HYROX Tightens Safety Rules After Controversy: ପ୍ରତିଯୋଗିତା ବେଳେ ଘଟିଲା ଏମିତି! ବଦଳିଗଲା ହାଇରକ୍ସ ନିୟମ

Sep 15, 2026 - 18:28
HYROX Tightens Safety Rules After Controversy: ପ୍ରତିଯୋଗିତା ବେଳେ ଘଟିଲା ଏମିତି! ବଦଳିଗଲା ହାଇରକ୍ସ ନିୟମ

ଅଷ୍ଟ୍ରେଲୀୟ ଆଥଲେଟ୍ ଜୋଆନା ୱିଏଟ୍ରଜିକ୍‌ଙ୍କୁ ନେଇ ବଡ଼ ବିବାଦ ପରେ ନିୟମ ବଦଳାଇଲା ହାଇରକ୍ସ। ବେଜିଂରେ ଅନୁଷ୍ଠିତ ଇନଡୋର ଫିଟନେସ୍ ପ୍ରତିଯୋଗିତାରେ ଦୌଡ଼ୁଥିବା ବେଳେ ଆଥଲେଟ୍‌ଜଣକ ନିଜ ଉପରେ ନିୟନ୍ତ୍ରଣ ହରାଇ ଝାଡ଼ା କରିଦେଇଥିଲେ। ତଥାପି ତାଙ୍କୁ ଦୌଡ଼ ଜାରି ରଖିବାକୁ ଦିଆଯାଇଥିଲା ଏବଂ ସେ ଇଭେଣ୍ଟ ଜିତିଥିଲେ।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ହାଇରକ୍ସର ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ହାଇରକ୍ସର ସହ-ପ୍ରତିଷ୍ଠାତା ମୋରିଜ୍ ଫ୍ୟୁର୍ଷ୍ଟ ଏହି ଘଟଣା ପାଇଁ କ୍ଷମା ମାଗିବା ସହ ତୁରନ୍ତ ନିୟମ ଓ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି।

ପ୍ରଭାବିତ ଟ୍ରାକ୍‌ ଓ ଲେନ୍‌କୁ ତୁରନ୍ତ ବନ୍ଦ କରି ଗଭୀର ସଫେଇ କରାଯାଇଥିଲା। ଦୂଷିତ ଉପକରଣ ହଟାଯିବା ସହ ଭେନ୍ୟୁର କାର୍ପେଟ୍‌ ମଧ୍ୟ ବଦଳାଯାଇଥିଲା। ଏହାସହ ଆଥଲେଟ୍‌ଙ୍କୁ ନେଇ ଅନଲାଇନ୍‌ରେ ଧମକ କିମ୍ବା ଅପମାନଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କୁ ଭବିଷ୍ୟତ ପ୍ରତିଯୋଗିତାରୁ ବ୍ୟାନ୍‌ କରାଯିବ ବୋଲି ହାଇରକ୍ସ ସ୍ପଷ୍ଟ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।