Headless Woman's Body Found: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ ! ଲୁଣା ନଦୀବନ୍ଧରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

Oct 31, 2026 - 09:30
Headless Woman's Body Found: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ ! ଲୁଣା ନଦୀବନ୍ଧରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ମାହାରକୂଳ ଗାଁର ବାବାଜୀ ସେଠୀ ।

ଭୋର ସକାଳେ ବାବାଜୀ ଲୁଣା ନଦୀ ବନ୍ଧ ନିକଟରେ ଜଣେ ଅଚିହ୍ନା ମହିଳାଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିବା ଦେଖିଥିଲେ।

ପଥର ବନ୍ଧ ଉପରେ ହାମୁଡ଼େଇ ପଡ଼ିଥିବା ମହିଳା ସଂପୂର୍ଣ୍ଣ ଉଲଗ୍ନ ଥିଲେ ।

ତାଙ୍କ ମୁଣ୍ଡ ନଥିଲା ।

ସେଇ ପାଖରେ ହତ୍ୟା କରାଯାଇଥିଲା ।

ଘାସ ବୁଦା ରକ୍ତରେ ଭିଜି ଯାଇଥିଲା ।

ପାଖରେ ଗୋଟେ ଚପଲ ଏବଂ ଭଙ୍ଗା ଚୁଡ଼ି ପଡ଼ିଥିଲା ।

କିନ୍ତୁ ମୁଣ୍ଡ ନଥିଲା କି ପିନ୍ଧା ବସ୍ତ୍ର ବି ନଥିଲା ।

ବାବାଜୀ ସେଠୀଙ୍କ ଠାରୁ ଖବର ଶୁଣିବା ପରେ ବିଜୁଳି ବେଗରେ ଏକଥା ଚାରିଆଡ଼େ ପ୍ରଚାର ହୋଇଯାଇଥିଲା ।

ଶହ ଶହ ଲୋକ ଲୁଣା ନଦୀ ବନ୍ଧକୁ ଧାଇଁଥିଲେ ।

ପୋଲିସ ପହଞ୍ଚି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିଛି।

ମୃତ ମହିଳା ସ୍ଥାନୀୟ ଅଞ୍ଚଳର ହୋଇନଥିବା ଏବଂ ଅନ୍ୟ କେଉଁଠୁ ଯୋଜନାବଦ୍ଧ ଭାବେ ଆଣି ଘଟଣା ସ୍ଥଳରେ ହିଁ ହାଣି ହତ୍ୟା କରାଯାଇଥିଲା ।

ଶରୀର ଗଠନରୁ ମହିଳାଙ୍କ ବୟସ ଆନୁମାନିକ ୩୦ରୁ ୪୦ ବର୍ଷ ହେବା ଅନୁମାନ କରାଯାଉଛି ।

ପୋଲିସ ହତ୍ୟା ମାମଲା ରୁଜୁ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଥିବା ବେଳେ କିଏ ଏବଂ କାହିଁକି ଏଭଳି ହତ୍ୟା ଘଟାଇଛି ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ମହିଳା ଜଣକ କିଏ ଏବଂ ତାଙ୍କୁ କାହିଁକି ଏଠାକୁ ଆଣି ହତ୍ୟା କରାଯାଇଛି ତାକୁ ନେଇ ନାନା ପ୍ରଶ୍ନ ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।