Government Clarifies UPI Policy Decisions: UPI ଫି’କୁ ନେଇ ରାଜନୈତିକ ଝଡ଼, ଜବାବ ଦେଲେ କେନ୍ଦ୍ର ସରକାର

Sep 16, 2026 - 16:11
Government Clarifies UPI Policy Decisions: UPI ଫି’କୁ ନେଇ ରାଜନୈତିକ ଝଡ଼, ଜବାବ ଦେଲେ କେନ୍ଦ୍ର ସରକାର

ୟୁପିଆଇ ପେମେଣ୍ଟ ଉପରେ ମର୍ଚ୍ଛାଣ୍ଟ ଡିସକାଉଣ୍ଟ ରେଟ(MDR) ଲାଗୁ କରିବା ନେଇ ଉଠିଥିବା ‘ବିଦେଶୀ ଚାପ’ ଅଭିଯୋଗକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହାର ଜବାବରେ ଅର୍ଥ ମନ୍ତ୍ରଣାଳୟ କହିଛି, ଭାରତର ୟୁପିଆଇ ନୀତି ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସ୍ୱାଧୀନ ଭାବେ ନିଆଯାଏ। ଲକ୍ଷ୍ୟ ହେଉଛି ଏକ ଦୀର୍ଘସ୍ଥାୟୀ, ସମାବେଶୀ ଏବଂ ସୁଲଭ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଗଢ଼ିବା। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଗ୍ରାହକଙ୍କ ପାଇଁ UPI ପେମେଣ୍ଟ ମାଗଣା ରହିବ।

କ’ଣ ରହିଛି ନୂଆ MDR ନିୟମ?

ଅକ୍ଟୋବର ୧୫ରୁ ୨,୦୦୦ ଟଙ୍କାରୁ ଅଧିକ UPI ଲେଣଦେଣ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବ। ତେବେ ଏହି ଶୁଳ୍କ ଗ୍ରାହକଙ୍କୁ ନୁହେଁ, ବ୍ୟବସାୟୀଙ୍କୁ ଦେବାକୁ ପଡ଼ିବ ବୋଲି NPCI ପକ୍ଷରୁ କୁହାଯାଇଛି।

ଉଦାହରଣ ସ୍ୱରୂପ, କୌଣସି ବ୍ୟବସାୟୀ ୧୦ ହଜାର ଟଙ୍କାର UPI ପେମେଣ୍ଟ ଗ୍ରହଣ କଲେ, ତାଙ୍କୁ ୪୦ ଟଙ୍କା MDR ଦେବାକୁ ପଡ଼ିବ। ମାସକୁ UPI ମାଧ୍ୟମରେ ୧ ଲକ୍ଷ ଟଙ୍କାରୁ ଅଧିକ ଗ୍ରାହକ ପେମେଣ୍ଟ ଗ୍ରହଣ କରୁଥିବା ଦୋକାନୀ କିମ୍ବା ସଂସ୍ଥାକୁ ବ୍ୟବସାୟୀ ଭାବେ ବର୍ଗୀକୃତ କରାଯିବ। ତେବେ ଏହି MDR ଉପରେ ମଧ୍ୟ ସୀମା ରହିଛି। ପ୍ରତି ଲେଣଦେଣରେ ସର୍ବାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ MDR ନିଆଯାଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।