Heart care: ଏଆଇ ସାହାଯ୍ୟରେ ହୃତ୍ପିଣ୍ଡର ଯତ୍ନ
"ଆଜିକାଲି ସ୍ମାର୍ଟୱାଚ୍ଠାରୁ ଆରମ୍ଭ କରି ବିଭିନ୍ନ ଡିଭାଇସ୍ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ସାହାଯ୍ୟରେ ଆମ ଶରୀରର ପ୍ରତିଟି ଗତିବିଧି ଉପରେ ନଜର ରଖୁଛି।
ନିଦଠାରୁ ହୃଦ୍ ସ୍ପନ୍ଦନ ପର୍ଯ୍ୟନ୍ତ ଏହା ମାପି ପାରୁଛି।
ସ୍ୱାସ୍ଥ୍ୟଗତ ସମସ୍ୟା ଜାଣିବା ପାଇଁ ଲୋକେ ଏବେ ଏଆଇ ବଟ୍ଗୁଡ଼ିକର ସାହାଯ୍ୟ ନେଉଛନ୍ତି।
ତେବେ ହୃତ୍ପିଣ୍ଡ ଭଳି ସମ୍ବେଦନଶୀଳ ଅଙ୍ଗ ପାଇଁ ଆମେ କେତେ ଦୂର ଏହି ଏଆଇ ଉପକରଣ ଉପରେ ଭରସା କରିବା ଉଚିତ, ସେ ସମ୍ପର୍କରେ ଜାଣିବା ଜରୁରି।Advertisment UPSC ଶତାବର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିବେ ସ୍ମାରକୀ ମୁଦ୍ରା ଓ ଡାକଟିକଟ ବିଶେଷଜ୍ଞଙ୍କ ମତରେ, ଏଆଇ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସମ୍ଭାବ୍ୟ ବିପଦକୁ ଚିହ୍ନିବାରେ ସାହାଯ୍ୟ କରିପାରେ, ହେଲେ କେବେ ମଧ୍ୟ କ୍ଲିନିକାଲ୍ ବିଚାରର ବିକଳ୍ପ ହୋଇପାରିବ ନାହିଁ।
ହୃତ୍ପିଣ୍ଡର ଯତ୍ନ କ୍ଷେତ୍ରରେ ଏଆଇର ସବୁଠାରୁ ବଡ଼ ସହାୟତା ହେଉଛି, ଓୟାରେବଲ୍ ଟେକ୍ନୋଲୋଜି ବା ସ୍ମାର୍ଟ ୱାଚ୍।
ରାତି ୨ଟାରେ ଯଦି କାହାର ହୃଦ୍ସ୍ପନ୍ଦନ ଅନିୟମିତ ହୁଏ, ତେବେ ଏହାକୁ ଘଣ୍ଟା ଧରିପାରେ, ଯାହା କ୍ଲିନିକ୍ରେ ଜଣାପଡ଼ି ନଥାଏ।
ଏହା ପ୍ରାରମ୍ଭିକ ଅବସ୍ଥାରେ ରୋଗ ଧରିବାରେ ବଡ଼ ସାହାଯ୍ୟ କରିଥାଏ।
ତେବେ ଏହି ୱାଚ୍ଗୁଡ଼ିକ ଦ୍ୱାରା ମିଳୁଥିବା ସତର୍କ ସୂଚନା କୌଣସି ପକ୍କା ରୋଗ ନିରୂପଣ ନୁହେଁ।
Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା ଏହା ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରାଇବା ପାଇଁ ସତର୍କ କରାଇଥାଏ।
ଏଆଇ କେବଳ ରୋଗୀ ନୁହେଁ, ବରଂ ଡାକ୍ତରଙ୍କ କାମକୁ ମଧ୍ୟ ସହଜ କରୁଛି।
କ୍ଲିନିକ୍ଗୁଡ଼ିକରେ କନ୍ଭର୍ସେସନାଲ୍ ଏଆଇ ଟୁଲ୍ଗୁଡ଼ିକ ରିଅଲ୍-ଟାଇମ୍ରେ ରୋଗୀଙ୍କ ନୋଟ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି।
ଫଳରେ ଡାକ୍ତରମାନେ ଲେଖାଲେଖି କରିବାରେ ସମୟ ନଷ୍ଟ ନ କରି ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେଇପାରୁଛନ୍ତି।
ସେହିପରି ରେଡିଓଲୋଜି ବିଭାଗର ସ୍କାନ୍ରୁ ସମସ୍ୟା ଚିହ୍ନିବାରେ ମଧ୍ୟ ଏହା ସହାୟକ ହେଉଛି।
ଏସବୁ ସୁବିଧା ସତ୍ତ୍ୱେ, ଡାକ୍ତର ସ୍ପଷ୍ଟ କରିଛନ୍ତି ଯେ, ଏଆଇ କେବଳ ଏକ ସହାୟକ ଉପକରଣ ଓ ଏହା ଜଣେ ଡାକ୍ତରଙ୍କ କ୍ଲିନିକାଲ୍ ଜ୍ଞାନର ବିକଳ୍ପ ହୋଇପାରିବ ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।