Poetry event: ରେଳ ଷ୍ଟେସନରେ କବିତା ଆସର ‘ରହ ରହ କ୍ଷଣେ ବିଜୁଳି ଶକଟ’
"ସୋନପୁର: ରେଳ ଷ୍ଟେସନ ପରିସରରେ ସାହିତ୍ୟ ଚର୍ଚ୍ଚା ହୋଇଛି।
କବିତା ଆସର ଯାତ୍ରୀମାନଙ୍କ ପାଦ ଅଟକାଇ ଦେଇଛି।
ବ୍ୟଙ୍ଗକବି ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ଉଦ୍ୟମରେ ଆଜି ପୂର୍ବାହ୍ନ ୧୨ଟା ୩୦ ମିନିଟ୍ ସମୟରେ ସୋନପୁର ରେଳ ଷ୍ଟେସନ ପରିସରରେ ଏଭଳି ନିଆରା କାର୍ଯ୍ୟକ୍ରମର ଆୟୋଜନ ହୋଇଛି।
କବିତା ଶୀର୍ଷକ "ରହ ରହ କ୍ଷଣେ ବିଜୁଳି ଶକଟ" ଶୀର୍ଷକ ଏକ ଭବ୍ୟ କବିତା ଆସର ଅନୁଷ୍ଠିତ ହୋଇଥିଲା।Advertisment କବିମାନଙ୍କ କବିତାରେ ହାସ୍ୟ, ବ୍ୟଙ୍ଗ, ଭାବାବେଗ, ସାମାଜିକ ଚେତନା ଓ ଜୀବନର ବିଭିନ୍ନ ଦିଗ ପ୍ରତିଫଳିତ ହୋଇଥିଲା।
ରେଳ ଷ୍ଟେସନର ଏକ ଭିନ୍ନ ପରିବେଶ ମଧ୍ୟରେ ଆୟୋଜିତ ଏହି ନିଆରା କବିତା ଆସର ଉପସ୍ଥିତ ସାହିତ୍ୟପ୍ରେମୀ ଓ ଯାତ୍ରୀମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିଲା।
କବିତାକୁ ଜନଜୀବନ ସହ ଯୋଡ଼ିବାର ଏହି ଅଭିନବ ପ୍ରୟାସ ସାହିତ୍ୟପ୍ରେମୀ ମହଳରେ ପ୍ରଶଂସିତ ହୋଇଥିଲା।
Literature: କବିତା ଫେରିବା ବାଟ: କବି ଦେବବ୍ରତ ଦାସଙ୍କ କଲମରୁ ନିଃସୃତ...
ଏହି କବିତା ଆସରରେ ମହାନଦୀ ସାହିତ୍ୟ ସଂସଦର କବିମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ।
ଡ.
ପୁରୁଷୋତ୍ତମ ମିଶ୍ର, ମନୋଜ ସାହୁ, ରଂଜୁ ଅମାତ, ପ୍ରଭୁଦତ୍ତ ରଥ, ଡ.
ସୌରଭ ରଂଜନ ଖମାରୀ, ସସ୍ମିତା ମେହେର, ସ୍ବପ୍ନା ଶର୍ମିଷ୍ଠା ମିଶ୍ର, ବ୍ରତାନନ୍ଦ ଭୋଇ, ସୁଧୀର ମିଶ୍ର, ଶ୍ୟାମା ଓଁ ପ୍ରସାଦ ମିଶ୍ର ପ୍ରମୁଖ କବିଗଣ କବିତା ପାଠ କରିଥିବା ବେଳେ କବି ଲକ୍ଷ୍ମୀନାରାୟଣ ସାହୁ ସଂଯୋଜନା କରିଥିଲେ।
ଶେଷରେ ଦେବକୀ ନନ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।