Excise Department: ୫ ବସ୍ତିରେ ଅବକାରୀ ବିଭାଗର ଚଢ଼ଉ: ୮ଦେଶୀ ମଦ ବେପାରୀ ଗିରଫ, ବିପୁଳ ପରିମାଣରେ ଦେଶୀ ମଦ, ୨ ବାଇକ୍ ଜବତ

Sep 26, 2026 - 19:23
Excise Department: ୫ ବସ୍ତିରେ ଅବକାରୀ ବିଭାଗର ଚଢ଼ଉ: ୮ଦେଶୀ ମଦ ବେପାରୀ ଗିରଫ, ବିପୁଳ ପରିମାଣରେ ଦେଶୀ ମଦ, ୨ ବାଇକ୍ ଜବତ

"ଭୁବନେଶ୍ବର: ପାର୍ବଣକୁ ଆଖି ଆଗରେ ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢ଼ଉ ଆରମ୍ଭ କରାଯାଇଛି।

ଗତ ୨୪ଘଣ୍ଟା ମଧ୍ୟରେ ଅବକାରୀ ବିଭାଗର ୪ଟି ୟୁନିଟ୍ ୫ଟି ବସ୍ତିରେ ଚଢ଼ଉ କରି ପ୍ରାୟ ୫୦୦ଲିଟର ଦେଶୀ ମଦ ଓ ୨ଟି ବାଇକ୍ ଜବତ କରିବା ସହିତ ୮ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ, ପଥରବନ୍ଧ ବସ୍ତିର ରବି ମହାରଣା, ସୁନୀଲ ହେମ୍ବ୍ରମ, ବାପି ମୁର୍ମୁ, ଚନ୍ଦ୍ରିକା ହେମ୍ବ୍ରମ୍, ମୈତ୍ରୀବିହାର ଥାନା ବୀରବାସା ବସ୍ତିର କିସୁନ ମୁର୍ମୁ, ସୁବାସ ଚନ୍ଦ୍ର ବରାଳ, ଶୁଭଞ୍ଜନ ଭୂୟାଁ, ବୃନ୍ଦାବନ କିସ୍କୁ।

ଅପରପକ୍ଷେ, ଶଙ୍କରେଶ୍ବର ବସ୍ତି ଓ ରାଧାକୃଷ୍ଣନଗର ବସ୍ତିରୁ ୪ଜଣ ଦେଶୀ ମଦ ବେପାରୀଙ୍କୁ ଅଟକ ରଖି ସେମାନଙ୍କ ଚୋରା ମଦ ବେପାରୀ ଗ୍ୟାଙ୍ଗ୍‌ର ଖୁଲାସା କରିବାକୁ ଉଦ୍ୟମ ଆରମ୍ଭ କରିଛି।Advertisment Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଥରବନ୍ଧ ବସ୍ତିରେ ଥିବା ଏକ ପରିତ୍ୟକ୍ତ ଘରେ ଦେଶୀ ମଦ କାରବାର ଚାଲିଥିବା ସୂଚନା ମିଳିଥିଲା।

ପରେ ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ଘଟଣାସ୍ଥଳରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୦୦ଲିଟର ଦେଶୀମଦ ଜବତ କରିଥିଲା।

ଏହା ସହିତ ମଦ ଅନ୍ୟ ବସ୍ତିକୁ ସ୍ଥାନାନ୍ତର ପାଇଁ ବ୍ୟବହୃତ ଏକ ବାଇକ୍ ଜବତ କରାଯାଇଥିଲା।

ପରେ ପରେ ଇନ୍ଦ୍ରଧନୁ ମାର୍କେଟ୍ ନିକଟସ୍ଥ ବସ୍ତି ଓ ଭରତପୁର ଛକରେ ଚଢ଼ଉ କରି ପ୍ରାୟ ୩୦୦ଲିଟରରୁ ଅଧିକ ଦେଶୀ ମଦ ଜବତ କରାଯାଇଥିଲା।

ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଅବକାରୀ ବିଭାଗ କାବୁ କରିଥିଲା।

ସେହିଭଳି ଆଜି ସକାଳେ ଶଙ୍କରେଶ୍ବର ବସ୍ତି ଓ ରାଧାକୃଷ୍ଣନଗର ବସ୍ତିରୁ ୪ଜଣ ମଦ ବେପାରୀଙ୍କୁ ଆଣି କାର୍ଯ୍ୟାଳୟରେ ଅଟକ ରଖାଯାଇ ଘଟଣାର ତଦନ୍ତ କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।