Gold Becomes More Expensive: ସୁନା ଦରରେ ବଡ଼ ଝଟକା, ଦିନକରେ ବଢ଼ିଲା ୨ ହଜାର ୯୦୦ ଟଙ୍କା

Nov 05, 2026 - 13:46
Gold Becomes More Expensive: ସୁନା ଦରରେ ବଡ଼ ଝଟକା, ଦିନକରେ ବଢ଼ିଲା ୨ ହଜାର ୯୦୦ ଟଙ୍କା

ସୁନା କିଣିବାକୁ ଯୋଜନା କରୁଛନ୍ତି କି ?

ହଠାତ୍ ବଢ଼ିଗଲା ସୁନା ଓ ରୁପା ଦର।

ନଭେମ୍ବର ଆରମ୍ଭରୁ ଲଗାତାର ଉପରମୁହାଁ ହେଉଛି ଦାମ୍।

ଗୋଟିଏ ଦିନରେ ସୁନା ୩ ହଜାର ଟଙ୍କା ପାଖାପାଖି ମହଙ୍ଗା ହୋଇଥିବା ବେଳେ ରୁପା କିଲୋ ପିଛା ବଢ଼ିଛି ୧୦ ହଜାର ଟଙ୍କା।

ଏହି ଦରବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment ଗୋଟିଏ ଦିନରେ ସୁନା ୩ ହଜାର ଟଙ୍କା ମହଙ୍ଗା!

ବଜାରରେ ସୁନା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି।

୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨ ହଜାର ୯୦୦ ଟଙ୍କା ବଢ଼ି ୧ ଲକ୍ଷ ୩୦ ହଜାର ୯୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ୨୪ କ୍ୟାରେଟ୍ ସୁନାର ଦାମ୍ ୩ ହଜାର ୧୬୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୪୨ ହଜାର ୮୦୦ ଟଙ୍କା ହୋଇଛି।

ରୁପା ଦରରେ ବି ବଡ଼ ଝଟକା!

କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଗ୍ରାହକଙ୍କୁ ଝଟକା ଦେଇଛି।

ଦିନକରେ ରୁପା କିଲୋ ପିଛା ୧୦ ହଜାର ଟଙ୍କା ବଢ଼ି ୨ ଲକ୍ଷ ୧୦ ହଜାର ଟଙ୍କାରେ ପହଞ୍ଚିଛି।

ଫଳରେ ସୁନା ସହ ରୁପା କିଣିବା ମଧ୍ୟ ଏବେ ମହଙ୍ଗା ହୋଇଯାଇଛି।

Advertisment ୪ ଦିନରେ ସୁନା ଦରରେ କେତେ ବୃଦ୍ଧି?

ନଭେମ୍ବର ମାସ ଆରମ୍ଭରୁ ସୁନା ଦରରେ ଲଗାତାର ବୃଦ୍ଧି ହେଉଛି।

ଗତ ମାତ୍ର ୪ ଦିନ ମଧ୍ୟରେ ୨୨ କ୍ୟାରେଟ୍ ସୁନା ୩ ହଜାର ୬୦୦ ଟଙ୍କା ମହଙ୍ଗା ହୋଇଛି।

ସେହିପରି ୨୪ କ୍ୟାରେଟ୍ ସୁନା ଦରରେ ୩ ହଜାର ୯୨୦ ଟଙ୍କା ବୃଦ୍ଧି ହୋଇଛି।

ଏଭଳି ଲଗାତାର ଦରବୃଦ୍ଧି ଯୋଗୁଁ ବିବାହ ଋତୁରେ ଗହଣା କିଣିବାକୁ ଯୋଜନା କରିଥିବା ପରିବାରଙ୍କ ବଜେଟ୍ ବିଗିଡ଼ିବା ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।