Global Growth May Slow to 2.6%: ବିଶ୍ୱ ଅର୍ଥନୀତିରେ ଝଡ଼, ୨.୬%କୁ ଖସିବ ଅଭିବୃଦ୍ଧି
ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଧିମା ହେବ ବିଶ୍ୱ ଅର୍ଥନୀତିର ଗତି। ୨୦୨୬ରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ୨.୬ ପ୍ରତିଶତକୁ ଖସିବା ନେଇ ଆକଳନ କରିଛି ମିଳିତ ଜାତିସଂଘର ବାଣିଜ୍ୟ ଓ ବିକାଶ ସଂସ୍ଥା UNCTAD। ଗତବର୍ଷ ଏହି ହାର ୨.୯ ପ୍ରତିଶତ ଥିଲା। ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଇନ୍ଧନ ମୂଲ୍ୟ ବୃଦ୍ଧି ବିଶ୍ୱ ଅର୍ଥନୀତି ଉପରେ ଚାପ ପକାଇବ।
ଅନ୍ୟପଟେ, ବିଶ୍ୱ ଅଭିବୃଦ୍ଧିରେ ଏସିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ୨୦୨୬ରେ ବିଶ୍ୱ ଅଭିବୃଦ୍ଧିର ୫୯ ପ୍ରତିଶତ ଏସିଆରୁ ଆସିବାର ଆକଳନ କରାଯାଇଛି। ଭାରତର ଅଭିବୃଦ୍ଧି ହାର ୭.୩ ପ୍ରତିଶତ, ଚୀନ୍ର ୪.୫ ପ୍ରତିଶତ ଏବଂ ଇଣ୍ଡୋନେସିଆର ୫.୨ ପ୍ରତିଶତ ରହିପାରେ।
ସେହିପରି, ୨୦୨୪ ପରଠାରୁ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ୨୦ ପ୍ରତିଶତରୁ ଅଧିକ କମିଛି। AI ସମ୍ବନ୍ଧୀୟ ସାମଗ୍ରୀ ଓ ସେମିକଣ୍ଡକ୍ଟର୍ ବିଶ୍ୱ ବାଣିଜ୍ୟକୁ ଆଗକୁ ବଢ଼ାଉଥିବା ବେଳେ, ଏହା ଆର୍ଥିକ ସ୍ଥିରତା ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଛି UNCTAD।
ବିଶ୍ୱ ବ୍ୟାଙ୍କ ୨.୫ ପ୍ରତିଶତ ଏବଂ IMF ୩ ପ୍ରତିଶତ ବିଶ୍ୱ ଅଭିବୃଦ୍ଧିର ଆକଳନ କରିଛନ୍ତି। ତେଣୁ ମଧ୍ୟପ୍ରାଚ୍ୟ ସଙ୍କଟ ଓ ବଢ଼ୁଥିବା ଇନ୍ଧନ ମୂଲ୍ୟ ମଧ୍ୟରେ ବିଶ୍ୱ ଅର୍ଥନୀତିର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।