Instability: ମତ ମତାନ୍ତର: ଦେଶରେ ଅସ୍ଥିରତା ସୃଷ୍ଟି ବନ୍ଦ ହେଉ

Sep 10, 2026 - 04:19
Instability: ମତ ମତାନ୍ତର: ଦେଶରେ ଅସ୍ଥିରତା ସୃଷ୍ଟି ବନ୍ଦ ହେଉ

"ସତ୍ୟକାମ ମିଶ୍ର ଏବର ତୀବ୍ର ଧ୍ରୁବୀକରଣର ପରିବେଶରେ ଯେତେବେଳେ ମତ ପ୍ରାୟତଃ ବିଭାଜିତ, ସେତିକି ବେଳେ ଯେ କୌଣସି ବିମର୍ଶର ଉଭୟ ପାଖ ସମାନ ଭାବେ ଜନାକୀର୍ଣ୍ଣ ହେଉଥିବା ଦେଖିବାକୁ ମିଳୁଛି।

ତେଣୁ, କୌଣସି "ମତ" ରଖିଲା ବେଳେ ପାସୋରି ଯିବା ଉଚିତ ନୁହେଁ ଯେ "ମତାନ୍ତର" ମଧ୍ୟ ସମାନ ଗୁରୁତ୍ବ ବହନ କରିଥାଏ।

ଏହି ପରିପ୍ରେକ୍ଷୀରେ "ମତ ମତାନ୍ତର" ଭଳି ସ୍ତମ୍ଭର ପରିକଳ୍ପନା।Advertisment Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ ମହାତ୍ମା ଗାନ୍ଧୀ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଆମରଣ ଅନଶନକୁ ଏକ ଶକ୍ତିଶାଳୀ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ।

ବ୍ରିଟିସ ଶାସନ ସମୟରେ ସେ ଏକାଧିକବାର ଏହି ଅସ୍ତ୍ର ପ୍ରୟୋଗ କରି ଇଂରେଜ ଶାସକଙ୍କୁ ପ୍ରଭାବିତ କରିପାରିଥିଲେ।

ଗାନ୍ଧୀଙ୍କ ପରେ ଭାରତରେ ବିଭିନ୍ନ ଦାବି ହାସଲ ପାଇଁ ନେତାମାନେ ଏହି ଅସ୍ତ୍ର ବ୍ୟବହାର କଲେ।

୧୯୫୨ ମସିହାରେ ଗାନ୍ଧୀଙ୍କର ଜଣେ ଅନୁଗତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପୋଟି ଶ୍ରୀରାମୁଲୁ ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ଗୋଟିଏ ରାଜ୍ୟ ଗଠନ କରିବା ଦାବିରେ ୫୮ ଦିନ ଅନଶନ କରି ମୃତ୍ୟୁ ବରଣ କରିଥିଲେ।

ତାଙ୍କ ତ୍ୟାଗର ଫଳ ସ୍ୱରୂପ ଆନ୍ଧ୍ରପ୍ରଦେଶ ୧୯୫୮ ମସିହାରେ ଜନ୍ମ ନେଇଥିଲା ଏବଂ ଭାଷା ଭିତ୍ତିରେ ରାଜ୍ୟଗଠନ ଓ ପୁନର୍ଗଠନ ପ୍ରକ୍ରିୟା ସାରା ଭାରତରେ ଆରମ୍ଭ ହୋଇଥିଲା।

ଏ ଭଳି ଉଦାହରଣ ଆଜି ବିରଳ।

ରାଜନୈତିକ ଦଳମାନେ ଗାନ୍ଧୀଙ୍କ ପ୍ରଦର୍ଶିତ ଅହିଂସାର ଏହି ଅନନ୍ୟ ମାର୍ଗକୁ କ୍ଷୁଦ୍ର ସ୍ୱାର୍ଥ ସାଧନ ପାଇଁ ଦୁରୁପଯୋଗ କରୁଛନ୍ତି।

ଗାନ୍ଧୀ କିମ୍ବା ଶ୍ରୀରାମୁଲୁଙ୍କର ଅମୂଲ୍ୟ ତ୍ୟାଗର କୌଣସି ପ୍ରଭାବ ଉତ୍ତର ପିଢ଼ିର ରାଜନେତାଙ୍କ ପାଖରେ ଦେଖିବାକୁ ମିଳିଲାନି।

ବିଭିନ୍ନ ବର୍ଗର ଲୋକଙ୍କ ସ୍ୱାର୍ଥର ଦ୍ୱାହି ଦେଇ ନିଜର ସ୍ୱାର୍ଥ ସାଧନ ପାଇଁ ଯେଉଁ ଅନଶନ ନାଟକ ଚାଲିଛି ତାହା ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ବୁଝିବା କଷ୍ଟକର ନୁହେଁ।ଗଲା ଜୁନ୍‌ ମାସ‌େର ନିଟ୍ ପରୀକ୍ଷାରେ ହୋଇଥିବା ଅବ୍ୟବସ୍ଥା ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆରମ୍ଭ ହୋଇଥିବା ପରୀକ୍ଷା ଖାତାର କଂପ୍ୟୁଟର ପରଦା ମୂଲ୍ୟାୟନରେ ଦେଖା ଦେଇଥିବା ତ୍ରୁଟି ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ବା ବରଖାସ୍ତ ଦାବିକରି ଲାଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ ସଂଗ୍ରାମୀ ସୋନମ ୱାଙ୍ଗଚୁକ, କକ୍ରୋଚ ଜନତା ପାର୍ଟି ଦ୍ୱାରା ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇ ଅନଶନ ଆରମ୍ଭ କରିଥିଲେ।

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋନମଙ୍କ ଏହି ଅନଶନ ସତ୍ୟାଗ୍ରହକୁ ୨୦୧୧ ମସିହାରେ ଆନ୍ନା ହଜାରେ ଦୁର୍ନୀତି ବିରୁଦ୍ଧରେ କରିଥିବା ଅନଶନ ସହିତ ତୁଳନା କଲେ।

କିନ୍ତୁ ଏଭଳି ତୁଳନାର କୌଣସି ଯଥାର୍ଥତା ନାହିଁ।

ସୋନମ ଓ ଆନ୍ନାଙ୍କ ଅନଶନ ସତ୍ୟାଗ୍ରହକୁ କୌଣସି ଦୃଷ୍ଟିରୁ ଗୋଟିଏ ନିକିତିରେ ତଉଲ କରାଯାଇ ପାରିବ ନାହିଁ।ଆନ୍ନା ହଜାରେ ଜଣେ ଅତ୍ୟନ୍ତ ଲୋକପ୍ରିୟ, ସରଳ ପ୍ରକୃତି ଓ ନିଷ୍କଳଙ୍କ ଚରିତ୍ର ସମ୍ପନ୍ନ ସାମାଜିକ କର୍ମୀ ଥିଲେ।

ସେ ଉଚ୍ଚ ସ୍ତରରେ ହେଉଥିବା ଦୁର୍ନୀତି ଓ ବ୍ୟଭିଚାର ବିରୁଦ୍ଧରେ ଆନ୍ଦୋଳନ କରି ଲୋକପାଳ ଓ ଲୋକାୟୁକ୍ତ ଆଇନ ପ୍ରଣୟନ କରିବାକୁ ଭାରତ ସରକାରଙ୍କୁ ବାଧ୍ୟ କରିଥିଲେ।

ତା" ପୂର୍ବରୁ ତାଙ୍କର ଆନ୍ଦୋଳନ ଯୋଗୁଁ ଦେଶରେ ଯୁଗାନ୍ତକାରୀ ସୂଚନା ଅଧିକାର ଆଇନ ପ୍ରଣୟନ ଓ କାର୍ଯ୍ୟକାରୀ ହୋଇଥିଲା।

୨୦୧୧ ମସିହାରେ ସେ ଦୁର୍ନୀତି ବିରୁଦ୍ଧରେ ପ୍ରଥମେ ଅନଶନ କରି ପ୍ରତିବାଦ ଆରମ୍ଭ କରିଥିଲେ।

ପରେ ଅନ୍ୟମାନେ ସେଥିରେ ଯୋଗ ଦେଇଥିଲେ।

ସଂସଦକୁ ବିରୋଧୀ ଦଳମାନେ ଚାଲିବାକୁ ନ ଦେଇ ଯେଉଁ ଦେଶ ବିରୋଧୀ କାର୍ଯ୍ୟ କଲେ, ସେଥିପାଇଁ ଜନତା ତାଙ୍କୁ କ୍ଷମା କରିବେନି।

ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ବାବଦରେ ଖର୍ଚ୍ଚ ହେଉଛି।

ଜନତା ସବୁ ଦେଖୁଛନ୍ତି।

ବ୍ୟବସ୍ଥାରେ ଯଦି କିଛି ତ୍ରୁଟି ଅଛି ତାହା ଦୂର କରିବା ପାଇଁ ବିରୋଧୀ ଦଳ ଉଦ୍ୟମ କରନ୍ତୁ।

ସେମାନେ ମନେରଖିବା ଉଚିତ ଯେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେମାନଙ୍କୁ କିଛି କରି ଦେଖାଇବାକୁ ପଡ଼ିବ।

ଦେଶରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରି କିଛି ଲାଭ ହେବନି।

ଜନତା ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲୁଥିବେ।

ବିରୋଧୀ ଦଳଗୁଡ଼ିକ ଔଷଧ ବିକଳରେ ତାଟିଆ କାମୁଡ଼ିବା ଅଭ୍ୟାସ ଛାଡ଼ି ପ୍ରକୃତ ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରନ୍ତୁ।

ସୋନମଙ୍କ ଆନ୍ଦୋଳନ କିନ୍ତୁ ସଂପୂର୍ଣ୍ଣ ଭିନ୍ନ।

ବ୍ୟକ୍ତିଗତ ସ୍ତରରେ ତାଙ୍କ ନାମରେ କେତେକ ଅଭିଯୋଗ ଅଛି।

ନିଜେ ପ୍ରତିଷ୍ଠା କରିଥିବା ଅନୁଷ୍ଠାନ ନାମରେ ବେଆଇନ ଭାବରେ ବିଦେଶ ପାଣ୍ଠି ଆଣିବା, ଲଦାଖର ନିରୀହ ଲୋକଙ୍କୁ ମତାଇ ଆନ୍ଦୋଳନ କରିବା, ବିଶ୍ବବିଦ୍ୟାଳୟ ମଂଜୁରି ଆୟୋଗର ସ୍ୱୀକୃତି ନ ଥାଇ ନିଜ ଅନୁଷ୍ଠାନରେ ପିଲାମାନଙ୍କୁ ଶିକ୍ଷା ଦେଇ ଡିଗ୍ରି ପ୍ରମାଣପତ୍ର ଦେବା ଏବଂ ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଥିବା ପାକିସ୍ତାନର ଗୋଟିଏ ଗଣମାଧ୍ୟମର ନିମନ୍ତ୍ରଣ ରକ୍ଷା କରି ନିଜ ପତ୍ନୀଙ୍କ ସହିତ ପାକିସ୍ତାନରେ ଆୟୋଜିତ ଗୋଟିଏ ସମ୍ପାନରେ ଯୋଗଦେବା ପରେ ପାକିସ୍ତାନ ସହିତ ତାଙ୍କର ଗୁପ୍ତ ସମ୍ପର୍କ ବିଷୟରେ ସନ୍ଦେହ ପ୍ରକଟ ହେବା ଇତ୍ୟାଦି।

ଭାରତ ସରକାର ତାଙ୍କ ଅନୁଷ୍ଠାନ ବିରୁଦ୍ଧରେ ଗ୍ରହଣ କରିଥିବା ପଦକ୍ଷେପ ଦୃଷ୍ଟିରୁ ସେ ଆନ୍ନା ହଜାରେଙ୍କ ସହିତ ଆଦୌ ତୁଳନୀୟ ନୁହନ୍ତି।

ଲଦାଖର ପୁଲିସ ମହାନିର୍ଦ୍ଦେଶକ ସୋନମଙ୍କର ପାକିସ୍ତାନ ସହିତ ସମ୍ପର୍କ ବିଷୟରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ।

ବିଦେଶରୁ ନିଜ ସଂସ୍ଥା ନାମରେ ପାଣ୍ଠି ସଂଗ୍ରହ ସୁବିଧା ସୋନମଙ୍କ ଅନୁଷ୍ଠାନରୁ ପ୍ରତ୍ୟାହୃତ ହୋଇଛି।

ଏହି ପୃଷ୍ଠଭୂମିରେ ସେ ଅନ୍ୟ ଏକ ଗୋଷ୍ଠୀ ଦ୍ୱାରା ଆହୂତ ଆନ୍ଦୋଳନରେ ଯୋଗ ଦେଇ ଆମରଣ ଅନଶନ କରିବା ଆନ୍ଦୋଳନର ଉଦ୍ଦେଶ୍ୟ ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏ କଥା ନିଶ୍ଚିତ ଭାବେ ସତ୍ୟ ଯେ ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ପରୀକ୍ଷାର୍ଥୀମାନଙ୍କୁ ହତାଶ କରିଥିଲା।

ଏହା ପ୍ରତ୍ୟେକ ସଚେତନ ନାଗରିକଙ୍କୁ ମଧ୍ୟ ବ୍ୟଥିତ କରିଥିଲା।

କିନ୍ତୁ, କେନ୍ଦ୍ର ସରକାର ଅଭିଯୋଗ ପାଇଲା ପରେ ଯେଉଁ ପଦକ୍ଷେପ ଗ୍ରହଣ କଲେ ଏବଂ ଯେପରି ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନର୍ବାର ପରୀକ୍ଷା କରି ଫଳ ପ୍ରକାଶ କଲେ ତାହା ନିଟ୍ ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କର ନିଷ୍ଠାକୁ ପ୍ରମାଣ କଲା।

ଆଜି ପର୍ଯ୍ୟନ୍ତ ଦେଶରେ ଯେତେ ନେତା ବା ବିଶିଷ୍ଟ ବ୍ୟକ୍ତି ବିଭିନ୍ନ କାରଣରୁ ଆମରଣ ଅନଶନରେ ବସିଛନ୍ତି ସେମାନଙ୍କ ମଧ୍ୟରୁ କେହି ଜଣେ ବି କୌଣସି ମନ୍ତ୍ରୀଙ୍କର ବରଖାସ୍ତ ଭଳି ନଗଣ୍ୟ ଦାବି ଉପରେ ଜୋର ଦେଇ ନ ଥିଲେ।

Congress: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ ବିରୋଧୀ ଦଳ ମନେରଖିବା ଉଚିତ ଯେ ସାଧାରଣ ଜନତା ଆଉ ବୋକା ହୋଇ ନାହାନ୍ତି।

ସେମାନଙ୍କୁ ବିଭ୍ରାନ୍ତ କରିବା ସହଜ ନୁହେଁ।

ନାଲି ଟୋପି ପିନ୍ଧି ଯେଉଁ ନେତା ଲୋକସଭାରେ ଛାତ୍ରଙ୍କ ସ୍ୱାର୍ଥରକ୍ଷା ପାଇଁ ବେଶୀ ହଲ୍ଲା କରିଥିଲେ, ସେ କ"ଣ ନିଜ ରାଜ୍ୟ କଥା ଭୁଲିଗଲେଣି?

ଉତ୍ତରପ୍ରଦେଶରେ ପରୀକ୍ଷାରେ ନକଲ ଯୋଗୁଁ ଏକଦା ପରୀକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିବାରୁ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ରାଜନାଥଙ୍କ ପରାମର୍ଶକ୍ରମେ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଏକ ନକଲ ବିରୋଧୀ ଆଇନ ପ୍ରଣୟନ କରି ନକଲ କରିବାକୁ ଏକ ଜାମିନ ବିହୀନ ଅପରାଧ ରୂପେ ଗ୍ରହଣ କରି କଠୋର ଦଣ୍ଡର ବ୍ୟବସ୍ଥା କରିଥିଲେ।

ଫଳରେ ପରୀକ୍ଷାର ବିଶ୍ବସନୀୟତା ବୃଦ୍ଧି ପାଇଥିଲା, ନକଲ ବନ୍ଦ ହେଲା ପରେ ପାସ ହାର ବହୁତ କମିଯାଇଥିଲା।

ଗୁଣ୍ଡା ବଜାରୀ ଓ ଅସାମାଜିକ ବ୍ୟକ୍ତି ଶିକ୍ଷାନୁଷ୍ଠାନରୁ ଅପସରି ଗଲେ।

କଲ୍ୟାଣ ସିଂହଙ୍କ ପରେ ମୁଲାୟମ ସିଂହ ଯାଦବ ମୁଖ୍ୟମନ୍ତ୍ରୀ ହେଲା ପରେ ସେହି ଆଇନକୁ ଉଚ୍ଛେଦ କରିଦେଇଥିଲେ।

ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ପୁନଶ୍ଚ ଶିକ୍ଷାନୁଷ୍ଠାନରେ ପଶିଲେ।

ଯୋଗୀ ସରକାର ୨୦୨୪ ମସିହାରେ ପୁନଶ୍ଚ ସେହି ଆଇନକୁ ଅଧିକ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି, ଯେଉଁଥିରେ ନକଲ ପାଇଁ ଆଜୀବନ କାରାଦଣ୍ଡରୁ ଆରମ୍ଭ କରି ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଭଳି ଦଣ୍ଡବିଧାନ କରାଯାଇଛି।

ଏ କଥା ମୁଲାୟମଙ୍କ ପୁତ୍ର ଅଖିଳେଶ ବୋଧେ ଭୁଲି ଯାଇଛନ୍ତି।

ସଂସଦକୁ ବିରୋଧୀ ଦଳମାନେ ଚାଲିବାକୁ ନ ଦେଇ ଯେଉଁ ଦେଶ ବିରୋଧୀ କାର୍ଯ୍ୟ କଲେ, ସେଥିପାଇଁ ଜନତା ତାଙ୍କୁ କ୍ଷମା କରିବେନି।

ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ବାବଦରେ ଖର୍ଚ୍ଚ ହେଉଛି।

ଜନତା ସବୁ ଦେଖୁଛନ୍ତି।

ବ୍ୟବସ୍ଥାରେ ଯଦି କିଛି ତ୍ରୁଟି ଅଛି ତାହା ଦୂର କରିବା ପାଇଁ ବିରୋଧୀ ଦଳ ଉଦ୍ୟମ କରନ୍ତୁ।

ସେମାନେ ମନେରଖିବା ଉଚିତ ଯେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେମାନଙ୍କୁ କିଛି କରି ଦେଖାଇବାକୁ ପଡ଼ିବ।

ଦେଶରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରି କିଛି ଲାଭ ହେବନି।

ଜନତା ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲୁଥିବେ।

ବିରୋଧୀ ଦଳଗୁଡ଼ିକ ଔଷଧ ବିକଳରେ ତାଟିଆ କାମୁଡ଼ିବା ଅଭ୍ୟାସ ଛାଡ଼ି ପ୍ରକୃତ ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରନ୍ତୁ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୨୭୭୩୧୩"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।