Heavy Rain Brings Sudden Red Water Flow From Mountain: ଲଗାଣ ବର୍ଷାରେ ପାହାଡରୁ ହଠାତ୍ ମାଡି ଆସିଲା ନାଲି ପାଣି, ତା ପରେ..

Aug 24, 2026 - 15:53
Heavy Rain Brings Sudden Red Water Flow From Mountain: ଲଗାଣ ବର୍ଷାରେ ପାହାଡରୁ ହଠାତ୍ ମାଡି ଆସିଲା ନାଲି ପାଣି, ତା ପରେ..

ଲଗାଣ ବର୍ଷାରେ ପାହାଡରୁ ମାଡି ଆସିଲା ନାଲି ପାଣି। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳର ୩ ନଂ ୱାର୍ଡ କୁନ୍ଦୁରୁନାଲା ବସ୍ତିରେ ପଶିଲା ପାଣି। ୧୦ ପରିବାର ଜଳବନ୍ଦୀ। ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡି ମାରୁଛି । ଘର ଭିତରେ ମଧ୍ୟ ପାଣି ପଶିଛି। ଯାତାୟତ ଠପ ହୋଇଥିବା ବେଳେ ପାଣି ନିଷ୍କାସନ ପାଇଁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ। ତେଣୁ ଶୀଘ୍ର ଏହାର କୌଣସି ବିକଳ୍ପ ପନ୍ଥା କରିବା ପାଇଁ ବସ୍ତି ବାସିନ୍ଦା ଦାବି କରିଛନ୍ତି l 

ସେହିପରି ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ରେ ଜଳସ୍ତର ବୃଦ୍ଧି। ଜଳ ସ୍ତର ବଢିବାରୁ ଡ୍ୟାମର ଗତକାଲି ଗେଟ ଖୋଲା ଯାଇଥିଲା। ଗେଟ୍ ଖୋଲିବା ପରେ କୋଟପାଡ଼ ଅଞ୍ଚଳ ପ୍ରଭାବିତ ହୋଇଛି। ୪ରୁ ୫ ପଞ୍ଚାୟତରେ  ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପରେ ଡ୍ୟାମର ଗେଟ ବନ୍ଦ କରାଯାଇଛି। କୋଟପାଡ଼ର ଚଣ୍ଡୀଲି, ସୁରୁଲି, ଢ଼ାମଣା ହାଣ୍ଡି ଓ ବାଣିଆ ଆଦି ଅଞ୍ଚଳରେ ଓଡ୍ରାଫ ଏବଂ ତହସିଲ ର ଷ୍ଟାଫ ପହଞ୍ଚି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ... 

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ବିଗତ ୨୪ ଘଣ୍ଟାରେ ରାଜ୍ୟର ୮ ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ଯୋଡ଼ାରେ ସର୍ବାଧିକ ୧୬୯.୪ ମିମି ବର୍ଷା ହୋଇଛି। ପାପଡାହାଣ୍ଡିରେ ୧୫୮ ମିମି, ପାଇକମାଳରେ ୧୨୦ ମିମି, କୁସୁମୀରେ ୧୧୭, ଝରିଗାଁରେ ୧୧୨.୬ ଓ ଯୋଶୀପୁରରେ ୧୦୮ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ତେଲକୋଇରେ ୧୦୬.୪ ଓ ଚମ୍ପୁଆରେ ୧୦୩.୪ ମିମି ବର୍ଷା ରେକର୍ଡ କରାଯାଇଛି। 

ଯୋଡ଼ା କୁନ୍ଦୁରୁନାଲା ବସ୍ତିରେ ପଶିଲା ପାଣି
୧୦ ପରିବାର ଜଳବନ୍ଦୀ
ରାସ୍ତା ଉପରେ ଆଣ୍ଠୁଏ ପାଣି
ଲଗାଣ ବର୍ଷାରେ ଘରେ ପଶିଲା ପାଣି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।