Girlfriend Visit Turns Fatal: ପ୍ରେମିକାକୁ ଦେଖା କରିବା ପଡିଲା ମହଙ୍ଗା, ଧରିନେଇ ପିଟି ପିଟି ମାରିଦେଲେ ଲୋକେ

Sep 17, 2026 - 15:27
Girlfriend Visit Turns Fatal: ପ୍ରେମିକାକୁ ଦେଖା କରିବା ପଡିଲା ମହଙ୍ଗା, ଧରିନେଇ ପିଟି ପିଟି ମାରିଦେଲେ ଲୋକେ

ରାତି ପ୍ରାୟ୧୨ଟା... ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ ଜଣେ ଯୁବକ। କିନ୍ତୁ ପ୍ରେମିକାକୁ ଦେଖା କରିବା ଯେ ଏତେ ମହଙ୍ଗା ପଡିବ ସେ କେବେ କଳ୍ପନା ବି କରିନଥିଲେ। ଅତ୍ୟନ୍ତ ଅମାନୁଷିକ ଭାବେ ତାକୁ ପିଟି ପିଟି ହତ୍ୟା କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। 

ବିଳମ୍ବିତ ରାତିରେ ପ୍ରେମିକାକୁ ଦେଖା କରିବା ପଡିଛି ମହଙ୍ଗା। ପ୍ରେମିକକୁ ଅମାନବୀୟ ଭାବରେ ପିଟି ପିଟି ହଚ୍ୟା କରାଯାଇଛି। ଅନ୍ଧାରର ସୁଯୋଗ ନେଇ ଯୁବକ ଜଣକ ପ୍ରେମିକାକୁ ଦେଖା କରିବା ପାଇଁ ଘରେ ପହଞ୍ଚିଥିଲେ। ହେଲେ ସ୍ଥାନୀୟ ଲୋକେ ତାଙ୍କୁ ଧରିଥିଲେ ଏବଂ ଆଇନକୁ ହାତକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏଭଳି ଏକ ଅମାନବୀୟ ଘଟଣା ବିହାରର ଶିବହରା ଜିଲ୍ଲାରେ ଘଟିଛି। ମୃତ ଯୁବକ ଜଣକ ହେଲେ ଭରତ ସାହାଙ୍କ ପୁଅ ଲାଲନ କୁମାର। 

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯୁବକ ଜଣକ ବୁଧବାର ମଧ୍ୟ ରାତ୍ରୀରେ ପ୍ରେମିକାକୁ ଭେଟିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ କିଛି ବିବାଦ ହୋଇଥିଲା। ସେତେବେଳେ କିଛି ଲୋକ ଦେଖିଥିଲେ ଏବଂ ଯୁବକଙ୍କୁ ଆକ୍ରମଣ କରିଥିଲେ। ବାଡି ଏବଂ ଲୁହା ରଡ୍ ସାହାଯ୍ୟରେ ମାରିବା ପରେ ଯୁବକ ଜଣକ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା। 

ଘଟଣା ସମ୍ପର୍କରେ ପିପରାହୀ ଥାନା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ସଂପୃକ୍ତ ଲୋକଙ୍କୁ ପଚରାଉଚରା କରି ଘଟଣାର ପରବର୍ତ୍ତୀ ତଦନ୍ତ ଜାରି ରଖିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।