ଆମେରିକାର ଗ୍ରିନ୍‌ କାର୍ଡ ପ୍ରୋଗ୍ରାମ୍‌ରୁ ଟିସିଏସ୍‌, ଇନଫୋସିସ୍‌, ଏଚ୍‌ସିଏଲ୍‌, ୱିପ୍ରୋ ନିଲମ୍ବିତ

Oct 08, 2026 - 22:45
ଆମେରିକାର ଗ୍ରିନ୍‌ କାର୍ଡ ପ୍ରୋଗ୍ରାମ୍‌ରୁ ଟିସିଏସ୍‌, ଇନଫୋସିସ୍‌, ଏଚ୍‌ସିଏଲ୍‌, ୱିପ୍ରୋ ନିଲମ୍ବିତ

"ନୂଆଦିଲ୍ଲୀ : ଟ୍ରମ୍ପ ପ୍ରଶାସନ ବିଶ୍ବର କେତେକ ବଡ଼ ଆଇଟି କମ୍ପାନିକୁ ଆମେରିକାର ସ୍ଥାୟୀ ଶ୍ରମ ପ୍ରମାଣପତ୍ର କାର୍ଯ୍ୟକ୍ରମ (ପିଇଆର୍‌ଏମ୍‌)ରୁ ନିଲମ୍ବିତ କରିଛି ।

ସେଥିରେ ଭାରତର ଇନଫୋସିସ୍‌, ଟିସିଏସ୍‌, ୱିପ୍ରୋ ଓ ଏଚ୍‌ସିଏଲ୍‌ ଭଳି କମ୍ପାନି ରହିଛନ୍ତି ।

ମାଇକ୍ରୋସଫ୍ଟ, କଗ୍ନିଜାଣ୍ଟ ଓ କ୍ୟାପଜେମିନି ଭଳି କମ୍ପାନି ମଧ୍ୟ ଏହି ତାଲିକାରେ ଅଛନ୍ତି ।Advertisment NIT Rourkela Faculty ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଏନ୍‌ଆଇଟିର ୨୯ ଆମେରିକାରେ ସ୍ଥାୟୀ ରହଣି ପାଇଁ ଆଗ୍ରହୀ ବିଦେଶୀ କମର୍ଚାରୀମାନଙ୍କ ଲାଗି ରହିଥିବା ବ୍ୟବସ୍ଥାରେ ଏହି କମ୍ପାନିଗୁଡ଼ିକ ଦୁରୁପଯୋଗ କରିଛନ୍ତି ବୋଲି ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ।

ଉଲ୍ଲେଖଯୋଗ୍ୟ, ଆମେରିକାର ଶ୍ରମ ବିଭାଗ ପିଇଆର୍‌ଏମ୍‌ ଜରିଆରେ ନିଯୁକ୍ତିଦାତାମାନଙ୍କୁ ସେମାନଙ୍କ ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଗ୍ରିନ୍‌ କାର୍ଡ ପ୍ରଦାନ କରିଥାଏ ।

ଆମେରିକାର ଏହି ନିଷ୍ପତ୍ତି ଫଳରେ ଉପରୋକ୍ତ ଆଇଟି କମ୍ପାନିର ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ହେବାରେ ଅସୁବିଧା ଦେଖାଦେବ ।

ତେବେ ଏଚ୍‌-୧ ଭିସାକୁ ବାତିଲ କରିବା କିମ୍ବା ଏଥିରେ ନୂଆ ନିଯୁକ୍ତିକୁ ବନ୍ଦ କରାଯାଇ ନାହିଁ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।