Google: ନାବାଳିକାଙ୍କୁ ଜୀବନ ହାରିବା ଉପାୟ କହିଲା ଜେମିନି ଏଆଇ! ଗୁଗୁଲ୍ ବିରୋଧରେ ରୁଜୁ ହେଲା ମାମଲା
ଆମେରିକା: ସ୍କୁଲରୁ ମିଳିଥିବା କ୍ରୋମବୁକ୍ ଲାପଟପ ଜଣେ ୧୩ ବର୍ଷୀୟା ନାବାଳିକା ଓ ଗୁଗୁଲ୍ର ଜେମିନି ଏଆଇ ଚାଟ୍ବଟ୍ ମଧ୍ୟରେ ଏକ ଭୟାନକ ଆଲୋଚନାର ସୂତ୍ରପାତ କରିଛି।
ଆମେରିକାର ଏକ ନୂଆ ମାମଲାରେ ନାବାଳିକାଙ୍କ ପିତାମାତା ଗୁଗୁଲ୍ ବିରୋଧରେ ଅଭିଯୋଗ ଆଣିଛନ୍ତି।
Advertisment ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗୁଗୁଲ୍ ର ଏଆଇ ଚାଟ୍ବଟ୍ ସେମାନଙ୍କ ଝିଅ ସହ ଆତ୍ମହତ୍ୟାର ବିଭିନ୍ନ ଉପାୟ ନେଇ ଆଲୋଚନା କରିଥିଲା।
ଏପରିକି ତାଙ୍କ ଅନ୍ତିମ ସଂସ୍କାରର ଯୋଜନା କରିବାରେ ସହାୟତା କରିବା ସହ ନିଜ ମାନସିକ ସମସ୍ୟାକୁ ପରିବାରଠାରୁ କିପରି ଲୁଚାଇବେ, ସେ ବିଷୟରେ ମଧ୍ୟ ପରାମର୍ଶ ଦେଇଥିଲା।
ମାମଲାରେ ପୀଡ଼ିତାଙ୍କ ପରିଚୟ ଏମା ଭାବେ ଉଲ୍ଲେଖ କରାଯାଇଛି।
୧୩ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ଜେମିନି ଚାଟ୍ବଟ୍ ସହ କଥା ହୋଇଥିଲେ।
ସ୍କୁଲ ପକ୍ଷରୁ ମିଳିଥିବା କ୍ରୋମବୁକ୍ ଲାପଟପ୍ ଜରିଆରେ ସେ ଏହି ଏଆଇ ଟୁଲ୍ ବ୍ୟବହାର କରୁଥିଲେ।
ମାମଲା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସାଧାରଣ ମାନସିକ ସ୍ୱାସ୍ଥ୍ୟ ଆଲୋଚନାର ସୀମା ଅତିକ୍ରମ କରିଥିଲା।
ଚାଟ୍ବଟ୍ ମୃତ୍ୟୁର ବିଭିନ୍ନ ଉପାୟ ସମ୍ପର୍କରେ ତାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଅନ୍ତିମ ସଂସ୍କାର ପାଇଁ ଯୋଜନା ପ୍ରସ୍ତୁତିରେ ସହାୟତା କରିଥିବା ଅଭିଯୋଗ ହୋଇଛି।
ସ୍କୁଲର ମନିଟରିଂ ସଫ୍ଟୱେର୍ରୁ ଖୋଲିଲା ରହସ୍ୟ ଏହି ଚକିତ କଲା ଭଳି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସ୍କୁଲର ମନିଟରିଂ ସଫ୍ଟୱେର୍ ଏମାଙ୍କ ଦ୍ୱାରା ପ୍ରସ୍ତୁତ ଏକ ସନ୍ଦେହଜନକ ଡକ୍ୟୁମେଣ୍ଟକୁ ଚିହ୍ନଟ କରିଥିଲା।
ସେଥିରେ ନିଜ ଅନ୍ତିମ ସଂସ୍କାର ସମ୍ପର୍କରେ ଯୋଜନା ଲେଖାଯାଇଥିଲା।
ଏହି ସତର୍କ ସୂଚନା ପାଇବା ପରେ ପିତାମାତା ଘଟଣାର ପୂରା ସତ୍ୟ ଜାଣିବାକୁ ପାଇଥିଲେ।
ଏହାପରେ ସେମାନେ ଗୁଗୁଲ୍ ବିରୋଧରେ ଅଦାଲତରେ ମାମଲା ରୁଜୁ କରିଛନ୍ତି।
ପରିବାରର ଅଭିଯୋଗ ହେଉଛି, ପର୍ଯ୍ୟାପ୍ତ ସତର୍କ ସୂଚନା କିମ୍ବା ସୁରକ୍ଷା ବ୍ୟବସ୍ଥା ବିନା ଗୁଗୁଲ୍ ଏଭଳି ବିପଜ୍ଜନକ ଏଆଇ ଟୁଲ୍କୁ ପିଲାମାନଙ୍କ ପାଇଁ ସହଜରେ ଉପଲବ୍ଧ କରାଇଛି।
ଏମା ଯେଉଁ ଜେମିନି ୩ ଫ୍ଲାସ୍ ମଡେଲ୍ ସହ କଥା ହେଉଥିଲେ, ତାହା ମାନସିକ ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଷୟକୁ ସଠିକ୍ ଭାବେ ସମ୍ଭାଳିବା ପାଇଁ ପ୍ରସ୍ତୁତ ନଥିବା କଥା ଗୁଗୁଲ୍ ପୂର୍ବରୁ ଜାଣିଥିଲା।
ଏହି ଗମ୍ଭୀର ମାମଲାରେ କ୍ଷତିପୂରଣ ଦାବି କରି ସୋମବାର କୋର୍ଟରେ ମାମଲା ରୁଜୁ କରିଛନ୍ତି।
ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଗୁଗୁଲ୍ର ମୁଖପାତ୍ର ଜୋସ୍ କାଷ୍ଟାନେଡା କହିଛନ୍ତି ଯେ, କମ୍ପାନି ଏହି ଦାବିଗୁଡ଼ିକର ଗଭୀର ଯାଞ୍ଚ କରୁଛି।
ଯୁବପିଢ଼ିଙ୍କ ସୁରକ୍ଷା ପାଇଁ କମ୍ପାନି ସର୍ବଦା ଡାକ୍ତରୀ ବିଶେଷଜ୍ଞ ଓ ଅନ୍ୟ ବିଶେଷଜ୍ଞଙ୍କ ସହ ମିଶି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।
ଗଞ୍ଜାମରେ ଗଡ଼ିଲା ଇଲେକ୍ଟ୍ରିକ୍ ବସ୍, ୮ଟି ରୁଟ୍ରେ ଚାଲିବ ୨୫ଟି ଗାଡ଼ି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।