Green For Veg, Red For Non-Veg: ସାବୁନଠାରୁ ଟୁଥପେଷ୍ଟ, ଏଣିକି ପ୍ୟାକେଟ୍‌ରେ ଦେଖାଯିବ ଭେଜ୍‌ ଓ ନନ୍‌ଭେଜ୍‌ ଚିହ୍ନ

Sep 22, 2026 - 15:34
Green For Veg, Red For Non-Veg: ସାବୁନଠାରୁ ଟୁଥପେଷ୍ଟ, ଏଣିକି ପ୍ୟାକେଟ୍‌ରେ ଦେଖାଯିବ ଭେଜ୍‌ ଓ ନନ୍‌ଭେଜ୍‌ ଚିହ୍ନ

ସାବୁନଠାରୁ ଆରମ୍ଭ କରି ସାମ୍ପୁ, ଟୁଥପେଷ୍ଟ ଓ ଅନ୍ୟ କସ୍‌ମେଟିକ୍ସ ସାମଗ୍ରୀ କିଣିବା ବେଳେ ଏଣିକି ଗ୍ରାହକଙ୍କୁ ଉତ୍ପାଦର ଉତ୍ସ ବିଷୟରେ ଜାଣିବା ସହଜ ହେବ। ଏହି ସବୁ ଉତ୍ପାଦର ପ୍ୟାକେଜିଂରେ ଭେଜ୍ ଓ ନନ୍-ଭେଜ୍ ଚିହ୍ନ ଦେବା ବାଧ୍ୟତାମୂଳକ କରାଯାଇଛି।

କେନ୍ଦ୍ର ସରକାର ଲିଗାଲ୍ ମେଟ୍ରୋଲୋଜି (ପ୍ୟାକେଜ୍ଡ କମୋଡିଟିଜ୍) ନିୟମ, ୨୦୧୧ ରେ ସଂଶୋଧନ କରି ଏହି ନୂଆ ଲେବଲିଂ ବ୍ୟବସ୍ଥା ଆଣିଛନ୍ତି। ସୋମବାରଠାରୁ ଏହି ସଂଶୋଧିତ ନିୟମ ଲାଗୁ ହୋଇଛି। 

ନୂଆ ନିୟମ ଅନୁସାରେ, ଶାକାହାରୀ ଉତ୍ସରୁ ପ୍ରସ୍ତୁତ ଉତ୍ପାଦର ପ୍ୟାକେଟ୍‌ରେ ସବୁଜ ରଙ୍ଗର ଡଟ୍ ରହିବ। ସେହିପରି, ପଶୁଜାତୀୟ ବା ନନ୍-ଭେଜ୍ ଉତ୍ସରୁ ପ୍ରସ୍ତୁତ ଉତ୍ପାଦରେ ଲାଲ କିମ୍ବା ବାଦାମୀ ରଙ୍ଗର ଡଟ୍ ଦିଆଯିବ।

ଗ୍ରାହକଙ୍କ ନଜରରେ ତୁରନ୍ତ ପଡ଼ିବା ପାଇଁ ଏହି ଚିହ୍ନ ପ୍ୟାକେଟ୍‌ର ମୁଖ୍ୟ ଡିସ୍‌ପ୍ଲେ ପ୍ୟାନେଲର ଉପର ଭାଗରେ ରଖିବାକୁ ପଡ଼ିବ।

ସାବୁନ, ସାମ୍ପୁ, ଟୁଥପେଷ୍ଟ ସମେତ ଅନ୍ୟ କସ୍‌ମେଟିକ୍ସ ଓ ଟଏଲେଟ୍ରିଜ୍‌ ଉତ୍ପାଦ ଏହି ନୂଆ ନିୟମର ଅଧୀନରେ ଆସିବ। ଅର୍ଥାତ୍, ଦୋକାନରେ ଉତ୍ପାଦ ବାଛିବା ବେଳେ ଏବେ ପ୍ୟାକେଟ୍‌ରେ ଥିବା ରଙ୍ଗୀନ ଡଟ୍‌ରୁ ଗ୍ରାହକ ଏହାର ଉତ୍ସ ସମ୍ପର୍କରେ ଏକ ନଜରରେ ତଥ୍ୟ ପାଇପାରିବେ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।