Heavy Rain Alert for Odisha: ଘନୀଭୂତ ହେଉଛି ଲଘୁଚାପ; ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Oct 31, 2026 - 09:30
Heavy Rain Alert for Odisha: ଘନୀଭୂତ ହେଉଛି ଲଘୁଚାପ; ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଲଘୁଚାପ।

ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସହ ବାଦଲ ଆଚ୍ଛାଦିତ ରହିଛି।

ଗତକାଲି ତୁଳନାରେ ଜଡିତ ବାଦଲ ଆଚ୍ଛାଦନ ବୃଦ୍ଧି ପାଇଛି।

ଲଘୁଚାପ ଘନୀଭୂତ ପ୍ରକ୍ରିୟା ଅଧିକ ହେଉଥିବା ସୂଚନା ରହିଛି।

ସେପଟେ ଆଜି ରାଜ୍ୟର ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Advertisment ଏଥିପାଇଁ ମାଲକାନଗିରି, ରାୟଗଡା, କୋରାପୁଟ, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।

ସେହିପରି ଆସନ୍ତାକାଲି ମଧ୍ୟ ଉପକୂଳ ଓଡିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।