GST ପରିଷଦ ବୈଠକ ଅକ୍ଟୋବରକୁ ଘୁଞ୍ଚିଲା
"ନୂଆଦିଲ୍ଲୀ: ଚଳିତ ମାସ ୧୨ ତାରିଖରେ ହେବାକୁ ଥିବା ଜିଏସ୍ଟି ପରିଷଦ ବୈଠକ ଆସନ୍ତା ଅକ୍ଟୋବର ୭କୁ ଘୁଞ୍ଚିପାରେ।
ସେପ୍ଟେମ୍ବର ୧୨-୧୩ରେ ବ୍ରିକ୍ସ ଲିଡର୍ସ ସମ୍ମିଳନୀ ଅନୁଷ୍ଠିତ ହେବ।
ତାହାକୁ ଦୃଷ୍ଟିରେ ରଖି ଜିଏସ୍ଟି ପରିଷଦ ବୈଠକକୁ ଘୁଞ୍ଚାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଜିଏସ୍ଟି ଅଧିକାରୀଙ୍କ ପ୍ରସ୍ତୁତି ବୈଠକ ଅକ୍ଟୋବର ୫ ଓ ୬ରେ ଅନୁଷ୍ଠିତ ହେବ।
ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ ଜିଏସ୍ଟି ପରିଷଦ ବୈଠକ ହେବାକୁ ଯାଉଛି।Advertisment ଶେଷ ଥର ବୈଠକ ୨୦୨୫ ସେପ୍ଟେମ୍ବର ୩ ଓ ୪ରେ ଅନୁଷ୍ଠିତ ହୋଇଥିଲା।
ତାହା ଏକ ଐତିହାସିକ ବୈଠକ ଥିଲା ଯେଉଁଥିରେ ଚାରି ଥାକିଆ ଜିଏସ୍ଟି ବଦଳରେ ୨ ଥାକିଆ ଜିଏସ୍ଟି ଢାଞ୍ଚା ଲାଗୁ କରାଯାଇଥିଲା ଓ ୪୦ ପ୍ରତିଶତର ଏକ ସ୍ବତନ୍ତ୍ର ସ୍ଲାବ୍ ସୃଷ୍ଟି କରାଯାଇଥିଲା।
ପୂର୍ବରୁ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୨୮ ପ୍ରତିଶତର ଜିଏସ୍ଟି ଢାଞ୍ଚା ଥିଲା।
ଗତବର୍ଷ ତାହାକୁ ୫ ପ୍ରତିଶତ ଓ ୧୮ ପ୍ରତିଶତକୁ ହ୍ରାସ କରାଯାଇଥିଲା।
ତାହାର ପ୍ରଭାବରେ ବିଭିନ୍ନ ଜିନିଷର ଦାମ୍ ହ୍ରାସ ପାଇବା ସହ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇଥିଲା।
ଜିଏସ୍ଟି ପରିଷଦ ବୈଠକରେ ରାଜସ୍ବ ସୁରକ୍ଷା ଦାବି କଲେ ବିରୋଧୀ: ସୂତ୍ର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।