Heavy Rain Collapses Key Bridge: ବର୍ଷାରେ ଦବିଗଲା, ହଠାତ୍ ମଝିରୁ ଭାଙ୍ଗିଗଲା; ୧୫ରୁ ଅଧିକ ଗାଁର ଯୋଗାଯୋଗ ବିଚ୍ଛିନ୍ନ!

Jul 08, 2026 - 17:41
Heavy Rain Collapses Key Bridge: ବର୍ଷାରେ ଦବିଗଲା, ହଠାତ୍ ମଝିରୁ ଭାଙ୍ଗିଗଲା; ୧୫ରୁ ଅଧିକ ଗାଁର ଯୋଗାଯୋଗ ବିଚ୍ଛିନ୍ନ!

ଭାଙ୍ଗିଗଲା ପୋଲ। ଯାତାୟାତ ବାଧାପ୍ରାପ୍ତ। ଅଚାନକ ଦବିଗଲା ପୋଲ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ଭାଙ୍ଗିଲା ପୋଲ। ପୂର୍ବରୁ ପୋଲ ଦବିଥିବା ବେଲେ ବିପଦ ସଙ୍କୁଳ ଅବସ୍ଥାରେ ସେହି ପୋଲ ଉପରେ ଯାତାୟତ କରୁଥିଲେ ସ୍ଥାନୀୟ ବାସିନ୍ଦା। କିନ୍ତୁ ୩ ଦିନ ଧରି ଲଗାଣ ବର୍ଷାରେ ହଠାତ ପୋଲଟି ମଝିରୁ ଭାଙ୍ଗି ଯାଇଛି। ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। 

ଉଦଳା ବ୍ଲକର ରାଢୋ, କୋଚିଳାଡିହା ପଞ୍ଚାୟତର ୧୫ ରୁ ଅଧିକ ଗ୍ରାମ ଏବଂ ଉଦଳା ହେଡ଼କ୍ବାର୍ଟ ସହିତ ଗୋପବନ୍ଧୁ ନଗର ବ୍ଲକର ଜୟପୁର, ବରଡିହି, ସାଇଁକୁଳା ପଞ୍ଚାୟତକୁ ଏହି ପୋଲ ସଂଯୋଗ କରୁଥିଲା। ଟାଙ୍ଗଣା ନଦୀ ଉପରେ ଥିବା ଏହି ପୋଲ ଭାଙ୍ଗିବା ଫଳରେ ଉଦଳା - ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।

  • ଭାଙ୍ଗିଗଲା ପୋଲ, ଯାତାୟାତ ବାଧାପ୍ରାପ୍ତ
  • ଲଗାଣ ବର୍ଷାରେ ଦବିଲା ପୋଲ
  • ଉଦଳା ବ୍ଲକରେ ଭାଙ୍ଗିଲା ପୋଲ
  • ଉଦଳା - ବାଲେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।