Greater Noida: ବସ୍ ନା ଯନ୍ତ୍ର ଦାନବ? ଚାଲାଣ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
"ଗ୍ରେଟର ନୋଏଡ଼ା: ବୁଧବାର ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ୍-ୱେରେ ଦିଲ୍ଲୀରୁ ଉତ୍ତର ପ୍ରଦେଶର ମହୋବା ଯାଉଥିବା ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ଏହି ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ସମେତ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବସଟି ନିମିଷକ ମଧ୍ୟରେ ଜଳିଯାଇଥିଲା।Advertisment ଦୁର୍ଘଟଣାଗସ୍ତ ବସର ଏକ କଳାଚିଠି ସା୍ମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ବସ ନାମରେ ୧.୭୫ଲକ୍ଷ ଟଙ୍କାର ୧୯ଟି ଚାଲାଣ କଟିଥିବା ଉଲ୍ଲେଖ ରହିଛି।
କେବଳ ଏତିକି ନୁହେଁ, ଯାଞ୍ଚରୁ ସାମ୍ନାକୁ ଆସିଛି ଉକ୍ତ ବିସ ବିରୋଧରେ ୨୦୨୬ରେ ଚିଲ୍ଲା ନିକଟରେ କମ ବୟସର ଚାଳକ ବସ ଚଲାଉଥିବା ସହିତ ୨୦୨୫ ଜୁନରେ ଫୁଏଲ ଚେଞ୍ଜ ଓ ରେଟ୍ରୋଫିଟିଙ୍ଗ ନିୟମ ଭଙ୍ଗ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
କ୍ରମାଗତ ଭାବେ ବସ ବିରୋଧରେ ଅଭିଯୋଗ, ବିନା ପରମିଟରେ ଚାଳନା, ଯାନ୍ତ୍ରିକ ତ୍ରୁଟି, ଦ୍ରୁତଗତିରେ ଚାଳନା, ଲାଇସେନ୍ସ ବିନା ଚାଳକ ଗାଡ଼ି ଚଲାଇବା ଭଳି ତ୍ରୁଟି ଥିବା ସତ୍ତ୍ବେ ବସକୁ ଚଲାଇବା ଜାରି ରଖାଯାଇଥିଲା।
ଏହି ଘଟଣା ପରେ ପରିବହନ ବିଭାଗକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କଟିଥିବା ଚାଲାଣର ତାଲିକା ଅଗଷ୍ଟ ୧୯ରେ ବିନା ଅନୁମତି ପତ୍ରରେ ଗାଡ଼ି ଚଳାଇବା ପାଇଁ ୧୫,୦୦୦ ଟଙ୍କା ଜରିମାନା ଜାନୁଆରି ୧୯ରେ ୧୨,୦୦୦ ଟଙ୍କା ଜରିମାନା ମଇ ୧୪ରେ ୧୦,୫୦୦ ଟଙ୍କା ଜରିମାନା ଜୁଲାଇ ୨୧ରେ ୧୦,୦୦୦ ଟଙ୍କା ଜରିମାନା ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ଲାଇସେନ୍ସ ବିନା ଗାଡ଼ି ଚଳାଇବା ଏବଂ ୟୁନିଫର୍ମ ବିନା ଗାଡ଼ି ଚଳାଇବା ପାଇଁ ଏପ୍ରିଲ ୭ରେ ୬,୯୦୦ ଟଙ୍କାର ଚାଲାଣ ମାର୍ଚ୍ଚ ୧ରେ ୫,୦୦୦ ଟଙ୍କାର ଚାଲାଣ ଜୁନ ୧୫ରେ ୪୦୦୦ଟଙ୍କାର ଚାଲାଣ ଫେବ୍ରୁଆରି ୨୧ ଓ ମଇ ୬ରେ ୫୦୦-୫୦୦ର ଚାଲାଣ କଟିଥିଲା।
ପୁଲିସ ଦ୍ୱାରା ରୁଜୁ ଏଫଆଇଆର୍ ଅନୁଯାୟୀ, ଗାଡ଼ିରୁ ଜଳିବା ଗନ୍ଧ ବାହାରିବା ନେଇ ଯାତ୍ରୀମାନେ ଅଭିଯୋଗ କରିଥିଲେ ହେଁ ଡ୍ରାଇଭର୍ ଓ କଣ୍ଡକ୍ଟର ସେମାନଙ୍କ କଥାକୁ ଏଡ଼ାଇ ଦେଇଥିଲେ।
ଗାଡ଼ି ନରଖି ଉଭୟ ବିଡ଼ି-ସିଗାରେଟ୍ ଟାଣିବା ଜାରି ରଖିବା ସହ ଗାଡ଼ି ରୋକିବାକୁ ଦାବି କରୁଥିବା ଯାତ୍ରୀଙ୍କୁ ଧମକ ଚମକ ଦେଇଥିଲେ।
ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଦାବି: ହାଇକୋର୍ଟ ବାର୍ର ଉଦବେଗ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।