65 Old , 21 Km Parikrama on Head: ଏମିତି ଯାତ୍ରା ଆଗରୁ ଦେଖି ନଥିବେ; ୬୫ ବର୍ଷରେ ମୁଣ୍ଡରେ ୨୧ କିମି ପରିକ୍ରମା! ଭିଡିଓ ଭାଇରାଲ୍

Oct 30, 2026 - 16:25
65 Old , 21 Km Parikrama on Head: ଏମିତି ଯାତ୍ରା ଆଗରୁ ଦେଖି ନଥିବେ; ୬୫ ବର୍ଷରେ ମୁଣ୍ଡରେ ୨୧ କିମି ପରିକ୍ରମା! ଭିଡିଓ ଭାଇରାଲ୍

ବୟସ ୬୫, କିନ୍ତୁ ଜୋଶ୍ ଯୁବକଙ୍କୁ ମଧ୍ୟ ପଛରେ ପକାଇଦେବ।

ଆର୍ମିରୁ ଅବସରପ୍ରାପ୍ତ କ୍ୟାପ୍ଟେନ ପୂରନ ସିଂହ ଗିରିରାଜ ଜୀଙ୍କ ୨୧ କିଲୋମିଟର ଲମ୍ବା ପରିକ୍ରମା ଶୀର୍ଷାସନ ଭଙ୍ଗୀରେ ପୂରଣ କରିବାର ସଂକଳ୍ପ ନେଇଛନ୍ତି।

ଅର୍ଥାତ୍ ସେ ମୁଣ୍ଡ ଭରସାରେ ଆଗକୁ ବଢ଼ି ପରିକ୍ରମା କରୁଛନ୍ତି।

Advertisment ସୂଚନା ଅନୁସାରେ, ସେ ଅକ୍ଟୋବର ୨୬ରେ ଦାନଘାଟୀ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ କରିଥିଲେ।

ତାଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ସହିତ ଚାଲି ଯାତ୍ରାର ପ୍ରତିଟି ଅପଡେଟ୍ ସୋସିଆଲ୍ ମିଡିଆରେ ଶେୟାର କରୁଛନ୍ତି।

ଏହି ଭିଡିଓଗୁଡ଼ିକ ଏବେ ଦ୍ରୁତ ଭାବେ ଭାଇରାଲ୍ ହେଉଛି।

ଦୁଇ ଦିନରେ ୧.୧ କିମିରୁ ଅଧିକ ଦୂରତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗିରିରାଜ ପରିକ୍ରମା ସମ୍ବନ୍ଧୀୟ ଅନେକ ଭିଡିଓ ଶେୟାର କରାଯାଇଛି।

ଭିଡିଓ ଅନୁସାରେ, ପ୍ରଥମ ଦିନ ସେ ଶୀର୍ଷାସନ ଅବସ୍ଥାରେ ପ୍ରାୟ ୫୦୦ ମିଟର ଏବଂ ଦ୍ୱିତୀୟ ଦିନ ପ୍ରାୟ ୬୫୦ ମିଟର ଦୂରତା ଅତିକ୍ରମ କରିଥିଲେ।

ଏହି ଗତିରେ ଆଗକୁ ବଢ଼ିଲେ ୩୫ ଦିନ ପୂର୍ବରୁ ନିଜ ସଂକଳ୍ପ ପୂରଣ କରିପାରିବେ ବୋଲି ପୂରନ ସିଂହ ଆଶା ବ୍ୟକ୍ତ କରିଛନ୍ତି।

Advertisment ପ୍ରତି ୧୦୦ ମିଟର ପରେ ଛୋଟ ବିରତି ତାଙ୍କ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ, ପୂରନ ସିଂହ ସକାଳ ପ୍ରାୟ ୬ଟାରୁ ଯାତ୍ରା ଆରମ୍ଭ କରନ୍ତି ଏବଂ ଦିନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ପରିକ୍ରମା ଜାରି ରଖନ୍ତି।

ପ୍ରାୟ ପ୍ରତି ୧୦୦ ମିଟର ଦୂରତା ପରେ ସେ କିଛି ସମୟ ବିଶ୍ରାମ ନେନ୍ତି।

ବିଶ୍ରାମ ସମୟରେ ମଧ୍ୟ ଶରୀରର ଉଷ୍ମତା ଓ ଲଚିଳାପଣ ରଖିବା ପାଇଁ ସେ ଯୋଗାଭ୍ୟାସ ଜାରି ରଖୁଥିବା କୁହାଯାଇଛି।

ପରିକ୍ରମା ପରେ ନିଜ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ ପୂରନ ସିଂହଙ୍କୁ ଉତ୍ସାହିତ କରିବା ପାଇଁ କିଛି ପୂର୍ବତନ ସେନା କର୍ମଚାରୀ ମଧ୍ୟ ତାଙ୍କ ସହ ଚାଲୁଛନ୍ତି।

ସେମାନଙ୍କ କହିବା ଅନୁସାରେ, ପୂରନ ସିଂହ ପୂର୍ବରୁ ୪ ଘଣ୍ଟାରୁ ଅଧିକ ସମୟ ଶୀର୍ଷାସନ କରି ରେକର୍ଡ କରିଥିବା ଦାବି କରାଯାଉଛି।

ଗିରିରାଜ ପରିକ୍ରମା ସମ୍ପୂର୍ଣ୍ଣ ହେବା ପରେ ସେ ୫ ଘଣ୍ଟାରୁ ଅଧିକ ସମୟ ଶୀର୍ଷାସନ କରି ନିଜ ପୂର୍ବ ରେକର୍ଡକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି।

View this post on Instagram 'ମୋତେ ଫଲୋ କରନ୍ତୁ ନାହିଁ, କିନ୍ତୁ ଯୋଗ କରନ୍ତୁ' ପୂରନ ସିଂହ ଲୋକମାନଙ୍କୁ ନିଜ ଭଳି ଏପରି କଠିନ ଅଭ୍ୟାସକୁ ନକଲ କରିବା ପରିବର୍ତ୍ତେ ନିୟମିତ ଯୋଗ କରିବାକୁ ଆହ୍ୱାନ କରିଛନ୍ତି।

ତାଙ୍କ ମତରେ ଯୋଗ ଶରୀରକୁ ମଜବୁତ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ତାଙ୍କ ଭିଡିଓ ଦେଖି ସୋସିଆଲ୍ ମିଡିଆ ୟୁଜରମାନେ ଭିନ୍ନ ମତ ରଖୁଛନ୍ତି।

କେହି ଏହାକୁ ଅସାଧାରଣ ସାହସ ଓ ଦୃଢ଼ ସଂକଳ୍ପର ଉଦାହରଣ କହୁଥିବାବେଳେ, ଆଉ କେହି ଏତେ ବୟସରେ ଏପରି କଠିନ ଶାରୀରିକ ପ୍ରୟାସର ସୁରକ୍ଷାକୁ ନେଇ ପ୍ରଶ୍ନ କରୁଛନ୍ତି।

ତେବେ ୬୫ ବର୍ଷ ବୟସରେ ୨୧ କିଲୋମିଟର ପରିକ୍ରମା ମୁଣ୍ଡ ଭରସାରେ ପୂରଣ କରିବାର ଏହି ସଂକଳ୍ପ ନିଶ୍ଚିତ ଭାବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।