Indian Markets Open Strong: ଧନତେରସ ପୂର୍ବରୁ ଶେୟର ବଜାରରେ ଧମାକା, ଚଢ଼ିଲା ସେନସେକ୍ସ; ବଢ଼ିଲା ସମ୍ପତ୍ତି

Nov 05, 2026 - 14:50
Indian Markets Open Strong: ଧନତେରସ ପୂର୍ବରୁ ଶେୟର ବଜାରରେ ଧମାକା, ଚଢ଼ିଲା ସେନସେକ୍ସ; ବଢ଼ିଲା ସମ୍ପତ୍ତି

ଭାରତୀୟ ଶେୟର ବଜାରରେ ଧନତେରସ ପୂର୍ବରୁ ଦେଖିବାକୁ ମିଳିଛି ଜବରଦସ୍ତ ତେଜି।

କାରବାର ଆରମ୍ଭ ହେବା ମାତ୍ରେ ବଜାରରେ ଜୋରଦାର କିଣାକିଣି ଦେଖାଯାଇଥିଲା।

BSE ସେନସେକ୍ସ ୧,୪୨୯.୫୫ ପଏଣ୍ଟ ବା ୧.୮୫ ପ୍ରତିଶତ ଉଛାଳି ୭୮,୭୩୦.୯୫ ସ୍ତରରେ ଖୋଲିଥିଲା।

ସେହିପରି NSE ନିଫ୍ଟି-୫୦ ୪୦୩.୫୫ ପଏଣ୍ଟ ବା ୧.୬୮ ପ୍ରତିଶତ ବଢ଼ି ୨୪,୩୬୪.୧୫ ସ୍ତରରେ ପହଞ୍ଚିଥିଲା।

Advertisment ବଜାରର ଏହି ଜୋରଦାର ତେଜି ନିବେଶକଙ୍କ ସମ୍ପତ୍ତିକୁ ମଧ୍ୟ ବଡ଼ ଲାଭ ଦେଇଛି।

BSEରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମୋଟ ମାର୍କେଟ୍ କ୍ୟାପ୍ ପୂର୍ବ କାରବାର ଦିନର ୪,୯୦,୪୮,୩୧୨ କୋଟି ଟଙ୍କାରୁ ବଢ଼ି ୫,୦୦,୧୪,୭୩୪ କୋଟି ଟଙ୍କାରେ ପହଞ୍ଚିଛି।

ଅର୍ଥାତ୍ ମାତ୍ର କିଛି ସମୟର କାରବାରରେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୯.୬୬ ଲକ୍ଷ କୋଟି ଟଙ୍କା ବଢ଼ିଛି।

ବଜାରର ମଜବୁତ ମୁଡ୍‌କୁ ଶେୟର ସଂଖ୍ୟା ମଧ୍ୟ ସ୍ପଷ୍ଟ କରିଛି।

ପ୍ରାରମ୍ଭିକ କାରବାରରେ ପ୍ରାୟ ୨,୦୯୯ଟି ଶେୟର ଲାଭରେ କାରବାର କରୁଥିବାବେଳେ ୩୯୭ଟି ଶେୟର ହ୍ରାସରେ ଥିଲା।

୧୦୭ଟି ଶେୟରରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଇନଥିଲା।

Advertisment ସବୁଠୁ ଅଧିକ ତେଜି ଅଟୋ, ସିମେଣ୍ଟ ଓ ବ୍ୟାଙ୍କିଂ ସେକ୍ଟରରେ ଦେଖିବାକୁ ମିଳିଛି।

ସିମେଣ୍ଟ ଇଣ୍ଡେକ୍ସ ୨.୮୪ ପ୍ରତିଶତ ଏବଂ ନିଫ୍ଟି ଅଟୋ ୨.୪୦ ପ୍ରତିଶତ ବଢ଼ିଥିଲା।

ନିଫ୍ଟି ଫାଇନାନ୍ସିଆଲ୍ ସର୍ଭିସେସ୍ ୨.୩୮ ପ୍ରତିଶତ, ନିଫ୍ଟି ରିଅଲ୍ଟି ୨.୧୬ ପ୍ରତିଶତ ଏବଂ ନିଫ୍ଟି ପ୍ରାଇଭେଟ୍ ବ୍ୟାଙ୍କ ୧.୯୪ ପ୍ରତିଶତ ବଢ଼ିଥିଲା।

ନିଫ୍ଟି ବ୍ୟାଙ୍କ ମଧ୍ୟ ୧.୮୩ ପ୍ରତିଶତ ଉଛାଳି ୫୬,୯୩୭.୫୦ ସ୍ତରରେ ପହଞ୍ଚିଥିଲା।

ଏହାସହ ନିଫ୍ଟି IT ୧.୭୮ ପ୍ରତିଶତ, ମିଡିଆ ୧.୬୨ ପ୍ରତିଶତ ଏବଂ ମେଟାଲ୍ ୧.୧୨ ପ୍ରତିଶତ ବଢ଼ିଥିଲା।

ଅନ୍ୟପଟେ ନିଫ୍ଟି ଫାର୍ମା ୦.୨୦ ପ୍ରତିଶତ ଏବଂ ହେଲ୍ଥକେୟାର ୦.୩୩ ପ୍ରତିଶତ ହ୍ରାସରେ ଥିଲା।

ବଡ଼ ଶେୟରମାନଙ୍କ ମଧ୍ୟରେ ଇଣ୍ଡିଗୋ ସବୁଠୁ ଅଧିକ ଲାଭ କରିଛି।

ଇଣ୍ଟରଗ୍ଲୋବ ଏଭିଏସନ୍‌ର ଶେୟର ପ୍ରାୟ ୬.୬୦ ପ୍ରତିଶତ ବଢ଼ି ୫,୪୮୦ ଟଙ୍କାରେ ପହଞ୍ଚିଥିଲା।

ଏସିଆନ୍ ପେଣ୍ଟସ୍ ୪.୬୨ ପ୍ରତିଶତ, ଶ୍ରୀରାମ ଫାଇନାନ୍ସ ୩.୪୪ ପ୍ରତିଶତ, HDFC ବ୍ୟାଙ୍କ ୩.୧୬ ପ୍ରତିଶତ ଏବଂ କୋଟକ ବ୍ୟାଙ୍କ ୨.୮୪ ପ୍ରତିଶତ ବଢ଼ିଥିଲା।

ଏହାସହ ବଜାଜ ଫାଇନାନ୍ସ ୨.୬୨ ପ୍ରତିଶତ, ICICI ବ୍ୟାଙ୍କ ୨.୩୮ ପ୍ରତିଶତ ଏବଂ ମାରୁତି ସୁଜୁକି ୨.୩୭ ପ୍ରତିଶତ ବଢ଼ିଥିଲା।

ତେବେ ଡାକ୍ତର ରେଡ୍ଡିଜ୍ ଲ୍ୟାବ୍ସ, ସିପ୍ଲା, କୋଲ୍ ଇଣ୍ଡିଆ, ଭାରତୀ ଏୟାରଟେଲ୍ ଓ ONGC ପରି କିଛି ଶେୟର ଚାପରେ ରହିଥିଲା।

ଧନତେରସ ପୂର୍ବରୁ ବଜାରର ଏହି ଜୋରଦାର ଉଛାଳ ନିବେଶକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି।

ତେବେ ଶେୟର ବଜାରରେ ଉତ୍ଥାନ-ପତନ ସାଧାରଣ ଘଟଣା ହୋଇଥିବାରୁ ନିବେଶ ପୂର୍ବରୁ ବଜାର ପରିସ୍ଥିତି, କମ୍ପାନୀର ମୂଳ ତଥ୍ୟ ଓ ନିଜର ଝୁମ୍ପ ବହନ କ୍ଷମତାକୁ ଭଲଭାବେ ଯାଞ୍ଚ କରିବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।