Truck Catches Fire While Driver Was Cooking: NH-18 ଉପରେ ହୁତୁହୁତୁ ଜଳିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ଜାତୀୟ ରାଜପଥ ଉପରେ ଜଳୁଛି କଣ୍ଟେନର। ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ଶୁଖୁଆପୋଡ଼ା ଟୋଲ୍ ଗେଟ୍ ପାଖରେ ହୁତୁହୁତୁ ହୋଇ ଜଳୁଛି କଣ୍ଟେନର। ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି।
ଟ୍ରକଟି ବାରିପଦା ପଟୁ ଜାମସେଦପୁର ଆଡ଼କୁ ଯାଉଥିଲା। ଟ୍ରକକୁ ଚାଳକ ରାସ୍ତାକଡ଼ରେ ରଖି ରୋଷେଇ କରୁଥିବା ବେଳେ ନିଆଁ ଲାଗିଯାଇଥିବା କୁହାଯାଉଛି। କଣ୍ଟେନରରେ ଲୁଗାପଟା ଏବଂ କପଡ଼ା ସାମଗ୍ରୀ ଥିବା ଜଣାପଡିଛି। ତେବେ ସୌଭାଗ୍ୟବଶତଃ ଟ୍ରକ୍ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଜାତୀୟ ରାଜପଥରେ ଜଳୁଛି କଣ୍ଟେନର
ବାରିପଦା ଦେଇ ଯାଇଥିବା ୧୮ ନମ୍ବର NHରେ ଜଳୁଛି କଣ୍ଟେନର
ଶୁଖୁଆପୋଡ଼ା ଟୋଲ୍ ଗେଟ୍ ପାଖରେ ହୁତୁହୁତୁ ହୋଇ ଜଳୁଛି
ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା
ନିଆଁ ଲିଭାଇବାକୁ ଦମକଳ ବାହିନୀର ଉଦ୍ୟମ ଜାରି
ବାରିପଦାରୁ ଜାମସେଦପୁର ଯାଉଥିଲା ଟ୍ରକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।