Heavy rain: ଘରେ ପଶିଲା ବନ୍ୟା ପାଣି; ଅନେକ ଗାଁ ଜଳବନ୍ଦୀ

Oct 29, 2026 - 07:37
Heavy rain: ଘରେ ପଶିଲା ବନ୍ୟା ପାଣି; ଅନେକ ଗାଁ ଜଳବନ୍ଦୀ

ପାରଳାଖେମୁଣ୍ଡି/ଭଂଜନଗର: ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ବାତ୍ୟା ଠାରୁ ବନ୍ୟା ଯନ୍ତ୍ରଣା ବେଶି ହୋଇଛି।

ଆଶା ଠାରୁ ଅଧିକ ବର୍ଷା ହେବା କାରଣରୁ ଗଂଜାମ ଏବଂ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଯାଇଛି।

ସେହିପରି ଆଉ କିଛି ଗାଁରେ ଲୋକଙ୍କର ଘରେ ପାଣି ପ୍ରବେଶ କରିଥିବା ବେଳେ ଯୋଗା‌ଯୋଗ ବିଚ୍ଛିନ୍ନ ହେଲା ଭଳି ପରିସ୍ଥିତି ଦେଖାଯାଇଛି।

Advertisment ଗଜପତି ଜିଲ୍ଲା ବାଘଶାଳା ଗାଁ ଭିତରେ ମହେନ୍ଦ୍ର ତନୟା ନଦୀର ଜଳ ପ୍ରବେଶ କରିଛି।

ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପଞ୍ଚାୟତର ପ୍ରାୟ ସବୁ ଗ୍ରାମ ଜଳବନ୍ଦୀ ଅବସ୍ଥା ଦେଖାଯାଇଛି।

ସେହିପରି ଆସିକାରେ ବନ୍ୟା ପାଣି ଲୋକଙ୍କୁ ଅସୁବିଧାରେ ପକାଇଛି।

ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଲଗାତାର ବର୍ଷା ହେଉଥିବାରୁ ଏଠାରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଜଳ ସ୍ତର ବୃଦ୍ଧି ଘଟିଛି।

ସ୍ଥାନୀୟ ପ୍ରଶାସନ ବଂଶଧାରା ନଦୀର ଯେଉଁ ତୁଠ ସବୁରେ ଲୋକମାନେ ଗାଧୋଇ ବାକୁ ଯାନ୍ତି ସେ ସବୁ ତୁଠକୁ ବେରିକେଡ୍‌ ପକେଇ ବନ୍ଦ କରି ଲୋକଙ୍କୁ ନଦୀରେ ଗାଧୋଇ ବାକୁ ଯିବାକୁ ମନା କରାଯାଇଛି।

ବଂଶଧାରା ନଦୀରେ ଆଜି ସକାଳ ୬ଟା ସୁଦ୍ଧା ୫୫.୬୦ ଫୁଟରେ ଜଳ ପ୍ରବାହିତ ହେଉଥିବା ବେଳେ ବିପଦ ସଂକେତ ହେଉଛି ୫୪.

୬୦ ଫୁଟ।

Storm Hits Andhra, Odisha: ବାତ୍ୟା 'ଅର୍ଣ୍ଣବ' ଯୋଗୁ ଆନ୍ଧ୍ର ଓ ଓଡ଼ିଶାରେ ପ୍ରବଳ ବର୍ଷା: ରେଳ ଓ ବିମାନ ସେବା ପ୍ରଭାବିତ କାଶୀନଗର ବ୍ଲକ ନୋଡାଲ ଅଧିକାରୀ ଫାଲ୍ଗୁନ ମାଝୀ, ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦ, ଏ ବି ଡ଼ି ଓ ମାନସ ରଞ୍ଜନ ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ କେ ଦିବ୍ୟ ରଞ୍ଜନ ନଦୀ ର ଜଳ ସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ନଦୀ ତଟ ନିକଟରେ ପହଂଚି ତଦାରଖ କରୁଥିବା ଦୃଷ୍ଟିକୁ ଆସିଛି।

ବର୍ତମାନ ସୁଦ୍ଧା ନଦୀ ତଟ ଓ କାଶୀନଗର ତଳିଆ ଅଞ୍ଚଳରେ ବସବାସ କରୁଥିବା ୧୦୦୬ ଜଣ ଲୋକଙ୍କୁ ଚିହ୍ନଟ କରି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି।

ପରିସ୍ଥିତି ଉପରେ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ଦେଇ ସଜାଗ ଥିବା ନୋଡାଲ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।