HDFC: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସିଇଓ ଦୌଡ଼ରେ ଦୁଇ ଅଧିକାରୀ

Aug 30, 2026 - 20:57
HDFC: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସିଇଓ ଦୌଡ଼ରେ ଦୁଇ ଅଧିକାରୀ

"ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଭାବେ କାର୍ଯ୍ୟରତ ଶଶିଧର ଜଗଦୀଶନ ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ଶେଷ ହେବା ପରେ ଆଉ ରହିବେ ନାହିଁ।

ଆସନ୍ତା ଅକ୍ଟୋବର ୨୬ରେ ସେ ଏହି ପଦରୁ ଅବସର ନେବେ।

ତାଙ୍କ ସ୍ଥାନରେ ନୂଆ ସିଇଓ ନିଯୁକ୍ତି ଦୌଡ଼ରେ ବ୍ୟାଙ୍କର ଦୁଇ ଜଣ ଅଧିକାରୀ ଆଗରେ ଥିବା ଚର୍ଚ୍ଚା ହେଉଛି।

ସେମାନେ ହେଲେ କାଇଜାଦ୍‌ ଭାରୁଚା ଏବଂ ଜିମ୍ମି ଟାଟା।

ଏକ ସୂତ୍ରରୁ ଜଣାଯାଇଛି ଯେ ସିଇଓ ପଦ ପାଇଁ ବ୍ୟାଙ୍କ ଦୁଇଜଣ ଅଧିକାରୀଙ୍କ ନାମ ରିଜର୍ଭ ବ୍ୟାଙ୍କକୁ ପଠାଇଛି।

ବ୍ୟାଙ୍କ ପକ୍ଷରୁ ବାହ୍ୟ ପ୍ରାର୍ଥୀଙ୍କ ନାମ ମଧ୍ୟ ବିଚାରକୁ ନିଆଯାଇ ପାରେ ବୋଲି କୁହାଯାଉଛି।

ଭାରୁଚା ଏବେ ବ୍ୟାଙ୍କର ଡେପୁଟି ଏମ୍‌ଡି ଏବଂ ଜିମ୍ମି ଟାଟା ଚିଫ୍‌ କ୍ରେଡିଟ୍‌ ଅଫିସର ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।