Government Teacher Job: ଦୀର୍ଘ ୨୭ ବର୍ଷ ସଂଘର୍ଷ ପରେ ୫୯ ବର୍ଷ ବୟସରେ ସରକାରୀ ଚାକିରି ପାଇଲେ ବିଜୟ କୁମାର
"ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାଗପତରେ ୫୯ ବର୍ଷ ବୟସରେ ବିଜୟ କୁମାର ଶର୍ମାଙ୍କ ସରକାରୀ ଶିକ୍ଷକ ହେବାର ସ୍ୱପ୍ନ ପୂରଣ ହୋଇଛି।
ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ବିଜୟ କୁମାର ଶର୍ମାଙ୍କୁ ଟିଜିଟି ସଂସ୍କୃତ ଶିକ୍ଷକ ପଦରେ ଚୟନ କରାଯାଇଛି।
ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।Advertisment ବିଶେଷ କଥା ହେଉଛି, ବିଜୟ କୁମାର ଅନେକ ଥର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ସାକ୍ଷାତକାରରେ ଚୟନ ପ୍ରକ୍ରିୟାରେ ସେ ଫେଲ ହୋଇଯାଉଥିଲେ।
ସୌଭାଗ୍ୟର କଥା ଚଳିତ ନିଯୁକ୍ତି ପ୍ରକ୍ରିୟାରେ ସାକ୍ଷାତକାର ନଥିବାରୁ ତାଙ୍କର ଚୟନ ହୋଇଛି।
୧୯୯୯ରେ ଦେଖିଥିଲେ ସରକାରୀ ଚାକିରିର ସ୍ୱପ୍ନ ବାଗପତର ବଦହୱାଦ ଗାଁର ବାସିନ୍ଦା ବିଜୟ କୁମାର ଶର୍ମାଙ୍କ ସରକାରୀ ଚାକିରି ପାଇବାର କାହାଣୀ ସଂଘର୍ଷ ଓ ପରିଶ୍ରମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।
ବିଜୟ କୁମାର ୧୯୯୯ ମସିହାରେ ସରକାରୀ ଚାକିରି ପାଇଁ ପ୍ରୟାସ ଆରମ୍ଭ କରିଥିଲେ।
ପ୍ରାୟ ୨୭ ବର୍ଷ ପରେ ୨୦୨୬ରେ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଛି।
ସ୍ବପ୍ନ ସଫଳ ହେବାକୁ ନେଇ ବିଜୟ କୁମାର କହିଛନ୍ତି, ମୁଁ ଅନେକ ଥର ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ କରିଥିଲି ଏବଂ ଲିଖିତ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲି।
କିନ୍ତୁ ସାକ୍ଷାତକାର ପର୍ଯ୍ୟାୟରେ ମୁଁ ଫେଲ ମାରି ଯାଉଥିଲି।
ମୋର ଚୟନ ହୋଇପାରୁ ନଥିଲା।ମୋର ସୌଭାଗ୍ୟ ଯେ ଚଳିତ ନିଯୁକ୍ତି ପ୍ରକ୍ରିୟାରେ ସାକ୍ଷାତକାର ପର୍ଯ୍ୟାୟ ନଥିଲା।
ଟିଜିଟି ସଂସ୍କୃତ ଶିକ୍ଷକ ପଦରେ ମୋର ଚୟନ ହୋଇଛି।
ଲକ୍ଷ୍ନୌରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋତେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।
ମୁଁ ଗତ ପ୍ରାୟ ୨୬ ବର୍ଷ ଧରି ବଡ଼ୌତ ନିକଟରେ ଥିବା ଦୁନ୍ ପବ୍ଲିକ୍ ସ୍କୁଲରେ ଘରୋଇ ଶିକ୍ଷକ ଭାବେ ପିଲାମାନଙ୍କୁ ପଢ଼ାଉଛି।
ମୋର ବାପା ଲକ୍ଷ୍ମଣ ସିଂହ ଜଣେ ସରକାରୀ ଶିକ୍ଷକ ଥିଲେ।" ଦୁଇ ପୁଅ ପୁଲିସରେ ଚାକିରି କରୁଛନ୍ତି ବିଜୟ କୁମାରଙ୍କର ୫ ଜଣ ସନ୍ତାନ ଅଛନ୍ତି।
ସେଥିମଧ୍ୟରୁ ଦୁଇ ପୁଅ ଉତ୍ତରପ୍ରଦେଶ ପୁଲିସରେ କାର୍ଯ୍ୟରତ ଥିବାବେଳେ ୩ ଜଣ ଝିଅ ଅଛନ୍ତି।
ଜଣେ ଝିଅଙ୍କର ମଧ୍ୟ ଶିକ୍ଷକ ପଦରେ ଚୟନ ହୋଇଛି, କିନ୍ତୁ ସେ ବର୍ତ୍ତମାନ ପ୍ରତୀକ୍ଷା ତାଲିକାରେ ଅଛନ୍ତି।
ବିଜୟ କୁମାର କହିଛନ୍ତି ଯେ, ବୟସ ଯେତେ ହେଲେ ମଧ୍ୟ ଯଦି ଜଣେ ବ୍ୟକ୍ତି ନିରନ୍ତର ପରିଶ୍ରମ ଓ ସଂଘର୍ଷ ଜାରି ରଖେ, ତେବେ ସଫଳତା ନିଶ୍ଚିତ ଭାବେ ମିଳେ।
୨୭ ବର୍ଷର ପରିଶ୍ରମର ଫଳ ତାଙ୍କୁ ୫୯ ବର୍ଷ ବୟସରେ ମିଳିଛି।" କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ବଦଳି ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।