Heavy Rain Submerges Odisha: ଲଗାଣ ବର୍ଷା ପରେ ବିଗିଡ଼ିଲା ସ୍ଥିତି, ବୁଡ଼ିଲା ଗାଁଠୁ ସହର
ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଗଲା ତିନି ଦିନ ଧରି ସାରା ରାଜ୍ୟରେ ହୋଇଥିବା ବର୍ଷାରେ ସ୍ଥିତି ହୋଇଛି ସଙ୍ଗୀନ। କି ଗାଁ କି ସହର। ସବୁଠୁ ପାଣି ଆଉ ପାଣି। ରାସ୍ତାଘାଟ ବୁଡ଼ିଛି, ଜୀବନ ଜୀବିକା ପାଣିରେ ଭାସୁଛି।
କୋରାପୁଟରୁ ବାଲେଶ୍ବର, ବଲାଙ୍ଗିରରୁ ଭଦ୍ରକ...ସବୁଠି ପ୍ରାୟ ସମାନ ସ୍ଥିତି। ଭୁବନେଶ୍ବର, କଟକ କଥା ତ ନପଚାରିବା ଭଲ। ଘରେ ଘରେ ପାଣି ପଶିଛି, ଘର ବାହାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।