Government Assures Protesting Teachers: ରାଜଧାନୀରେ ଶିକ୍ଷକ ଆନ୍ଦୋଳନ, ଦାବି ପୂରଣ ନେଇ ଦୁଇ ମନ୍ତ୍ରୀଙ୍କ ଆଶ୍ୱାସନା

Sep 05, 2026 - 15:44
Government Assures Protesting Teachers: ରାଜଧାନୀରେ ଶିକ୍ଷକ ଆନ୍ଦୋଳନ, ଦାବି ପୂରଣ ନେଇ ଦୁଇ ମନ୍ତ୍ରୀଙ୍କ ଆଶ୍ୱାସନା

ରାଜଧାନୀରେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ। ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ଶିକ୍ଷକଙ୍କ ସମସ୍ୟା ପ୍ରାୟ ୨୦ ବର୍ଷ ପୁରୁଣା ଏବଂ ଏହାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି। କମିଟି ରିପୋର୍ଟର ତର୍ଜମା କରି ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ। ତେଣୁ ସରକାରଙ୍କ ଉପରେ ବିଶ୍ବାସ ରଖି ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବାକୁ ଶିକ୍ଷକମାନଙ୍କୁ ଅପିଲ୍ କରିଛନ୍ତି ଆଇନ ମନ୍ତ୍ରୀ।

ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, କମିଟିର ପ୍ରାୟ ୮ ଶହ ପୃଷ୍ଠାର ୭୯ଟି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ରିପୋର୍ଟଗୁଡ଼ିକର ବିସ୍ତୃତ ଅନୁଧ୍ୟାନ ପରେ କମ୍ ସମୟ ମଧ୍ୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏଥିସହ ଶିକ୍ଷକଙ୍କ ଏକ ପ୍ରତିନିଧିମଣ୍ଡଳୀ ଆସି ସରକାରଙ୍କ ସହ ଆଲୋଚନା କରିବାକୁ ମଧ୍ୟ ଆହ୍ବାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

ଖୁବ୍ ଶୀଘ୍ର ନିଷ୍ପତ୍ତି: ଆଇନ ମନ୍ତ୍ରୀ
ଶିକ୍ଷକ ଆନ୍ଦୋଳନ; ଖୁବ ଶୀଘ୍ର ନିଷ୍ପତ୍ତି କହିଲେ ଆଇନ ମନ୍ତ୍ରୀ
‘କମିଟିର ରିପୋର୍ଟର ତର୍ଜମା କରି ସରକାର ନିଷ୍ପତ୍ତି ନେବେ’
‘ରିପୋର୍ଟର ତଜର୍ମା ନ କରି ସରକାର ନିଷ୍ପତ୍ତି ନେଇ ପାରିବେନି’
‘ଆପଣମାନେ ବିଶ୍ବାସକୁ ନେଇ ଆନ୍ଦୋଳନ ବନ୍ଦ କରି ଘରକୁ ଫେରନ୍ତୁ’
‘ସମସ୍ୟା ପ୍ରାୟ ୨୦ ବର୍ଷର, ସରକାର ସମ୍ବେଦନଶୀଳ ଅଛନ୍ତି’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।