Governor Hari Babu Kambhampati Bids Farewell: ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ବିମାନବନ୍ଦରରେ ସମ୍ବର୍ଦ୍ଧନା
ବିଦାୟ ନେଲେ ଓଡ଼ିଶାର ବିଦାୟୀ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ବିମାନ ବନ୍ଦରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାୟ ଏକ ବର୍ଷ ୯ ମାସର କାର୍ଯ୍ୟକାଳ ପରେ ଓଡ଼ିଶାରୁ ବିଦାୟ ନେଇଛନ୍ତି ସେ।
୨୦୨୫ ଜାନୁଆରୀ ୩ ତାରିଖରେ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ ହରିବାବୁ କମ୍ଭମପାଟି। ଏହା ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ। ରଘୁବର ଦାସ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ କମ୍ଭମପାଟିଙ୍କୁ ଓଡ଼ିଶାର ଦାୟିତ୍ୱ ମିଳିଥିଲା।
ତାଙ୍କ ବିଦାୟ ଅବସରରେ ଅକ୍ଟୋବର ୧୪ ତାରିଖରେ ଲୋକଭବନରେ ଏକ ସମ୍ବର୍ଦ୍ଧନା ଓ ବିଦାୟୀ ଭୋଜିର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ସମେତ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ।
ସେପଟେ, ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ରାଜ୍ୟପାଳଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।