Hair loss: କେଶଝଡ଼ା ପାଇଁ ନୂଆ ଔଷଧ
"ଚୁଟି/କେଶ ଝଡ଼ିବା ପ୍ରାୟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।
ନିକଟରେ ସେୟାର୍ ବଜାରରେ ଚୁଟି ଝଡ଼ିବା ରୋକିବା ପାଇଁ ଔଷଧ ତିଆରି କରୁଥିବା କମ୍ପାନିଗୁଡ଼ିକର ଚାହିଦା ହଠାତ୍ ବଢ଼ିଯାଇଛି।
ଲୋକମାନେ ଏହାକୁ ଓଜନ କମାଇବା ପାଇଁ ପ୍ରସିଦ୍ଧ "ଓଜେମ୍ପିକ୍" ସହ ତୁଳନା କରୁଛନ୍ତି।
ରିପୋର୍ଟରୁ ଜଣାପଡ଼ିଛି ଯେ, ଆମେରିକାରେ ପ୍ରାୟ ୫ କୋଟି ପୁରୁଷ ଓ ୩ କୋଟି ମହିଳା କେଶ ଝଡ଼ିବା ସମସ୍ୟାର ସାମ୍ନା କରୁଛନ୍ତି।
୧୯୯୦ ଦଶକ ପରଠାରୁ ଆମେରିକାରେ କେଶ ଝଡ଼ିବା ପାଇଁ କୌଣସି ନୂଆ ଔଷଧକୁ ଏଫ୍ଡିଏ ମଞ୍ଜୁରି ମିଳି ନାହିଁ।
ଏହି ସୁଯୋଗରେ ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନିଗୁଡ଼ିକ ନୂଆ ଗବେଷଣା ଆରମ୍ଭ କରିଛନ୍ତି।
ଭେରାଡର୍ମିକ୍ସ୍ କମ୍ପାନିର ସେୟାର୍ ମୂଲ୍ୟ ଫେବ୍ରୁଆରି ମାସରୁ ପ୍ରାୟ ୫୦୦% ବୃଦ୍ଧି ପାଇଛି।
କସ୍ମୋ ଫାର୍ମାସ୍ୟୁଟିକାଲ୍ସ ଭଳି କମ୍ପାନି ମଧ୍ୟ ଏହି ଦୌଡ଼ରେ ଆଗରେ ଅଛନ୍ତି।Advertisment Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା ଏହି ନୂଆ ଗବେଷଣାର କେନ୍ଦ୍ର ହେଉଛି "ଭିଡିପିଏଚ୍ଏଲ୍୦୧"।
ଏହା "ମିନୋକ୍ସିଡିଲ୍" ଔଷଧର ଏକ ବିଶେଷ ରୂପ।
ମିନୋକ୍ସିଡିଲ୍ କୌଣସି ନୂଆ ଔଷଧ ନୁହେଁ।
ପ୍ରଥମେ ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ତିଆରି ହୋଇଥିଲା।
କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରରେ ବହୁତ ଚୁଟି ତିଆରି ହେଉଥିବା ଦେଖାଗଲା।
ପରେ ଚର୍ମରୋଗ ବିଶେଷଜ୍ଞମାନେ ଏହାକୁ ମୁଣ୍ଡରେ ଲଗାଇବା ଓ କମ୍ ମାତ୍ରାରେ ଖାଇବା ପାଇଁ ପରାମର୍ଶ ଦେଲେ।
ସାଧାରଣତଃ ମିନୋକ୍ସିଡିଲ୍ ବଟିକା ଖାଇଲେ ରକ୍ତଚାପ କମିବା, ମୁଣ୍ଡ ବୁଲାଇବା, ହୃଦ୍ସ୍ପନ୍ଦନ ବଢ଼ିଯିବା କିମ୍ବା ଶରୀରର ଅନ୍ୟ ଅଂଶରେ ଅନାବଶ୍ୟକ ଚୁଟି ଉଠିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ।
ରକ୍ତରେ ଔଷଧର ମାତ୍ରା ଏକା ସାଙ୍ଗରେ ହଠାତ୍ ବୃଦ୍ଧି ପାଏ ନାହିଁ।
୫୧୯ ଜଣ ପୁରୁଷଙ୍କ ଉପରେ କରାଯାଇଥିବା ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁଯାୟୀ, ଏହା ଦିନକୁ ଥରେ ଖାଇବା ଦ୍ବାରା ୬ ମାସ ପରେ ପ୍ରତି ବର୍ଗ ସେଣ୍ଟିମିଟରରେ ହାରାହାରି ୩୦ଟି ନୂଆ ଚୁଟି ବୃଦ୍ଧି ପାଇଲା।
ଦିନକୁ ଦୁଇଥର ଖାଇବା ଦ୍ବାରା ପ୍ରତି ବର୍ଗ ସେଣ୍ଟିମିଟରରେ ୩୩ଟି ନୂଆ ଚୁଟି ବୃଦ୍ଧି ପାଇଲା।
ଫଳରେ ପ୍ରାୟ ୭୯%ରୁ ୮୬% ପୁରୁଷଙ୍କ କ୍ଷେତ୍ରରେ ଚୁଟି ଘନ ହେବାର ଦେଖାଯାଇଥିଲା।
ତେବେ ଏହାର ଆହୁରି ପରୀକ୍ଷଣ ବାକି ଅଛି।
Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ ଭାରତରେ କେଶଝଡ଼ାର ଚିକିତ୍ସା ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ବୈଶ୍ବିକ ତଥ୍ୟର ଆକଳନ ଅନୁଯାୟୀ, ୨୦୨୪ ସୁଦ୍ଧା ଭାରତର ଚୁଟିଝଡ଼ା ଚିକିତ୍ସା ବଜାର ପ୍ରାୟ ୧୭୫ କୋଟି ଟଙ୍କାରେ ପହଞ୍ଚିଛି।
ଭାରତର ଲୋକମାନେ ହେୟାର ଟ୍ରାନ୍ସପ୍ଲାଣ୍ଟ, ପିଆଜ ତେଲ, ସେରମ୍ ଓ ବିଭିନ୍ନ ପ୍ରକାରର ନୂଆ ଥେରାପି ପାଇଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି।
ତେଣୁ ଯଦି କୌଣସି ସୁରକ୍ଷିତ ଓ ପ୍ରମାଣିତ ବଟିକା ବଜାରକୁ ଆସେ, ତେବେ ଭାରତରେ ଏହାର ବଡ଼ ଚାହିଦା ରହିବ ବୋଲି କୁହାଯାଇଛି।
ଡାକ୍ତରଙ୍କ ମତରେ, ଏହାକୁ ଓଜେମ୍ପିକ୍ ସହିତ ତୁଳନା କରିବା ପୂର୍ବରୁ ସାବଧାନ ହେବା ଦରକାର।
ଓଜେମ୍ପିକ୍ ଓଜନ କମାଇବା କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ନୂଆ ଓ ଚମତ୍କାର ଜୈବିକ ପରିବର୍ତ୍ତନ ଆଣିଥିଲା।
କିନ୍ତୁ ଚୁଟି ଝଡ଼ିବା ପାଇଁ ଆସୁଥିବା ଏହି ନୂଆ ଔଷଧଗୁଡ଼ିକ ପୁରୁଣା ମୂଳତତ୍ତ୍ୱ ଉପରେ ହିଁ ଆଧାରିତ।
ଏଗୁଡ଼ିକ କେବଳ ଔଷଧ ଦେବାର ଉପାୟକୁ ଉନ୍ନତ କରୁଛନ୍ତି, କୌଣସି ନୂଆ ଜୈବିକ କ୍ରିୟା ଆବିଷ୍କାର କରିନାହାନ୍ତି।
ତେଣୁ ଚୁଟିଝଡ଼ା ରୋକିବା ପାଇଁ ଏହି ବଟିକା ରୋଗୀଙ୍କ ପାଇଁ ସୁବିଧାଜନକ ଓ କମ୍ ପାର୍ଶ୍ୱପ୍ରତିକ୍ରିୟାଯୁକ୍ତ ହୋଇପାରେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।