Gold: ଗଳାବାଟରେ ଆସୁଛି ସୁନା: ଚୋରା ସୁନାରେ ୧୫୦୦% ବୃଦ୍ଧି

Nov 04, 2026 - 07:04
Gold: ଗଳାବାଟରେ ଆସୁଛି ସୁନା: ଚୋରା ସୁନାରେ ୧୫୦୦% ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁନା ଆମଦାନି ଉପରେ ଟିକସ ଲଗାଇବା ପରେ ଚୋରାଚାଲାଣ ଯଥେଷ୍ଟ ବଢ଼ିଯାଇଛି।

ବିଶ୍ବ ସୁନା ପରିଷଦର ଏକ ରିପୋର୍ଟରେ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବେଆଇନ ସୁନା ଆମଦାନି ୧୫୦୦% ବଢ଼ିଥିବା ଦାବି କରାଯାଇଛି।

ବର୍ଷକ ପୂର୍ବେ ଏହି ତିନି ମାସରେ ବେଆଇନ ବାଟରେ ଦେଶକୁ ମାତ୍ର ୩ ଟନ୍‌ ସୁନା ଆସିଥିଲା।

ଚଳିତ ବର୍ଷ କିନ୍ତୁ ୫୦ ଟନ୍‌ ସୁନା ପ୍ରବେଶ କରିଛି।

୨୦୨୩ ପରେ ସର୍ବାଧିକ ପରିମାଣର ସୁନା ଏବେ ବେଆଇନ ଉପାୟରେ ଭାରତକୁ ଆସିଥିବା ରିପୋର୍ଟରେ କୁହାଯାଇଛି।

ବିଦେଶୀ ମୁଦ୍ରା ସଞ୍ଚୟ ରଣନୀତିର ଅଂଶ ଭାବେ କେନ୍ଦ୍ର ସରକାର ସୁନା ଓ ରୁପା ଆମଦାନି ଉପ‌ରେ ଟିକସକୁ ୧୫%କୁ ବୃଦ୍ଧି କରିଛନ୍ତି।

ଏହାପରେ ବିଭିନ୍ନ ଗଳାବାଟରେ ଦେଶକୁ ସୁନା ଆଣିବା ଲାଗି ଉଦ୍ୟମ ଚାଲିଛି।

ଟିକସ ଫାଙ୍କିବା ଲାଗି ପ୍ରୟାସ କରାଯାଉଛି।

ବିଭିନ୍ନ ଲୋକମାନଙ୍କ ଜରିଆରେ ଅଳ୍ପ ଅଳ୍ପ ପରିମାଣରେ ସୁନା ଅଣାଯାଉଛି।

ଇତିହାସକୁ ଦେଖିଲେ ଏହା ଜଣାପଡ଼ୁଛି ଯେ ଯେଉଁ ସମୟରେ ଏହି ଦୁଇ ଧାତବ ଉପରେ ଟିକସ ବୃଦ୍ଧି କରାଯାଇଥିଲା, ସେହି ସମୟରେ ଚୋରାଚାଲାଣ ବୃଦ୍ଧି ପାଇଥିଲା।

Advertisment ଭାରତ ହେଉଛି ବିଶ୍ବର ଦ୍ବିତୀୟ ବଡ଼ ସୁନା ବ୍ୟବହାର ହେଉଥିବା ଦେଶ।

ନିଜ ଚାହିଦା ପୂରଣ କରିବା ଲାଗି ପ୍ରତିବର୍ଷ ବିପୁଳ ପରିମାଣର ସୁନା ଦେଶକୁ ଆମଦାନି କରାଯାଉଛି।

ଭାରତୀୟ ପରିବାରରେ ସୁନାର ସାଂସ୍କୃତିକ ଓ ଆର୍ଥିକ ମହତ୍ତ୍ବ ମଧ୍ୟ ରହିଛି।

ବିବାହ, ଧାର୍ମିକ କାର୍ଯ୍ୟକ୍ରମ ଓ ଉତ୍ସବ ସମୟ‌ରେ ଲୋକମାନେ ସୁନା କିଣିଥାନ୍ତି।

ଏହାକୁ ଗହଣା, ଉପହାର ଓ ପରିବାରର ସମ୍ପତ୍ତି ଭାବେ ବ୍ୟବହାର କରାଯାଉଛି।

ଆମଦାନି ଶୁଳ୍କ ବଢ଼ିବା ପରେ ଦେଶ ଭିତରେ ମଧ୍ୟ ବେଆଇନ କାରବାର ବଢ଼ିଛି।

ବିନା ବିଲ୍‌ ଓ ଇନ୍‌ଭଏସ୍‌ରେ ସୁନା ବିକ୍ରି କରାଯାଉଛି।

ଫଳରେ ସରକାରୀ ଅଧିକାରୀମାନେ ସେହି କାରବାରର ଟେର୍‌ ପାଉନାହାନ୍ତି।

ଭାରତରେ ସାଧାରଣତଃ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଅଧିକ ସୁନା ବିକ୍ରି ହୋଇଥାଏ।

କାରଣ ଏହି ସମୟରେ ଧନ୍‌ତେରସ୍‌, ଦୀପାବଳି ଭଳି ଉତ୍ସବ ପଡ଼ୁଥିବା ବେଳେ ଲୋକମାନେ ବିବାହ ପାଇଁ ମଧ୍ୟ ସୁନା କିଣିଥାନ୍ତି।

ଗତ କିଛି ଦିନ ଧରି ସୁନା ଦର ଲଗାତାର ଭାବେ ହ୍ରାସ ପାଉଛି।

ବର୍ଷର ସର୍ବୋଚ୍ଚ ସ୍ତରଠାରୁ ଏହା ଯଥେଷ୍ଟ ତଳକୁ ଖସିଆସିଛି।

ତେଣୁ ଧନ୍‌ତେରସ୍‌ ସମୟରେ ସୁନା କାରବାର ଉତ୍ସାହଜନକ ରହିବା ଆଶା କରାଯାଉଛି।

ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୪୦୦୦ ଡଲାରକୁ ହ୍ରାସ ପାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।