Guangzhou-New Delhi Flights To Resume: ଭାରତରୁ ଚୀନ୍କୁ ଉଡିବ ଡାଇରେକ୍ଟ ଫ୍ଲାଇଟ, ୧୦୦ରୁ ଅଧିକ ବିମାନ ଚଳାଚଳ କରିବ
୬ ବର୍ଷ ପରେ ଭାରତରୁ ଚୀନକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍। ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଗୁଆଙ୍ଗଜୋ-ନୂଆଦିଲ୍ଲୀ ବିମାନ ସେବା। ଏନେଇ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପରଠୁ ଚୀନ୍ ଭାରତ ସିଧା ବିମାନସେବା ବନ୍ଦ ରହିଥିଲା।
ଏବେ ଦକ୍ଷିଣ ଏସିଆରେ ସାପ୍ତାହିକ ମୋଟ୍ ୧୦୦ରୁ ଅଧିକ ବିମାନ ଚଳାଚଳ କରିବ ବୋଲି ଏୟାରଲାଇନ୍ସ ତରଫରୁ କୁହାଯାଇଛି। ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ଯାତାୟାତ ସହଜ ହେବ। ସେପଟେ ଜିନପିଙ୍ଗ ଭାରତରେ ପହଞ୍ଚିବା ଆଗରୁ ବଡ଼ ବୟାନ ରଖିଛି ଚୀନ୍। ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ କହିଛନ୍ତି ଯେଲ ଦୁଇ ଦେଶ ମଧ୍ୟରେ ମତଭେଦକୁ ଉପଯୁକ୍ତ ଭାବରେ ସମାଧାନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।