ରାଜ୍ୟରେ ବିଭିନ୍ନ ଖାଦ୍ୟସାମଗ୍ରୀ ଓ ପରିବା ଦର ବୃଦ୍ଧି ହୋଇଥିବା ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି।

Sep 23, 2026 - 21:21
ରାଜ୍ୟରେ ବିଭିନ୍ନ ଖାଦ୍ୟସାମଗ୍ରୀ ଓ ପରିବା ଦର ବୃଦ୍ଧି ହୋଇଥିବା ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି।

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଖାଦ୍ୟସାମଗ୍ରୀ ଓ ପରିବା ଦର ବୃଦ୍ଧି ହୋଇଥିବା ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି। ତେବେ ଏଥିପାଇଁ ଜଳବାୟୁ ପରିବର୍ତ୍ତନ, ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀକୁ ଦାୟୀ କରିଛନ୍ତି।
ବିରୋଧୀ ଦଳର ବିଧାୟକଙ୍କ ପ୍ରଶ୍ନର ଉତ୍ତର‌ରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ଉତ୍ତରରେ ଦର୍ଶାଯାଇଛି, ଏହି ଦର ବୃଦ୍ଧି ଏକ ସର୍ବଭାରତୀୟ ଘଟଣା। ଡାଲି, ଖାଇବା ତେଲ ଓ ପିଆଜ ଦରରେ ସାମାନ୍ୟ ବୃଦ୍ଧି ହୋଇଛି। କଳାବଜାରୀ ଓ ମୁନାଫାଖୋର ବ୍ୟବସାୟୀଙ୍କ ବିରୋଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ପ୍ରତିକୂଳ ପାଗ ତଥା ପରିବା ଉତ୍ପାଦନ ପେଣ୍ଠ ସ୍ଥଳରେ ବନ୍ୟା ପରିସ୍ଥିତି ଯୋଗୁଁ ଫସଲ କ୍ଷତି ହେବାରୁ ପନିପରିବାର ଦରଦାମ ବୃଦ୍ଧି ହୋଇଛି। ସର୍ବଭାରତୀୟ ହାରାହାରି ଦର ତୁଳନାରେ ଓଡ଼ିଶାରେ ହରଡ଼ ଡାଲି ଦର ୩.୧୩%, ମୁଗ ୪.୧୫%, ବୁଟ ଡାଲି ୩.୯୦%, ବିରି ୧.୭୫% ଓ ଆଳୁର ଦର ୩୧.୮୭% କମ୍‌ ରହିଛି। ଅନ୍ୟପକ୍ଷରେ ଜାତୀୟ ହାର ତୁଳନାରେ ରାଜ୍ୟରେ ଖାଇବା ତେଲ ଦର ହାରାହାରି ୨.୫-୩%, ପିଆଜ ୪.୯୬% ଓ ଚିନିର ଦରରେ ୦.୪୮% ବୃଦ୍ଧି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।