Headmaster Found Intoxicated Inside School Premises: ସ୍କୁଲ ଭିତରେ ମଦ୍ୟପାନ କରି ଶୋଇପଡିଲେ ପ୍ରଧାନଶିକ୍ଷକ, ଚାକିରିରୁ ନିଲମ୍ବିତ

Sep 10, 2026 - 15:34
Headmaster Found Intoxicated Inside School Premises: ସ୍କୁଲ ଭିତରେ ମଦ୍ୟପାନ କରି ଶୋଇପଡିଲେ ପ୍ରଧାନଶିକ୍ଷକ, ଚାକିରିରୁ ନିଲମ୍ବିତ

ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନଶିକ୍ଷକ ନିଲମ୍ବିତ। କେନ୍ଦ୍ରାପଡା ଡେରାବିଶ ବ୍ଲକ୍ କୁରୁଜଙ୍ଗା ପଞ୍ଚାୟତର ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଖେଳ ଛୁଟିରେ ସ୍କୁଲ ଭିତରେ ମଦ୍ୟପାନ କରି ଅଫିସ ଭିତରୁ କବାଟ ଦେଇ ଶୋଇପଡିଥିଲେ l ଅନ୍ୟ ଶିକ୍ଷକମାନେ ଯେତେ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ l

ମଦ୍ୟପାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ l ଫଳରେ ପିଲାମାନେ ବାହାରକୁ ଯାଇ କାହାକୁ ଏ ସମ୍ପର୍କରେ ସୂଚନା ଦେଇପାରି ନଥିଲେ l ଶେଷରେ ସନ୍ଧ୍ୟା ୫ଟାରେ ବିଭାଗୀୟ ଅଧିକାରୀ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ l ଏହି ଘଟଣାରେ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ନିଲମ୍ବନ କରାଯାଇଛି l ମଦ୍ୟପାନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l

ଡେରାବିଶ ବ୍ଲକ୍ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିଲମ୍ବିତ
ମଦ୍ୟପାନ କରି କବାଟ ବନ୍ଦ କରି ଶୋଇପଡିଲେ ପ୍ରଧାନଶିକ୍ଷକ
ପ୍ରଧାନଶିକ୍ଷକ ସୁନାକର ନାୟକ ନିଲମ୍ବିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।