Heavy rain: ଲଗାଣ ବର୍ଷାରେ ୩ ହଜାରରୁ ଅଧିକ କୁକୁଡ଼ା ମୃତ, ବ୍ୟାପକ କ୍ଷତି

Sep 26, 2026 - 19:02
Heavy rain: ଲଗାଣ ବର୍ଷାରେ ୩ ହଜାରରୁ ଅଧିକ କୁକୁଡ଼ା ମୃତ, ବ୍ୟାପକ କ୍ଷତି

"ଛତ୍ରପୁର (ବସନ୍ତ ମହାରଣା): ଗଭୀର ଅବପାତ ପ୍ରଭାବରେ ବର୍ଷା ଯୋଗୁଁ କୁକୁଡ଼ା ଫାର୍ମ ଭିତରେ ପାଣି ପଶିଛି।

ଏହାଦ୍ୱାରା ବହୁ ମାତ୍ରାରେ କୁକୁଡ଼ା ମରିଛନ୍ତି।

ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଠାରେ ଏକ କୁକୁଡ଼ା ଫାର୍ମରେ ପାଣି ପଶିଯାଇଥିବା ଫଳରେ ୩ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛିl ମୃତ କୁକୁଡ଼ା ଗୁଡିକର ଆନୁମାନିକ ମୁଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛିl Advertisment ଗତ କିଛି ବର୍ଷ ତଳେ ଦାମୋଦରପୁର ଗ୍ରାମର କାମିନୀ ବେହେରା ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ କୁକୁଡ଼ା ଫାର୍ମ କରିଥିଲେ।

ଏଯାବତ ତାଙ୍କର ମୂଳ ଟଙ୍କା ବାହାରି ନଥିବା ବେଳେ ଏବେ ଲଗାଣ ବର୍ଷରେ  ଫାର୍ମ ପାଣି ପଶିବା ଦ୍ୱାରା କୁକୁଡ଼ା ଗୁଡିକ ମରିଯିବା ଫଳରେ ତାଙ୍କ ମେରୁଦଣ୍ଡ ଦୋହଲି ଯାଇଥିବାରୁ କାମିନୀ ଓ ତାଙ୍କ ସ୍ୱାମୀ ମନେନ୍ଦ୍ର ବେହେରା ଭାଙ୍ଗି ପଡିଛନ୍ତି।

ଏଣୁ ମାସିକ କିସ୍ତି ଟଙ୍କା ଛାଡ଼ କରିବା ସହିତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତିl  ଅନ୍ୟପଟେ ଘଟଣାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ପ୍ରାଣୀ ଚିକିତ୍ସା ବିଭାଗର ବହୁ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଥିଲେl କୁକୁଡ଼ା ଫାର୍ମ ପରିସରରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ହଜାର ହଜାର କୁକୁଡ଼ା ଓ କୁକୁଡ଼ା ଦାନା ନଷ୍ଟ ହୋଇଯାଇଥିବା ଜଣା ପଡିଛି।

କୁକୁଡ଼ା ଫାର୍ମରେ ୧୦ ଜଣ କର୍ମଚାରୀ କାମ କରୁଥିବା ବେଳେ ସମସ୍ତଙ୍କୁ ଦରମା ଦେବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ପର ହୋଇପାରୁନାହିଁ ବୋଲି ମନେନ୍ଦ୍ର କହିଛନ୍ତିl Odisha police: "ସେବା ଓ ସୁରକ୍ଷା" ହେଉଛି ଓଡ଼ିଶା ପୁଲିସର ମୂଳମନ୍ତ୍ର: ଡିଜିପି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।