GST: ଜିଏସ୍ଟି ଆଦାୟ ୧୪.୭% ବୃଦ୍ଧି ପାଇ ୨.୦୪ ଲକ୍ଷ କୋଟି
"ନୂଆଦିଲ୍ଲୀ: ଦେଶରେ ଜିଏସ୍ଟି ଆଦାୟ ପୁଣି ଥରେ ୨ ଲକ୍ଷ କୋଟି ଟଙ୍କା ଟପିଛି।
୨୦୨୬ ସେପ୍ଟେମ୍ବରରେ ମୋଟ ୨,୦୩,୫୨୧ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି।
୨୦୨୫ ସେପ୍ଟେମ୍ବରରେ ତାହା ୧,୭୭,୦୨୧ କୋଟି ଟଙ୍କା ଥିଲା।
ଅର୍ଥାତ୍ ଗତ ବର୍ଷ ତୁଳନାରେ ଜିଏସ୍ଟି ସଂଗ୍ରହ ୧୪.୭% ବଢ଼ିଛି।
ସେପ୍ଟେମ୍ବରରେ ଜିଏସ୍ଟି ଆଦାୟ ଲଗାତାର ତୃତୀୟ ମାସ ପାଇଁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।Advertisment ଗତବର୍ଷ ୫୨,୦୩୧ କୋଟି ଥିଲା ସେପ୍ଟେମ୍ବରରେ ଦେଶ ଭିତରେ ହୋଇଥିବା କାରବାର ଓ ସେବାରୁ ୧,୩୮,୦୦୦ କୋଟି ଟଙ୍କାର ମୋଟ ଜିଏସ୍ଟି ଆଦାୟ ହୋଇଛି।
ଏହା ଗତବର୍ଷ ସେପ୍ଟେମ୍ବରର ୧,୨୫,୦୦୦ କୋଟି ଟଙ୍କା ତୁଳନାରେ ୧୦.୧% ଅଧିକ।
ଅନ୍ୟପକ୍ଷରେ, ବିଦେଶରୁ ଆସୁଥିବା ସାମଗ୍ରୀ ଉପରେ ଜିଏସ୍ଟି ଆଦାୟ ୬୫,୫୨୫ କୋଟି ଟଙ୍କା ହୋଇଛି।
ଗତବର୍ଷ ଏହା ୫୨,୦୩୧ କୋଟି ଟଙ୍କା ଥିଲା।
ଅର୍ଥାତ୍ ଆମଦାନି ଉପରୁ ଜିଏସ୍ଟି ଆଦାୟ ୨୫.୯% ବଢ଼ିଛି।
ସେପ୍ଟେମ୍ବରରେ କେନ୍ଦ୍ରୀୟ ଜିଏସ୍ଟି ୩୭,୭୬୨ କୋଟି ଟଙ୍କା, ରାଜ୍ୟ ଜିଏସ୍ଟି ୪୫,୩୬୩ କୋଟି ଟଙ୍କା ଓ ସମନ୍ବିତ ଜିଏସ୍ଟି ୧,୨୦,୦୦୦ କୋଟି ଟଙ୍କା ଆଦାୟ ହୋଇଛି।
Divya Mittal: ରାଜନୀତିକୁ ଓହ୍ଲାଇବା ପରେ ପୂର୍ବତନ ଆଇଏଏସ ଦିବ୍ୟା ମିତ୍ତଲଙ୍କୁ ମିଳିବ କି ପେନ୍ସନ୍?
ଜାଣନ୍ତୁ କ"ଣ କହୁଛି ନିୟମ ସେପ୍ଟେମ୍ବରରେ ବ୍ୟବସାୟୀ ଓ ରପ୍ତାନିକାରୀଙ୍କୁ ଦିଆଯାଇଥିବା ଜିଏସ୍ଟି ରିଫଣ୍ଡ ୨୭,୦୦୧ କୋଟି ଟଙ୍କା ଥିଲା।
ଏହା ଗତବର୍ଷର ୨୭,୮୪୮ କୋଟି ଟଙ୍କା ତୁଳନାରେ ୩% କମ୍।
ରିଫଣ୍ଡ ବାଦ ଦେବା ପରେ ସରକାରଙ୍କ ନିଟ୍ ଜିଏସ୍ଟି ଆଦାୟ ୧,୭୭,୦୦୦ କୋଟି ଟଙ୍କା ହୋଇଛି।
ଏହା ଗତବର୍ଷ ତୁଳନାରେ ୧୮.୧% ଅଧିକ।୨ ୦୨୬-୨୭ ଆର୍ଥିକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶର ମୋଟ ଜିଏସ୍ଟି ଆଦାୟ ୧୨.୪୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଗତ ଆର୍ଥିକ ବର୍ଷର ଏହି ୬ ମାସରେ ଏହା ୧୧.୧୭ ଲକ୍ଷ କୋଟି ଟଙ୍କା ଥିଲା।
ତେଣୁ ଏଥର ମୋଟ ଆଦାୟ ୧୧.୬% ବଢ଼ିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।