Heavy Rain in Gajapati: ଲଗାଣ ବର୍ଷା: ପାରଳାଖେମୁଣ୍ଡିରେ ମନ୍ତ୍ରୀ ଗୋକୁଳାନନ୍ଦଙ୍କ ସ୍ଥିତି ସମୀକ୍ଷା
"ପାରଳାଖେମୁଣ୍ଡି( ସୁଜିତ ବିଷୋୟୀ): ଲଘୁଚାପ ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶା ବିଶେଷତଃ ଗଜପତି ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଛି।
ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି।
ପରିସ୍ଥିତିର ସମୀକ୍ଷା ନିମନ୍ତେ ରାଜ୍ୟମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି।
Advertisment ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ବୁଧବାର ପାରଳାଖେମୁଣ୍ଡିରେ ପହଞ୍ଚି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବର୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି।
ବୈଠକରେ ଜିଲ୍ଲାର ବର୍ତ୍ତମାନ ସ୍ଥିତି, ବର୍ଷା ପରିମାଣ, ନଦୀ ଓ ନାଳର ଜଳସ୍ତର, ତଳିଆ ଅଞ୍ଚଳର ସ୍ଥିତି ଏବଂ ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।
ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି।
ମନ୍ତ୍ରୀ ଶ୍ରୀମଲ୍ଲିକ କହିଛନ୍ତି, ଲୋକଙ୍କ ସରକାର ସବୁବେଳେ ଲୋକଙ୍କ ସହିତ ରହିଛି।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।
ବର୍ତ୍ତମାନ ଜିଲ୍ଲାର ସ୍ଥିତି ସ୍ୱାଭାବିକ ରହିଛି।
ଯଦି କୌଣସି ଅଘଟଣ ଘଟେ, ତେବେ ତୁରନ୍ତ ପଦକ୍ଷେପ ନିଆଯିବ।
Gajapati: ଲଘୁଚାପ ବର୍ଷାରେ ଗଜପତି ବେହାଲ: ଗଛ ପଡ଼ି ୩୨୬(ଏ) ରାଜପଥ ଅବରୋଧ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ନଦୀ, ନାଳ ଓ ଜଳାଶୟର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଛି।
ସମ୍ଭାବ୍ୟ ବର୍ଷାଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।