Health: ମରି ଯାଉଛି ମାନବିକତା: ସମ୍ପର୍କୀୟ ନଥିବାରୁ ମୁମୁର୍ଷୁ ଅବସ୍ଥାରେ ବରିଷ୍ଠ ନାଗରିକ

Sep 11, 2026 - 21:44
Health: ମରି ଯାଉଛି ମାନବିକତା: ସମ୍ପର୍କୀୟ ନଥିବାରୁ ମୁମୁର୍ଷୁ ଅବସ୍ଥାରେ ବରିଷ୍ଠ ନାଗରିକ

"ଚନ୍ଦାହାଣ୍ଡି (ମହମଦ ହୁସେନ୍‌): ସମାଜରୁ ଧୀରେ ଧୀରେ ମରି ଯାଉଛି ମାନବିକତା।

ତାହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ।

Advertisment ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଧୁରୁଆପଡ଼ା ଗ୍ରାମର ଜଣେ ସର୍ବହରା ବ୍ୟକ୍ତି ସୁନ୍ଦର ସିଂ ଗୌଡ଼ (୭୦) ଆଜକୁ ୭ ଦିନ ହେବ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗୁଡ଼ି ଥିବା ବେଳେ ତାଙ୍କ କେହି ଆତ୍ମୀୟସ୍ଵଜନ କେହି ନ ଥିବାରୁ ସେ ମୁମୁର୍ଷୁ ଅବସ୍ଥାରେ ପଡ଼ି ରହିଛନ୍ତି।

ଡକ୍ଟର ଏବଂ ସ୍ବାସ୍ଥ୍ୟ ବିଭାଗ ତରଫରୁ ତାଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଆଶୁ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ରେଫର୍ କରିବାର ଆବଶ୍ୟକ ରହୁଛି।

ତେବେ କେହି ନିଜ ଲୋକ ନଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରୁ ନାହାନ୍ତି।

ବ୍ଲକ୍ ପ୍ରଶାସନକୁ ନେଇ ଯୋଗାଯୋଗ କରାଯାଇଥିଲେ କୌଣସି ସୁଫଳ ମିଳିପାରି ନାହିଁ।

ଏ ନେଇ ସ୍ଥାନୀୟ ପବ୍ଲିକ ହେଲ୍ପ ଫାଉଣ୍ଡେସନର ସଦସ୍ୟମାନେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି।

ଅନ୍ୟପକ୍ଷରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜ୍ୟୋତି ରଞ୍ଜନ ସାହୁ ବୃଦ୍ଧଙ୍କ ହିମୋଗ୍ଲୋବିନ ୩ ଏବଂ ଅବସ୍ଥା ସଂକଟପନ୍ନ ରହିଥିବା କହିଛନ୍ତି।

ତାଙ୍କ ସମ୍ପର୍କୀୟ କେହି ନଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସମସ୍ୟା ହେଉଥିବା ମେଡିକାଲ ଅଫିସର ଡ ମନିଷ ପୁରୋହିତ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।