Viral Video Sparks Concern: ଦନ୍ତା ହାତୀ ସହ ମରଣମୁହଁରେ ଖେଳ, ଯୁବକଙ୍କ ଭିଡିଓ ଭାଇରାଲ
ହାତୀ ସହ ଜୀବନକୁ ବାଜି ଲଗାଇ ଖେଳ...
ଦନ୍ତା ହାତୀକୁ ଚିଡ଼ାଇ ମଜା ନେଉଛନ୍ତି ଅମାନିଆ ଯୁବକ।
ଭାଇରାଲ ହେଲା ଭିଡିଓ।
ଏ ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ସେକ୍ସନର।
ଏକ ଆମ୍ବଗଛ ତଳେ ଏକ ଦନ୍ତା ହାତୀକୁ ଯୁବକ ଜଣଙ୍କ ନାକେଦମ କରୁଛନ୍ତି।
କେଉଁଠି ହାତୀର ଲାଞ୍ଜ ଟାଣୁଛନ୍ତି, ତ ଆଉ କେଉଁଠି ଶୁଣ୍ଢକୁ ହାତ ମାରି ହଇରାଣ କରୁଛନ୍ତି ଯୁବକ।
ଏ ଦୃଶ୍ୟ ଡେଙ୍ଗବୋରେଇ ଓ ପାଟଲା ଗାଁ ନିକଟର ହୋଇଥିବା ଚର୍ଚ୍ଚା ହେଉଛି।
ଏହି ହାତୀକୁ ଟୁଙ୍ଗୁରୁ ନାମରେ ସ୍ଥାନୀୟ ଲୋକମାନେ ଜାଣନ୍ତି।
Advertisment ତେବେ ହାତୀଟି ହିନ୍ଦୋଳ ବନାଞ୍ଚଳର ଗତ କିଛି ମାସ ହେଲା ବୁଲା ବୁଲି କରୁଛି।
କେତେବେଳେ ଗାଁ ମଝିରେ କାହା ଘରକୁ ଯାଉଛି ତ ଆଉ କେତେବେଳେ ସ୍କୁଲ ହତା ଭିତରକୁ ଯାଉଛି ।
କିନ୍ତୁ କାହାରି କିଛି କ୍ଷତି କରୁନାହିଁ ।
ସବୁଠୁ ବଡ କଥା ହେଉଛି ଏଯାଏଁ କାହାର କ୍ଷତି କରିନଥିବା ହାତୀକୁ ଏବେ ଅସୁରକ୍ଷିତ କରୁଛନ୍ତି କିଛି ଯୁବକ।
ତେବେ ଏ ଘଟଣା ବିଷୟରେ ବନବିଭାଗ ପାଖରେ ଖବର ଅଛି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ?....
ହାତୀ ସହ ଜୀବନକୁ ବାଜି ଲଗାଇ ଖେଳ ଦନ୍ତାର ଲାଞ୍ଜ ଟାଣି, ଶୁଣ୍ଢକୁ ଛୁଇଁ କରୁଛନ୍ତି ନାକେଦମ୍ ହାତୀକୁ ହଇରାଣ କରୁଛନ୍ତି କିଛି ଅମାନିଆ ଯୁବକ ହାତୀକୁ ଚିଡ଼ାଇ ମଜା ନେଉଛନ୍ତି ଯୁବକ ନୀରିହ ହାତୀକୁ ଅସୁରକ୍ଷିତ କରି ବିପଦକୁ ଟାଣିହେଉଛନ୍ତି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।