Health Discussion-2026: ସ୍ବାସ୍ଥ୍ୟ ଚର୍ଚ୍ଚା-୨୦୨୬: ‘କେବଳ ରୋଗ ଚିକିତ୍ସାରେ ସୀମିତ ନ ରହୁ ସ୍ବାସ୍ଥ୍ୟସେବା’

Sep 04, 2026 - 07:01
Health Discussion-2026: ସ୍ବାସ୍ଥ୍ୟ ଚର୍ଚ୍ଚା-୨୦୨୬: ‘କେବଳ ରୋଗ ଚିକିତ୍ସାରେ ସୀମିତ ନ ରହୁ ସ୍ବାସ୍ଥ୍ୟସେବା’

"ଭୁବନେଶ୍ବର: ବର୍ତ୍ତମାନ ସମୟରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ରୋଗକୁ ନେଇ ନିଜସ୍ବ ବ୍ୟାଖ୍ୟା କରୁଛନ୍ତି।

ୟୁଟ୍ୟୁବ୍‌ ଓ ଅନ୍ୟାନ୍ୟ ଡିଜିଟାଲ ଗଣମାଧ୍ୟମରୁ ଲୋକମାନେ ପାଉଥିବା ସୂଚନାକୁ ନେଇ ଡାକ୍ତରଙ୍କ ଆଗରେ ମତ ରଖୁଛନ୍ତି।

ରୋଗୀମାନେ ଜାଣିରଖିବା ଦରକାର ଯେ ସୂଚନା କୌଣସି ପ୍ରକାର ଜ୍ଞାନ ନୁହେଁ।

ସୂଚନା ଓ ଜ୍ଞାନ ଭିତରେ ଥିବା ଦୂରତା ଆଜିର ସମୟରେ ଏକ ବଡ଼ ପ୍ରତିବନ୍ଧକ ସାଜିଛି।

ଏ ଦୃଷ୍ଟିରୁ ସ୍ବାସ୍ଥ୍ୟସେବା କେବଳ ରୋଗ ଚିକିତ୍ସାରେ ସୀମିତ ନ ରହୁ।

ରୋଗ ଚିକିତ୍ସା କୌଣସି ପ୍ରକାର ସାମଗ୍ରୀ ନୁହେଁ।

ତେଣୁ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ମଣିପାଲ ହସ୍ପିଟାଲର କ୍ଲଷ୍ଟର ନିର୍ଦ୍ଦେଶକ(ଦକ୍ଷିଣ-ପୂର୍ବ) ଡା.

ଶକ୍ତିମୟ ମହାପାତ୍ର।Advertisment Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ କନକ ନ୍ୟୁଜ୍‌, ସ୍ବାସ୍ଥ୍ୟ ସମ୍ବାଦ ଓ ମଣିପାଲ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଆଜି ହୋଟେଲ କ୍ରାଉନ୍‌ରେ ଅନୁଷ୍ଠିତ ହୋଇଛି ସ୍ବାସ୍ଥ୍ୟ ଚର୍ଚ୍ଚା-୨୦୨୬।

ସ୍ବାଗତ ଭାଷଣରେ ଡା.ମହାପାତ୍ର କହିଲେ, ସ୍ବାସ୍ଥ୍ୟ ଏକ ଜଟିଳ ବିଷୟ।

ଏଥିରେ ସରକାର, ଡାକ୍ତର, ଘରୋଇ କ୍ଷେତ୍ର ଓ ଅନ୍ୟ ଅଂଶୀଦାରଙ୍କ ସଂପୃକ୍ତି ରହିଛି।

ଏବେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ପୂର୍ବରୁ ମଦ୍ୟପାନ କରୁଥିବା ଲୋକଙ୍କଠାରେ ଯକୃତ ରୋଗ ଦେଖିବାକୁ ମିଳୁଥିଲା।

ମାତ୍ର ଏବେ ମଦ୍ୟପାନ କରୁ ନ ଥିବା ଲୋକଙ୍କଠାରେ ଏହା ଦେଖିବାକୁ ମିଳୁଛି।

ଏ ଦୃଷ୍ଟିରୁ ରୋଗର ମଧ୍ୟ କ୍ରମବିକାଶ ହେବାରେ ଲାଗିଛି।

କୋଭିଡ୍‌ ଭଳି ରୋଗ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା।

ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ରୋଗର ଚିକିତ୍ସାକୁ ନେଇ ଅନେକ ସମସ୍ୟା ରହିଛି।

ଏହା ସତ୍ତ୍ବେ ସମାଜ କିଭଳି ନିରୋଗ ରହିପାରିବ ତାହାକୁ ଗୁରୁତ୍ବ ଦିଆଯିବା ଦରକାର।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା‌ ନୈୟାର ପଟ୍ଟନାୟକ କହିଲେ, ନିଜକୁ ସୁସ୍ଥ ରଖିବାକୁ ହେଲେ ନିଜ ତରଫରୁ ହିଁ ପ୍ରଥମ ପ୍ରଚେଷ୍ଟା ହେବା ଦରକାର।

କେବଳ ବର୍ଷକୁ ଥରେ ରକ୍ତ ପରୀକ୍ଷା କରିଦେଲେ ଚଳିବ ନାହିଁ।

ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ସୁସ୍ଥ ରହିବା ଲାଗି ନିତାନ୍ତ ଆବଶ୍ୟକ।

ସ୍ବାସ୍ଥ୍ୟ କନ୍‌କ୍ଲେଭ୍‌, ସିଇଓ କନ୍‌କ୍ଲେଭ୍‌ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ସବୁବେଳେ ଲୋକଙ୍କ ପାଖରେ ପହଞ୍ଚିବା ଲାଗି "ସମ୍ବାଦ" ଗ୍ରୁପ୍‌ ସବୁବେଳେ ପ୍ରଚେଷ୍ଟା କରିଆସିଛି।

ତେଣୁ ଆଜିର "ସ୍ବାସ୍ଥ୍ୟ ଚର୍ଚ୍ଚା" ନିଶ୍ଚିତ ଭାବେ ଲୋକଙ୍କୁ ସଚେତନ କରିବାରେ ସହାୟକ ହେବ ବୋଲି ସେ କହିଥିଲେ।

El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ ପ୍ରାରମ୍ଭିକ ଅଭିଭାଷଣରେ "ସମ୍ବାଦ ଓ କନକ ନ୍ୟୁଜ୍‌"ର ସଂପାଦିକା ତନୟା ପଟ୍ଟନାୟକ କହିଲେ, ସ୍ବାସ୍ଥ୍ୟକୁ ନେଇ ଲୋକମାନେ ଅଧିକ ସଚେତନ ହୋଇଛନ୍ତି।

ହ୍ବାଟ୍‌ସଆପ୍‌ ହେଉ ବା ଅନ୍ୟ ସାମାଜିକ ଗଣମାଧ୍ୟମର ଟାଇମ୍‌ଲାଇନ୍‌ ସ୍ବାସ୍ଥ୍ୟ ସୂଚନାରେ ଭରିଯାଉଛି।

ସମସ୍ତେ ଜଣେ ଜଣେ ବିଶେଷଜ୍ଞ ହୋଇଛନ୍ତି।

ଚିନ୍ତାର ବିଷୟ ହେଉଛି ଯେ ସ୍ବାସ୍ଥ୍ୟକୁ ନେଇ ଦୁଇ ପକ୍ଷର ଯୁକ୍ତି ବିଶ୍ବସନୀୟ ଲାଗୁଛି।

ବୈଷୟିକ ଜ୍ଞାନକୌଶଳ ପାଇଁ ଲୋକମାନେ ଯଥେଷ୍ଟ ସଂଖ୍ୟକ ସୂଚନା ପାଇପାରୁଛନ୍ତି।

ହେଲେ ତହିଁରୁ କେଉଁଟା ସତ ଓ କେଉଁଟି ଭୁଲ୍‌ ସୂଚନା ତାହାକୁ ଜାଣିବା କଷ୍ଟକର ହୋଇପଡ଼ିଲାଣି।

ଏଦୃଷ୍ଟିରୁ "ବିଶ୍ବସନୀୟତା" ହେଉଛି ଗୁରୁତ୍ବପୂର୍ଣ୍ଣ।

କେବଳ ଖବର ନୁହେଁ, ଚିକିତ୍ସା କ୍ଷେତ୍ରରେ ବିଶ୍ବସନୀୟତାକୁ ଲୋକମାନେ ଗୁରୁତ୍ବ ଦେବା ଆରମ୍ଭ କଲେଣି ବୋଲି ସେ ମତ ରଖିଥିଲେ।

ଏହାପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ମଣିପାଲ ହସ୍ପିଟାଲର ଡାକ୍ତରମାନେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।