Grand Gajalaxmi Puja Celebrations: ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ରୁପା ମେଢ଼ ଓ ସୁନା ମୁକୁଟରେ ଝଲସୁଛନ୍ତି ମା’ ଲକ୍ଷ୍ମୀ

Oct 26, 2026 - 11:17
Grand Gajalaxmi Puja Celebrations: ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ରୁପା ମେଢ଼ ଓ ସୁନା ମୁକୁଟରେ ଝଲସୁଛନ୍ତି ମା’ ଲକ୍ଷ୍ମୀ

କେନ୍ଦ୍ରାପଡ଼ାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା।

ମା' ଲକ୍ଷ୍ମୀଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ସାରା ସହର।

ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ସୁସଜ୍ଜିତ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ କରୁଛି ଆକର୍ଷିତ।

ଚଳିତ ବର୍ଷ କେନ୍ଦ୍ରାପଡ଼ା ସହରର ୬୮ଟି ମଣ୍ଡପ ସହ ସହର ଉପକଣ୍ଠର ଶତାଧିକ ମଣ୍ଡପରେ ଆରମ୍ଭ ହୋଇଛି ମା'ଙ୍କ ପୂଜାର୍ଚ୍ଚନା।

Advertisment ପୂଜାର ଅନ୍ୟତମ ଆକର୍ଷଣ ପାଲଟିଛି ମାଢ଼ିଆଳର ଗଙ୍ଗା ଭାଗୀରଥି ପୂଜା ମଣ୍ଡପ।

ଏଠାରେ ରୁପାର ମେଢ଼ ସାଙ୍ଗକୁ ସୁନା ମୁକୁଟରେ ଝଲସୁଛନ୍ତି ମା' ଲକ୍ଷ୍ମୀ।

ଏହି ପୂଜା ସାତ ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ଦିନରୁ ହିଁ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସହରର ବିଭିନ୍ନ ସ୍ଥାନରେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ସିସିଟିଭି ନଜରରେ ରଖାଯାଇଛି।

ସେପଟେ ଢେଙ୍କାନାଳରେ ମଧ୍ୟ ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍ସବର ମାହୋଲ।

୪୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।