Murder case: ଅପହରଣ ପରେ ହତ୍ୟା ଉଦ୍ୟମ ମାମଲା: ୯ ଜଣଙ୍କୁ ଆଜୀବନ, ପୁଲିସ ହେପାଜତରୁ ଅଭିଯୁକ୍ତ ଫେରାର

Nov 04, 2026 - 03:10
Murder case: ଅପହରଣ ପରେ ହତ୍ୟା ଉଦ୍ୟମ ମାମଲା: ୯ ଜଣଙ୍କୁ ଆଜୀବନ, ପୁଲିସ ହେପାଜତରୁ ଅଭିଯୁକ୍ତ ଫେରାର

ରାୟଗଡ଼ା: ୨୦୧୯ରେ ଟ୍ରେନ୍‌ରୁ ଜଣେ ଯୁବକଙ୍କୁ ଅପହରଣ ପରେ ଅପ୍ରାକୃତିକ ଯୌନସମ୍ପର୍କ ଓ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଳ୍ପନା ସ୍ୱାଇଁ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।

ମାମଲାରେ ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଦଣ୍ଡିତ ଅପରାଧୀଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ପା ଶିବା ରହିଛି।

ରାୟ ପ୍ରକାଶ ପରେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଦୋଷୀ ସାବ୍ୟସ୍ତ ପରିବାରର ହୋହଲ୍ଲା ସୁ‌ଯୋଗ ନେଇ ପୂର୍ବରୁ ଜାମିନରେ ଆସିଥିବା ଶୁଣ୍ଢି ପ୍ରକାଶ ପୁଲିସ ହେପାଜତରୁ ଫେରାର ହୋଇଯାଇଛି।

ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ ପୁଲିସ ଟିମ୍ ସହ କୋର୍ଟରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।

Advertisment Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ କୋର୍ଟ ପରିସରରେ ଉତ୍ତେଜନା ୨୦୧୯ ନଭେମ୍ବର ୧୮ରେ ରାୟଗଡ଼ା ଥାନା ଲାଡ଼ା ରେଳଷ୍ଟେସନ୍‌ ନିକଟରୁ ଚେନ୍ନାଇରୁ ଟିଟିଲାଗଡ଼ ଯାଉଥିବା ବିଭୂତି ଭୂଷଣ ପୂଜାରୀଙ୍କୁ ଅଭିଯୁକ୍ତମାନେ ଅପହରଣ କରିଥିଲେ।

ଗଞ୍ଜେଇ ଚାଲାଣ କରୁଥିବାର ଧମକ ଦେଇ ଅଭିଯୁକ୍ତମାନେ ବିଭୂତିଙ୍କୁ ଅପହରଣ କରିବା ସହ ୧୦ ଲକ୍ଷ ଟଙ୍କାରେ ମୁଣ୍ଡଜାମିନ ରଖିଥିଲେ।

ଅପହରଣ କରି ତାଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିଲେ।

ବିଭୂତିଙ୍କ ବାପା ପଞ୍ଚାନନ ପୂଜାରୀ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ଉ ସମୟରେ ଅଭିଯୁକ୍ତମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ।

ପୁଲିସ ପାଲଟା ଗୁଳିଚାଳନା କରିବା ପରେ ସଭିଁଏ ଫେରାର ହୋଇଯାଇଥିଲେ।

ତତ୍କାଳୀନ ଏସ୍‌ଆଇ ରିଗାନ କିଣ୍ଡୋ ମାମଲାର ତଦନ୍ତ କରି ଅଭିଯୁକ୍ତ ହାଡ଼ପା ଶିବା, ଜି.ବାଙ୍ଗାରୁ, ଶୁଣ୍ଢି ସୁରଜ, ଶୁଣ୍ଢି ପ୍ରକାଶ, ମାଝୀ ଜୋସେଫ, ଜି.ବେଣୁ, ଜି.ତେଜା, ଜି.ସୁରେନ୍ଦ୍ର ଓ ମାଝୀ ରାଜାକୁ ଗିରଫ କରି କୋର୍ଟଚାଲାଣ କରିଥିଲେ।

ମାମଲାର ଶୁଣାଣି ଚାଲିଥିବା ବେଳେ ୩୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଳ୍ପନା ସ୍ବାଇଁ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

୮ ଦୋଷୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଏବଂ ମାଝୀ ରାଜାକୁ ୧୦ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି।

ଜରିମାନା ଅନାଦାୟ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।

ସରକାରଙ୍କ ପକ୍ଷରୁ ରଜତ ରଞ୍ଜନ ଖଟୁଆ ମାମଲା ପରିଚାଳନା କରୁଥିଲେ।

Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।