Heavy rain: ଅବିଶ୍ରାନ୍ତ ବର୍ଷାରେ ବେହାଲ ଜନଜୀବନ, ଫୁଲିବାରେ ଲାଗିଛି ଜଳଭଣ୍ଡାର
"ଭଞ୍ଜନଗର (ବିଶ୍ବମ୍ବର ଜେନା): ରାତି ହେଉ ଅବା ଦିନ ବର୍ଷା ଥମିବାର ନା ନେଉନାହିଁ।
କିଛି ସମୟ ବ୍ୟବଧାନରେ ବର୍ଷାର ପରିମାଣ ହ୍ରାସ ପାଉଥିବା ବେଳେ ପୁଣି ବଢ଼ିଯାଉଛି।
ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ମଧ୍ୟ ଦେଖା ଦେଉଛି।
ଏଭଳି ସ୍ଥିତିରେ ଜଳଭଣ୍ଡାର ଗୁଡ଼ିକ ଭର୍ତ୍ତି ହେବାର ଲାଗିଛି।
ଭଞ୍ଜନଗର ଜଳଭଣ୍ଡାରରୁ ପାଣି ସ୍ପିଲ ୱେ ଦେଇ ଛଡ଼ାଯିବା ପରେ ତାହା ଏକ ପ୍ରକାର ନିୟନ୍ତ୍ରଣରେ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
Advertisment ତଥାପି ଲଗାଣ ବର୍ଷାରେ ପାଣି ଭର୍ତ୍ତି ହେବାର ଲାଗିଛି।
ବିଶେଷ କରି ଡହ, ବାଘୁଆ ଓ ସୋରଡ଼ା ଜଳଭଣ୍ଡାର ଭର୍ତ୍ତି ହେବାରେ ଲାଗିଛି।
ସବୁ ଜଳଭଣ୍ଡାରର ଜଳସ୍ତର ଢେର୍ ବଢ଼ିଛି।
ଗତ ୨୧ ତାରିଖ ସୋମବାର ଦିନ ଡହ ଜଳଭଣ୍ଡାରରେ ୫୨.୩୯ ପ୍ରତିଶତ ପାଣି ରହିଥିବା ବେଳେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଁ ଏଠାରେ ଆଜି ସନ୍ଧ୍ୟା ସୁଦ୍ଧା ୭୧.୫୩ ପ୍ରତିଶତ ପାଣି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବାଘୁଆ ଜଳଭଣ୍ଡାରରେ ସୋମବାର ଦିନ ୭୨.୧୯ ପ୍ରତିଶତ ପାଣି ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୮୭.୯୪ ପ୍ରତିଶତରେ ପହଞ୍ଚିଛି।
ସେହିପରି ସୋରଡ଼ା ଜଳଭଣ୍ଡାରରେ ସୋମବାର ୮୮.୩୨ ପ୍ରତିଶତ ପାଣି ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୯୫.୩୩ ପ୍ରତିଶତ ପାଣି ଭର୍ତ୍ତି ହୋଇଛି।
Telingiri: ଲଗାଣ ବର୍ଷା, ତେଲିଙ୍ଗିରି ଜଳଭଣ୍ଡାର ସ୍ପିଲୱେ ଦେଇ ଜଳ ନିଷ୍କାସନ ଜାରି ସେହିପରି ଭଞ୍ଜନଗର ଜଳଭଣ୍ଡାରରେ ୮୨.୦୪ ପ୍ରତିଶତ ପାଣି ରହିଥିବା ଜଳସମ୍ପଦ ବିଭାଗରୁ ଜାରି ହୋଇଥିବା ବୁଲେଟିନରୁ ଜଣାପଡ଼ିଛି।
ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀନରେ ଥିବା ବଡନଦୀ,ଲୋହରାଖଣ୍ଡି,ପଦ୍ମା,ଋଷିକୁଲ୍ୟା, ବାଘୁଆ ଆଦି ନଦୀର ଜଳ ସ୍ତର ସତର୍କ ସଙ୍କେତ ନିକଟ ଦେଇ ପ୍ରବାହିତ ହେଉଥିବା ବେଳେ ଏଭଳି ସ୍ଥିତି ରହିଲେ ବିପଦ ସଙ୍କେତ ନିକଟତର ମଧ୍ୟ ହୋଇଯିବାର ଆଶଙ୍କା ରହିଛି।
ଅନ୍ୟପଟେ ଗତକାଲି ଠାରୁ ଆଜି ସନ୍ଧ୍ୟା ମଧ୍ୟରେ ଭଞ୍ଜନଗର ଠାରେ ୧୧୨ ମିମି.
ବର୍ଷା ରେକର୍ଡ କରାଯାଇଥିବା ବେଳେ ସୋରିଷମୂଳି ଠାରେ ୧୦୭ ମିମି.,ମାଧବରିଡା ଠାରେ ୭୯ ମିମି.,ଖଣ୍ଡରାବଳି ଠାରେ ୬୮ ମିମି.,ଜାନିବିଲି ଠାରେ ୧୩୦ ମିମି.,ସୋରଡାରେ ୧୨୯ ମିମି.,ଆସିକା ଠାରେ ୧୦୭ ମିମି., ଡହ ଡ୍ୟାମ ଠାରେ ୧୨୩ ମିମି.,ବାଘୂଆ ମତାଝର ନିକଟର ୧୩୪ ମିମି.
ଏବଂ ବାଘୁଆ ଟଭାପଲ୍ଲୀ ଠାରେ ୧୪୧ ମିମି.
ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ବିଭାଗୀୟ ଅଧିକାରୀ ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିବା ସହ ଜଳ ପ୍ରବେଶ ଓ ନିଷ୍କାସନ ର ପରିସ୍ଥିତି ଦେଖି ପରିଚାଳନା କରୁଛନ୍ତି।
ଭଞ୍ଜନଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ଇଂ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ରାତିରେ ମଧ୍ୟ ପାଟ୍ରୋଲିଂ କରିବା ସହ ସ୍ଥିତି ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।