ୍ୟା ଅଭିଯୋଗ। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଅଞ୍ଚଳରେ ଘଟିଛି ଏହି ଘଟଣା।  ମୃତ ଯୁବତୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଦେହୁରିପଡ଼ାର ଜଣେ ଯୁବତୀଙ୍କ ସହ ବୁଣ୍ଡୁକାମାଲର ଅନୁଜ ଲୁଗୁନଙ୍କ ପ୍ରେମ ସଂପର୍କ ଥିଲା। ଉଭୟ ବିଭିନ୍ନ ସମୟରେ ପରସ୍ପରଙ୍କ ଘରକୁ ଯିବାଆସିବା କରୁଥିଲେ। ଆଉ ଯୁବତୀ ଜଣକ ଅନୁଜଙ୍କ ଘରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। 

ଗତ ଶନିବାର ସନ୍ଧ୍ୟାରେ ଅନୁଜ ଯୁବତୀଙ୍କୁ ନିଜ ଘରକୁ ଡାକିଥିଲେ। ହେଲେ ରବିବାର ଦିନ ଯୁବତୀ ଜଣକ ଜୀବନ ହାରିଥିବା ନେଇ ଅନୁଜ ଯୁବତୀଙ୍କ ମା’ଙ୍କୁ ଫୋନ୍ କରି କହିଥିଲେ। ଫଳରେ ଯୁବତୀଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ମୃତ ଝିଅର ମୁହଁ ଓ ବେକରେ ଦାଗ ଥିବାର ଦେଖି ହତ୍ୟା କରାଯାଇଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ପ୍ରେମିକକୁ ଗିରଫ କରି କୋର୍ଟ ଚଲାଣ କରିଛି। 

ତେବେ ସୁଜାତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ? ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ତଦନ୍ତ କରୁଛି ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।