Gold Prices Today: ୨ ମାସର ନିମ୍ନସ୍ତରରେ ସୁନା ଦର
ନୂଆଦିଲ୍ଲୀ/ ଭୁବନେଶ୍ବର: ଧନତେରସ୍ ପୂର୍ବରୁ ସୁନା ଦରରେ ହ୍ରାସ ଘଟିଛି।
ଅନ୍ତର୍ଜାତୀୟ ବଜାରରେ ସୁନା ଦର ଦୁଇ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି।
ସ୍ପଟ୍ ସୁନାର ଆଉନ୍ସ ପିଛା ଦାମ୍ ୪୦୬୦ ଡଲାର ହୋଇଛି।
ଅଶୋଧିତ ତୈଳ ଦରବୃଦ୍ଧି ଓ ଦରଦାମ୍କୁ ନେଇ ଚିନ୍ତା ବଢ଼ିଥିବା ବେଳେ ସୁନା ଦରରେ ହ୍ରାସ ଘଟିଛି।
ରୁପାର ଆଉନ୍ସ ପିଛା ଦର ୫୫.୭୨ ଡଲାର, ପ୍ଲାଟିନମ୍ ୧୫୮୧.୭୩ ଡଲାର ଓ ପାଲାଡିୟମ୍ ଦର ୧୦୫୯.୭୫ ଡଲାରକୁ ହ୍ରାସ ପାଇଛି।
Advertisment ଏଏନ୍ଜେଡ୍ର ଆନାଲିଷ୍ଟ ସୋନି କୁମାରୀ କହିଛନ୍ତି, ବିଶ୍ବ ଶକ୍ତି ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ସୁନା ଦର ଆହୁରି ତଳକୁ ଯିବାର ସମ୍ଭାବନା ରହିଛି।
ସାଧାରଣତଃ ଦରବୃଦ୍ଧି, ସୁଧ ହାର ବୃଦ୍ଧି ଓ ବୈଶ୍ବିକ ଅନିଶ୍ଚିତତା ସମୟରେ ନିବେଶକମାନେ ସୁନା କିଣିବାକୁ ପସନ୍ଦ କରିଥାନ୍ତି।
ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୧୫୫୦ ଟଙ୍କା ହ୍ରାସ ପାଇ ୧,୩୨,୩୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୧୭୦୦ ଟଙ୍କା ହ୍ରାସ ପାଇ ୧,୪୪,୩୮୦ ଟଙ୍କା ହୋଇଛି।
ସୁନା ଦରରେ ହ୍ରାସ ଘଟିଛି ଚଳିତ ମାସରେ ସୁନା ଦରରେ ପ୍ରାୟ ୪୦୦୦ ଟଙ୍କାର ହ୍ରାସ ହୋଇଛି।
ଗତ ଦୁଇଦିନ ଧରି ଏହାର ଦାମ୍ ଲଗାତାର ଭାବେ ହ୍ରାସ ପାଉଛି।
ଅନ୍ୟପକ୍ଷରେ, ରୁପା ଦର ମଧ୍ୟ କେଜି ପିଛା ୫୦୦୦ ଟଙ୍କା ହ୍ରାସ ପାଇ ୨,୨୫,୦୦୦ ଟଙ୍କା ହୋଇଛି।
ଚଳିତ ମାସରେ ଏଯାବତ୍ ଏହାର ଦର ୧୫ ହଜାର ଟଙ୍କା ହ୍ରାସ ପାଇଛି।
ମାସ ଆରମ୍ଭରେ ଭୁବନେଶ୍ବରରେ ରୁପା କେଜି ୨,୪୦,୦୦୦ ଟଙ୍କା ଥିଲା।
ChatGPT: ଚାଟ୍ଜିପିଟିରେ ପ୍ରାଇଭେଟ୍ ଚାଟ୍ କେମିତି ଲକ୍ ଓ ଅନ୍ଲକ୍ କରିବେ?
ଜାଣନ୍ତୁ ପୂରା ପ୍ରକ୍ରିୟା…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।