President to Visit Rairangpur ୨୮ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ, ସଜେଇ ହୋଇଛି ସହର
ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ୨୮ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ରାଷ୍ଟ୍ରପତି ଯେଉଁ ସ୍ଥାନଗୁଡ଼ିକୁ ଗସ୍ତ କରିବେ ସେହି ଅଞ୍ଚଳ ଓ କୋଠାକୁ ଭଳିକି ଭଳି ରଙ୍ଗୀନ ଆଲୋକରେ ସଜାଯାଇଛି।
Advertisment Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ୨୮ ତାରିଖ ସକାଳ ୧୦.୪୫ରେ ରାଷ୍ଟ୍ରପତି ଦାଣ୍ଡବୋଷରେ ପହଞ୍ଚି ବାହାଲଦା ଓ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।୨୮ ରେ ସବୁଜ ପତାକା ଦେଖାଇ ବାଦାମପାହାଡ - ପୁରୀ ଏକ୍ସପ୍ରେସର ଶୁଭାରମ୍ଭ କରିବେ।
Draupadi Murmu: ଜୁନ୍ ୨୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ; ଓଡ଼ିଶାରେ ହେବ ପାଳନ!
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ରାଇରଙ୍ଗପୁର ରେଳ ଷ୍ଟେସନକୁ ମଧ୍ୟ ଅମୃତ ଭାରତ ଯୋଜନାରେ ନବୀକରଣ କରାଯାଇଛି।
ନୂଆ କୋଠା ଉପରେ ରାଇରଙ୍ଗପୁର ଲେଖା, ଘଣ୍ଟା, ସବୁଜ ଘାସ, ଫୁଟପାଥ ସଜା ହୋଇଛି।
ଏଠାରୁ ରାଷ୍ଟ୍ରପତି ନୂଆ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ଷ୍ଟେସନର କାନ୍ଥରେ ସାନ୍ତାଳୀ ଚିତ୍ରକଳା, ୱାର୍ଲୀ ପେଣ୍ଟିଂ, ମୟୂର ଓ ଆଦିବାସୀ ସଂସ୍କୃତିର ଚିତ୍ର ଅଙ୍କା ଯାଇଛି ଯାହା ସହରର ସୌନ୍ଦର୍ଯ୍ୟ ବଢ଼ାଇଛି।
ସହରର ମୁଖ୍ୟ ରାସ୍ତା, କଚେରୀ ପଡ଼ିଆ, ବହଳଦା ମା' କିଚକେଶ୍ୱରୀ ମନ୍ଦିର ରାସ୍ତା, ସ୍ପୋର୍ଟସ କମ୍ପ୍ଲେକ୍ସ, ଦାଣ୍ଡବୋଷ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ମରାମତି ଓ ଆଲୋକୀକରଣ କରାଯାଉଛି।
ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।