Govt announces UPI charges: UPI ପେମେଣ୍ଟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କାହା ଉପରେ ଚାର୍ଜ

Sep 15, 2026 - 19:54
Govt announces UPI charges: UPI ପେମେଣ୍ଟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କାହା ଉପରେ ଚାର୍ଜ

UPI ପେମେଣ୍ଟକୁ ନେଇ ସରକାରଙ୍କ ନୂଆ ଘୋଷଣା। ଆସନ୍ତା ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ କିଛି ବ୍ୟବସାୟିକ UPI ପେମେଣ୍ଟରେ ଲାଗିବ MDR ଚାର୍ଜ। ସାଧାରଣ P2M ଲେଣଦେଣରେ ଏହି ଚାର୍ଜ ହେବ ୦.୪ ପ୍ରତିଶତ।

ତେବେ ଏହି ଚାର୍ଜ ଦେବେ ବ୍ୟବସାୟୀ, ଗ୍ରାହକ ନୁହେଁ। ଏହାକୁ ଗ୍ରାହକଙ୍କ ଉପରେ ଲଦିବାକୁ ମଧ୍ୟ ଅନୁମତି ରହିବ ନାହିଁ। ଏପରିକି UPI ଆପ୍‌ଗୁଡ଼ିକ ମଧ୍ୟ ଅଲଗା ପ୍ଲାଟଫର୍ମ ଫି ନେଇପାରିବେ ନାହିଁ। ୭୫ ହଜାର ଟଙ୍କା କିମ୍ବା ତା'ଠାରୁ ଅଧିକ ଲେଣଦେଣରେ MDR ସର୍ବାଧିକ ୩୦୦ ଟଙ୍କା ରହିବ। ଉଦାହରଣ ସ୍ୱରୂପ, ୩ ହଜାର ଟଙ୍କାର ପେମେଣ୍ଟରେ ବ୍ୟବସାୟୀଙ୍କୁ ୧୨ ଟଙ୍କା MDR ଦେବାକୁ ପଡ଼ିବ।

ରେଳ, ଟେଲିକମ୍, ବୀମା, ଇନ୍ଧନ ଓ କିଛି ସରକାରୀ ୟୁଟିଲିଟି ପେମେଣ୍ଟ ପାଇଁ ୨ ହଜାର ଟଙ୍କାରୁ ଅଧିକ ଲେନଦେନରେ ଫ୍ଲାଟ୍ ୫ ଟଙ୍କା MDR ରହିବ। ଅନ୍ୟପକ୍ଷରେ, ବ୍ୟକ୍ତିରୁ ବ୍ୟକ୍ତିକୁ UPI ଟ୍ରାନ୍ସଫର ସମ୍ପୂର୍ଣ୍ଣ ମାଗଣା ରହିବ। ୨ ହଜାର ଟଙ୍କାରୁ କମ୍ ସାଧାରଣ ବ୍ୟବସାୟିକ UPI ପେମେଣ୍ଟରେ ମଧ୍ୟ MDR ରହିବ ନାହିଁ। ସରକାରଙ୍କ କହିବା ଅନୁସାରେ, ଏହି ରାଜସ୍ୱ UPI ଭିତ୍ତିଭୂମି, ସାଇବର ସୁରକ୍ଷା ଓ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ବ୍ୟବହାର ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।