Hardik Pandya and Arshdeep Singh Swap Franchises: IPLରେ ବଡ଼ ଟ୍ରେଡ୍, ମୁମ୍ବାଇ ଛାଡ଼ି ଏହି ଦଳକୁ ଯିବେ ହାର୍ଦ୍ଦିକ ପାଣ୍ଡ୍ୟା
IPL ନିଲାମ ପୂର୍ବରୁ କ୍ରିକେଟ୍ ଜଗତରେ ବଡ଼ ହଲଚଲ୍।
ଦଳ ବଦଳାଇବେ ଦୁଇ ଷ୍ଟାର ଖେଳାଳି।
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗସ୍କୁ ଯିବେ ହାର୍ଦ୍ଦିକ ପାଣ୍ଡ୍ୟା।
ଅନ୍ୟପଟେ ପଞ୍ଜାବ ଛାଡ଼ି ମୁମ୍ବାଇରେ ଯୋଗଦେବେ ଷ୍ଟାର ପେସର ଅର୍ଶଦୀପ ସିଂହ।
ଏହି ବଡ଼ ଟ୍ରେଡ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
Advertisment ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଏହି ଖେଳାଳି ଅଦଳବଦଳ ଚୂଡ଼ାନ୍ତ ହୋଇଛି।
ତେବେ ଏହାକୁ ଆଧିକାରିକ ମାନ୍ୟତା ଦେବା ପାଇଁ BCCIର ଅନୁମୋଦନ ଆବଶ୍ୟକ।
ଅର୍ଥାତ୍ ବୋର୍ଡର ମଞ୍ଜୁରୀ ପରେ ହିଁ ଏହି ଟ୍ରେଡ୍ ଉପରେ ଶେଷ ମୋହର ବାଜିବ।
ଏହି ଟ୍ରେଡ୍ର ସବୁଠାରୁ ବଡ଼ ଦିଗ ହେଉଛି ହାର୍ଦ୍ଦିକଙ୍କ ପଞ୍ଜାବ ଏଣ୍ଟ୍ରି।
ରିପୋର୍ଟ ଅନୁସାରେ, ପଞ୍ଜାବ କିଙ୍ଗସ୍ର ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଖେଳିବାକୁ ହାର୍ଦ୍ଦିକ ରାଜି ଅଛନ୍ତି।
ସେ ଦଳରେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ଅଲ୍ରାଉଣ୍ଡର ଭାବେ ଖେଳିବେ।
ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଦଳକୁ ମଜବୁତ କରିବା ପଞ୍ଜାବର ଲକ୍ଷ୍ୟ।
Advertisment ଅନ୍ୟପଟେ ଅର୍ଶଦୀପଙ୍କୁ ଛାଡ଼ିବା ପଞ୍ଜାବ ପାଇଁ ସହଜ ନିଷ୍ପତ୍ତି ନଥିଲା।
ଦୀର୍ଘ ଦିନ ଧରି ଦଳ ସହ ଜଡ଼ିତ ଥିବା ଏହି ବାମହାତୀ ପେସର ନିଜ ପ୍ରଦର୍ଶନ ବଳରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
ଟି-୨୦ ଅନ୍ତର୍ଜାତୀୟରେ ମଧ୍ୟ ସେ ଭାରତର ଅଗ୍ରଣୀ ୱିକେଟ୍ ଶିକାରୀ।
ଏବେ ମୁମ୍ବାଇର ବୋଲିଂ ବାହିନୀକୁ ସେ ନୂଆ ଶକ୍ତି ଦେଇପାରନ୍ତି।
ହାର୍ଦ୍ଦିକଙ୍କ ମୁମ୍ବାଇ ଯାତ୍ରା ମଧ୍ୟ ଏବେ ଶେଷ ହେବାକୁ ଯାଉଛି।
୨୦୨୪ରେ ସେ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇର ଅଧିନାୟକ ହୋଇଥିଲେ।
କିନ୍ତୁ ତାଙ୍କ ନେତୃତ୍ୱରେ ତିନିଟି ସିଜିନ୍ ମଧ୍ୟରୁ ଦୁଇଟିରେ ଦଳ ପ୍ଲେ-ଅଫ୍କୁ ଯାଇପାରିନଥିଲା।
ତେବେ ହାର୍ଦ୍ଦିକଙ୍କ ଫିଟନେସ୍ ମଧ୍ୟ ପଞ୍ଜାବ ପାଇଁ ଚିନ୍ତାର କାରଣ।
ଗତ IPL ସିଜିନ୍ ପରଠାରୁ ଆଘାତ ସମସ୍ୟା ଯୋଗୁଁ ସେ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିନାହାନ୍ତି।
ଏପଟେ BCCI ଖେଳାଳି ରିଟେନ୍ସନ୍ର ଶେଷ ତାରିଖକୁ ନଭେମ୍ବର ୧୭ ପର୍ଯ୍ୟନ୍ତ ବଢ଼ାଇଛି।
ଡିସେମ୍ବର ୧୬ରେ ଗୋଆରେ ହେବାକୁ ଥିବା ମିନି ଅକ୍ସନ୍ ପୂର୍ବରୁ ଦୁଇ ଦଳ ଟ୍ରେଡ୍ର ଆବଶ୍ୟକ ଔପଚାରିକତା ପୂରଣ କରିବେ।
ଏହା ସହ ପଞ୍ଜାବ ମାର୍କସ୍ ଷ୍ଟୋଇନିସ୍ ଓ ନେହାଲ ୱାଧେରାଙ୍କୁ ମଧ୍ୟ ଛାଡ଼ିପାରେ ବୋଲି ରିପୋର୍ଟ ରହିଛି।
ଏବେ ସମସ୍ତଙ୍କ ନଜର BCCIର ଅନୁମୋଦନ ଉପରେ।
ଯଦି ଏହି ଟ୍ରେଡ୍କୁ ମଞ୍ଜୁରୀ ମିଳେ, ତେବେ ଆସନ୍ତା IPLରେ ହାର୍ଦ୍ଦିକଙ୍କୁ ପଞ୍ଜାବ ଜର୍ସିରେ ଏବଂ ଅର୍ଶଦୀପଙ୍କୁ ମୁମ୍ବାଇ ଜର୍ସିରେ ଦେଖିବାକୁ ମିଳିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।