Government Assures Support to Affected Farmers: ଚାଷୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ: ତୁରନ୍ତ କରନ୍ତୁ ପଞ୍ଜୀକରଣ

Oct 30, 2026 - 15:42
Government Assures Support to Affected Farmers: ଚାଷୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ: ତୁରନ୍ତ କରନ୍ତୁ ପଞ୍ଜୀକରଣ

ଚାଷୀଙ୍କ ପାଇଁ ବଡ଼ ଖବର।

ଯେଉଁମାନେ ଏପର୍ଯ୍ୟନ୍ତ କୃଷକ ପଞ୍ଜୀକରଣ କରିନାହାନ୍ତି, ସେମାନେ ଆଉ ବିଳମ୍ବ ନକରି ତୁରନ୍ତ ପଞ୍ଜୀକରଣ କରାଇନେବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ।

ଏଥିସହ ରାଜ୍ୟରେ କୃଷି ଓ ପ୍ରାଣୀ ଚିକିତ୍ସା ଶିକ୍ଷାର ବିକାଶ ପାଇଁ ୩ଟି ନୂଆ ମହାବିଦ୍ୟାଳୟ ସ୍ଥାପନ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି।

Advertisment ଉପମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଚାଷୀଙ୍କ ପଞ୍ଜୀକରଣ ଅତ୍ୟନ୍ତ ଜରୁରୀ।

ତେଣୁ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ନିଜର ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ତୁରନ୍ତ ଏହି ପ୍ରକ୍ରିୟା ଶେଷ କରନ୍ତୁ।

ସରକାରୀ କୃଷି ଯୋଜନାର ସୁବିଧା ପାଇବା ଦିଗରେ ପଞ୍ଜୀକରଣର ଗୁରୁତ୍ୱ ରହିଛି।

ତେଣୁ କୌଣସି ଚାଷୀ ଯେପରି ଏଥିରୁ ବାଦ୍‌ ନପଡ଼ନ୍ତି, ସେଥିପାଇଁ ସେ ଆହ୍ୱାନ ଦେଇଛନ୍ତି।

ଅନ୍ୟପଟେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଆସିଛି ବଡ଼ ଖବର।

ମୟୂରଭଞ୍ଜ ଓ ବଲାଙ୍ଗୀରରେ ନୂତନ କୃଷି ମହାବିଦ୍ୟାଳୟ ଏବଂ ଚିପିଲିମାରେ ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ସ୍ଥାପନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଥିବା ସେ ସୂଚନା ଦେଇଛନ୍ତି।

ଏହାଦ୍ୱାରା ରାଜ୍ୟରେ କୃଷି ଓ ପ୍ରାଣୀ ଚିକିତ୍ସା ଶିକ୍ଷାର ନୂଆ ସୁଯୋଗ ସୃଷ୍ଟି ହେବା ସହ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଧିକ ବିକଳ୍ପ ମିଳିବ।

Advertisment ସେପଟେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି।

ଅମଳ ସମୟରେ ଫସଲ କ୍ଷତି ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।

ଏଭଳି ସ୍ଥିତିରେ ଚାଷୀଙ୍କୁ ଭୟଭୀତ ନହେବାକୁ ଆଶ୍ୱାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

କ୍ଷତି ସମୟରେ ସରକାର ଚାଷୀଙ୍କ ସହ ଦୃଢ଼ ଭାବେ ଛିଡ଼ା ହେବେ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।