Heavy Rain Ravages Ganjam: ଗଞ୍ଜାମରେ ବର୍ଷା ବିତ୍ପାତ; ଘରେ ପଶିଲା ବର୍ଷା ପାଣି, ବଢିଲା ଲୋକଙ୍କ ଦୁର୍ଦ୍ଦଶା
ଗଞ୍ଜାମରେ ବର୍ଷାର ବିତ୍ପାତ।
ଘରେ ପଶିଲା ଆଣ୍ଠୁଏ ପାଣି, ଭାସୁଛି ସୋଫା, ବୁଡ଼ିଲା ଖଟ।
ଲଗାଣ ବର୍ଷାରେ ବେହାଲ୍ ପୁରା ଗଞ୍ଜାମ ଜିଲ୍ଲା।
ଗତ ରାତିରୁ ମୁଷଳଧାରା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ବର୍ଷା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ।
Advertisment ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି।ବ୍ରହ୍ମପୁର ସହରର ଗଜପତି ନଗର, ଶକ୍ତି ନଗର, ନୀଳାଚଳ ନଗର ଓ କୌଟିକି ନଗର ସମେତ ବିଭିନ୍ନ ସାହିରେ ବର୍ଷା ପାଣି ଘର ଭିତରେ ପଶିଯାଇଛି।
ଗତକାଲିଠାରୁ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।