Gold Price Update: ଦୂର୍ଗାପୂଜା ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ
ଆଗକୁ ଆସୁଛି ଦଶହରା। ପାର୍ବଣ ଋତୁରେ ସୁନା ଗହଣା କିଣିବାକୁ ଚାହାଁନ୍ତି ପ୍ରତ୍ୟେକ ଭାରତୀୟ। ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆଜିର ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଅକ୍ଟୋବର ୧୨ ତାରିଖରେ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ପ୍ରାୟ ୧,୫୧,୪୧୦ ଟଙ୍କା ରହିଛି। ଗତ କାଲିଠାରୁ ଆଜି ୪୪୦ ଟଙ୍କା କମିଛି। ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ଗତ କାଲିଠାରୁ ୪୦୦ ଟଙ୍କା କମି ୧୦ ଗ୍ରାମ୍ ପିଛା ୧,୩୮,୭୯୦ ଟଙ୍କା ରହିଛି। ଏଥିରେ ଜିଏସଟି ଓ ମେକିଂ ଚାର୍ଜ (ଗଢା ମଜୁରୀ) ଅନ୍ତର୍ଭୂକ୍ତ ନାହିଁ।
ଗତ ଅକ୍ଟୋବର ୧ରେ ସୁନା ଦର ୧ ଲକ୍ଷ ୪୯ ହଜାର ୫୮୦ ଟଙ୍କା ଥିବା ଅକ୍ଟୋବର ୧୨ ସୁଦ୍ଧା ସୁନା ଦର ୧ ଲକ୍ଷ ୫୧ ହଜାର ୪୧୦ ଟଙ୍କାରେ ପହଞ୍ଚିଛି। ଅକ୍ଟୋବର ୧ରୁ ଅକ୍ଟୋବର ୧୨ ମଧ୍ୟରେ ସୁନା ଦର ୧୦ ଗ୍ରାମ୍ ପିଛା ୧,୮୩୦ ଟଙ୍କା ବୃଦ୍ଧି ପାଇଛି। ତେଣୁ ଆଜି ଦରରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ମାସ ଆରମ୍ଭ ତୁଳନାରେ ସୁନା ମହଙ୍ଗା ରହିଛି।
ତେବେ ଗତ ୬ ମାସ ମଧ୍ୟରେ ତଥ୍ୟ ଦେଖିଲେ ଜୁନ ମାସ ଶେଷରେ ସବୁଠୁ କମ୍ ଦର ରହିଥିଲା। ଜୁନ୍ ୧ ତାରିଖରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧ ଲକ୍ଷ ୫୭ ହଜାର ୩୦ ଟଙ୍କା ଥିବା ବେଳେ, ଜୁନ୍ ୩୦ ତାରିଖରେ ଏହା ହ୍ରାସ ପାଇ ୧ ଲକ୍ଷ ୪୧ ହଜାର ୯୨୦ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ମାସକ ମଧ୍ୟରେ ସୁନା ଦର ୧୦ ଗ୍ରାମ୍ ପିଛା ୧୫,୧୧୦ ଟଙ୍କା କମିଥିଲା।
ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ:
ହାଇଦ୍ରାବାଦ – ୧,୫୧,୪୧୦ ଟଙ୍କା (୨୪ କ୍ୟାରେଟ୍), ୧,୩୮,୭୯୦ (୨୨ କ୍ୟାରେଟ୍)
• ମୁମ୍ବାଇ – ୧,୫୧,୪୧୦ ଟଙ୍କା (୨୪ କ୍ୟାରେଟ୍), ୧,୩୮,୭୯୦ (୨୨ କ୍ୟାରେଟ୍)
• ଦିଲ୍ଲୀ – ୧,୫୧,୫୬୦ ଟଙ୍କା (୨୪ କ୍ୟାରେଟ୍), ୧,୩୮,୯୪୦ (୨୨ କ୍ୟାରେଟ୍)
• କୋଲକାତା – ୧,୫୧,୪୧୦ ଟଙ୍କା (୨୪ କ୍ୟାରେଟ୍), ୧,୩୮,୭୯୦ (୨୨ କ୍ୟାରେଟ୍)
• ଚେନ୍ନାଇ – ୧,୫୧,୫୬୦ ଟଙ୍କା (୨୪ କ୍ୟାରେଟ୍), ୧,୩୮,୯୪୦ (୨୨ କ୍ୟାରେଟ୍)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।